ହୁଟିଙ୍କ ମାଡ଼

ଇରାନ୍‌ ସମର୍ଥିତ ୟେମେନ୍‌ର ହୁଟି ଉଗ୍ରବାଦୀମାନେ ମେ ୪ ତାରିଖରେ ଇସ୍ରାଏଲର ବୃହତ୍ତମ ସହର ତେଲ୍‌ ଆଭିଭ୍‌ର ବେନ୍‌ ଗୁରିଅନ୍‌ ଏୟାରପୋର୍ଟ ନିକଟରେ ବାଲାଷ୍ଟିକ ମିଶାଇଲ ମାଡ଼ କରିଛନ୍ତି। ଏହି ମିଶାଇଲ ଇସ୍ରାଏଲର ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରି ଲକ୍ଷ୍ୟରେ ପହଞ୍ଚିଥିବାରୁ ସେଠାରେ ୨୦ ଫୁଟିଆ ଗର୍ତ୍ତ ସୃଷ୍ଟି ହୋଇଛି। ଏପରି କି ପ୍ରଥମ ଥର ପାଇଁ ଇସ୍ରାଏଲର ଆରୋ ହେଜ୍‌ ଏବଂ ଆମେରିକାର ଥାର୍ଡ ଏୟାର ଡିଫେନ୍ସ ସିଷ୍ଟମକୁ ଚକ୍‌ମା ଦେଇଛି ହୁଟିର ବାଲାଷ୍ଟିକ ମିଶାଇଲ। ଏହି ଆକ୍ରମଣ ପରେ ବେନ୍‌ ଗୁରିଅନ୍‌ ଏୟାରପୋର୍ଟକୁ ସମସ୍ତ ବିମାନ ସେବା ବନ୍ଦ କରାଯାଇଛି। ସୂଚନା ଦିଆଯାଇପାରେ ଯେ ଏୟାର ଇଣ୍ଡିଆର ବିମାନ ତେଲ ଆଭିଭ୍‌ରେ ଅବତରଣ କରିବାର ଏକ ଘଣ୍ଟାର କମ୍‌ ସମୟ ପୂର୍ବରୁ ହୁଟି ଆକ୍ରମଣ କରିଥିଲା। ଫଳରେ ସମ୍ପୃକ୍ତ ବିମାନକୁ ଆବୁଧାବୀକୁ ନିଆଯାଇଥିଲା। ତେବେ ଏଭଳି ଆକ୍ରମଣ ସୂଚିତ କରିଛି, ଉଗ୍ରବାଦୀମାନେ ଅଧିକ କ୍ଷମତାସମ୍ପନ୍ନ ମିଶାଇଲର ଅଧିକାରୀ ହୋଇଗଲେଣି। ପୂର୍ବରୁ ସେମାନେ ଡ୍ରୋନ୍‌ ବ୍ୟବହାର କରିବା ଦେଖାଯାଇଛି। ଏବର ମିଶାଇଲ ଆକ୍ରମଣ ଏକ ଚିନ୍ତାଜନକ ବିଷୟ। ଅନେକ ଥର ଆମେରିକା ସମେତ ନାଟୋର ସାମରିକ କାର୍ଯ୍ୟାନୁଷ୍ଠାନ ହୁଟିକୁ ଉଗ୍ରବାଦରୁ କ୍ଷାନ୍ତ କରିପାରିନାହିଁ। ଉଲ୍ଲେଖଯୋଗ୍ୟ, ୧୯୯୦ ଦଶକରେ ହୁସେନ-ଅଲ୍‌-ହୁଟିଙ୍କ ଦ୍ୱାରା ଗଠିତ ଏହି ସଂଗଠନର ନେତୃତ୍ୱ ସେହି ପରିବାର ନେଇଆସୁଛି। ଏବେ ତାହାର ନେତୃତ୍ୱରେ ଅଛନ୍ତି ଅବଦୁଲ ମଲିକ ଅଲ୍‌ ହୁଟି। ଏହା ୟେମେନ୍‌ ସରକାରଙ୍କ ଦୁର୍ନୀତି ଓ ସେଠାରେ ପାଶ୍ଚାତ୍ୟର ପ୍ରଭାବକୁ ବିରୋଧ କରିଆସୁଛି ଏବଂ ସ୍ଥଳବିଶେଷରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ହୁଟି ଆମେରିକା ଓ ଇସ୍ରାଏଲର ଦୃଢ଼ ବିରୋଧୀ ଭାବେ ଜଣାଶୁଣା।
୭ ଅକ୍ଟୋବର ୨୦୨୩ରେ ପାଲେଷ୍ଟାଇନ୍‌ର ହମାସ ଉଗ୍ରବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ସେମାନେ ବିଦେଶୀଙ୍କ ସମେତ ପାଖାପାଖି ୧୨୦୦ ଲୋକଙ୍କୁ ହତ୍ୟା କରିବା ପରେ ସେହିଦିନ ଇସ୍ରାଏଲ ହମାସ ଉପରେ ପ୍ରତିଆକ୍ରମଣ ଆରମ୍ଭ କରିଦେଇଥିଲା। ଅଢ଼େଇ ବର୍ଷରୁ ଅଧିକ ହେବ ଲାଗି ରହିଥିବା ଏହି ଯୁଦ୍ଧରେ ୫୦ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଓ ୧,୭୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଲାଣି। ପ୍ରାରମ୍ଭିକ ସ୍ତରରେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ହୁଟି ପ୍ରତିକ୍ରିୟା ପ୍ରକାଶ କରି ଲୋହିତସାଗରରେ ଇସ୍ରାଏଲକୁ ଆସୁଥିବା ଜାହାଜଗୁଡ଼ିକୁ ରକେଟ ଆକ୍ରମଣ କରିଥିଲା ଏବଂ ଏବେ ସୁଦ୍ଧା ତାହା ଜାରି ରଖିଛି। ହୁଟିର କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ଲେବାନନର ହେଜ୍‌ବୁଲ୍ଲା ଉଗ୍ରବାଦୀମାନେ ହମାସ ସପକ୍ଷରେ ସମର୍ଥନ ଘୋଷଣା କରି ଇସ୍ରାଏଲକୁ ଶତ୍ରୁ ଦୃଷ୍ଟିରେ ଦେଖିଚାଲିଛି। ଫଳରେ ଇସ୍ରାଏଲ ହିଜ୍‌ବୁଲ୍ଲା ଉପରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ନେଇଛି। ଦେଖିବାକୁ ଗଲେ ଏହିସବୁ ଉଗ୍ରବାଦୀ ଗୋଷ୍ଠୀଙ୍କୁ ଇରାନ ଆର୍ଥିକ ଓ ସାମରିକ ସହଯୋଗ କରିଆସୁଛି। ଏହାକୁ କେନ୍ଦ୍ରକରି ଇସ୍ରାଏଲ ଏବଂ ଇରାନ୍‌ ଅନେକ ସମୟରେ ମୁହଁାମୁହିଁ ହେଉଛନ୍ତି। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦୨୫ରେ ପୁନଃକ୍ଷମତାକୁ ଆସିବା ପରେ ତାଙ୍କ ପ୍ରଶାସନର ହସ୍ତକ୍ଷେପ ଯୋଗୁ ଯୁଦ୍ଧବିରତି ସହ ଇସ୍ରାଏଲୀ ପଣବନ୍ଦୀ ଓ ହମାସ ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ କିଛିଦିନ ଚାଲିଲା। ଆଶା କରାଯାଇଥିଲା ମଧ୍ୟପ୍ରାଚ୍ୟ ଶାନ୍ତ ପଡ଼ିଯିବ କିନ୍ତୁ ତାହା ହେଲା ନାହିଁ। ବୁଝାମଣା ବିଫଳ ହେଲା ଓ ଦୁଇମାସର ଅସ୍ତ୍ରବିରତି ପରେ ମାର୍ଚ୍ଚରୁ ପୁନର୍ବାର ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିଦେଲା। ତେବେ ହୁଟିର ଏବକାର ମିଶାଇଲ ଆକ୍ରମଣ ପରେ ଏକ ନୂଆ ଦିଗ ବାହାରିଲାଣି।
କେବଳ ଇସ୍ରାଏଲ ଏବଂ ହମାସ ମଧ୍ୟରେ ସୀମିତ ରହିବା ପରିବର୍ତ୍ତେ ଏହି ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି; ଯାହା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅନ୍ୟ ଦେଶଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହମାସକୁ ଦେଇଥିବା ଧମକର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ। ଟ୍ରମ୍ପ୍‌ ବିବୃତି ଦେଇ ହମାସକୁ ୪୮ ଘଣ୍ଟା ମଧ୍ୟରେ ସବୁ ପଣବନ୍ଦୀଙ୍କୁ ମୁକ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତତ୍‌ସହିତ ମାର୍ଚ୍ଚ ୬ ତାରିଖରେ କହିଥିଲେ, ଯଦି ହମାସ ତାଙ୍କ କଥା ନ ଶୁଣେ ତେବେ ସବୁକିଛି ଧ୍ୱଂସ କରିଦେବେ। ହମାସ ଗାଲୁଆମି କରି ଟ୍ରମ୍ପ୍‌ଙ୍କ ଧମକକୁ ପାଣିରେ ଗାର ଭାବେ ପ୍ରମାଣ କରିଦେଲାଣି। ସେଭଳି ପରିସ୍ଥିତିରେ ଆମେରିକା ତାହାର ଭାବମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ସାରିଲାଣି। ମନେହୁଏ, ପୃଥିବୀରେ ଏକ ନୂଆ ପର୍ଯ୍ୟାୟ ସୃଷ୍ଟି ହେବାର ଏହା ପ୍ରଥମ ଲକ୍ଷଣ । ଏଥିରେ ଭାରତ ଭଳି ଦେଶର ଗୁରୁତ୍ୱ ଓ ଭୂମିକା ଆହୁରି ଅଧିକ ଗୌଣ ହେବାର ସମ୍ଭାବନା ସ୍ପଷ୍ଟ ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri