Posted inଜାତୀୟ

ସ୍ତ୍ରୀଙ୍କ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍‌ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ…

ମୁଜାଫରପୁର,୧୭।୬: ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପ୍ରତି ନିଷ୍ଠୁରତାର ଏକ ଘଟଣା ସାମ୍ନାକୁ ଆସିଛି। ମୁଜାଫରପୁରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ପରେ ଗରମ ଆଇରନ୍‌ ମାଡ଼ି ଦେଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟୁତ ଆଘାତ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ମୁଜାଫରପୁର ଜିଲାର ଦେଓରିଆ କୋଠି ଅଞ୍ଚଳର ବୋଲି କୁହାଯାଉଛି।

ମହିଳାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ସ୍ବାମୀଙ୍କ ନାମ ଶତ୍ରୁଘ୍ନ ରାୟ (୪୦)। ମହିଳା କହିଛନ୍ତି, ତାଙ୍କ ସ୍ବାମୀ, ଶାଶୁ ଏବଂ ଶ୍ୱଶୁର ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ମହିଳା ଦେଓରିଆ ଥାନାରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ପୀଡିତା ମହିଳା କହିଛନ୍ତି, ତାଙ୍କର ତିନୋଟି ପିଲା ଅଛନ୍ତି। ତାଙ୍କ ସ୍ବାମୀଙ୍କର ଏକ ମେକଅପ ଦୋକାନ ଅଛି। ଜୁନ ୧୩ ତାରିଖରେ ସ୍ବାମୀ ତାଙ୍କୁ ନିର୍ମମ ଭାବରେ ପିଟିଥିଲେ। ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ସେ ସନ୍ଦେହ କରୁଥିଲେ ଯେ ମୋର ଗାଁର କାହା ସହିତ ଅବୈଧ ସମ୍ପର୍କ ଅଛି।

ସ୍ବାମୀଙ୍କ ଅବୈଧ ସମ୍ପର୍କ ଅଭିଯୋଗ ପରେ ପୀଡିତା କହିଥିଲେ ଯେ, ତାଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ଉଚିତ। ଏଥିରେ ସ୍ବାମୀ ରାଗିଗଲେ। ଏହା ପରେ ସେ ନିଷ୍ଠୁରତା କଲେ। ସେ ତାଙ୍କୁ ଏକ ଘରେରେ ବନ୍ଦ କରି ଦେଇଥିଲେ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ଖାଦ୍ୟ ଦେଇ ନ ଥିଲେ। ଶ୍ୱଶୁର ଘର ଲୋକେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ।

ପଡ଼ୋଶୀମାନେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ପୋଲିସକୁ ଜଣାଇଥିଲେ। ଜୁନ ୧୫ରେ ପୀଡିତାଙ୍କ ଭାଇ ତାଙ୍କ ଶ୍ୱଶୁର ଘରକୁ ଆସି ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଏହି ମାମଲାରେ ପୋଲିସ କହିଛି, ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମାମଲାରେ ଅଭିଯୁକ୍ତ ଶ୍ୱଶୁର ଘରର ଅନ୍ୟ ସଦସ୍ୟମାନଙ୍କୁ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri