ସ୍ତ୍ରୀକୁ ଗଳା ଚିପି ହତ୍ୟା କଲେ ସ୍ବାମୀ, ହତ୍ୟା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ

ଲାଞ୍ଜିଗଡ, ୨।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ବିଜେପୁର ପଞ୍ଚାୟତ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ବୁଧବାର ବିଜେପୁର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ମୃତ ମହିଳା ଜଣକ ସର୍ଗିଗୁଡା ଗ୍ରାମର ଫୁଲସିଙ୍ଗ ମାଝୀଙ୍କ ସ୍ତ୍ରୀ ବୁତ୍ରୀ ମାଝୀ (୫୫)ଅଟେ । ସୂଚନାନୁସାରେ ଫୁଲସିଙ୍ଗ ମାଝୀ ଓ ସ୍ତ୍ରୀ ବୁତ୍ରୀ ମାଝୀ ପରିବାର ସହିତ ସର୍ଗିଗୁଡାରେ ରହୁଥିଲେ । ଫୁଲସିଙ୍ଗର ପାଞ୍ଚ ଗୋଟି ଝିଅ ଦୁଇଟି ପୁଅ ଥିବାବେଳେ ଚାରିଗୋଟି ଝିଅ ବାହା ହୋଇଯାଇଛନ୍ତି । ଫୁଲସିଙ୍ଗ ସ୍ତ୍ରୀଙ୍କ ସହିତ ନିକଟସ୍ଥ ଜଙ୍ଗଲ ନିକଟରେ ଏକୁଟିଆ ଘର କରି ରହୁଥିଲେ । ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ପୁଲସିଙ୍ଗ ନିଜ ସ୍ତ୍ରୀ ବୁତ୍ରୀ ମାଝଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ହତ୍ୟାପରେ ସେଠାରୁ ଫେରାର ହୋଇ ଯାଇଥିଲେ । ମଙ୍ଗଳବାର ସକାଳେ ପରିବାର ଲୋକେ ଖବରପାଇ ଥିବା ବେଳେ ମୃତ ବୁତ୍ରୀର ଭାଇକୁ ଖବର ଦେଇଥିଲେ । ଖବରପାଇ କଳାହାଣ୍ଡି ଜିଲା ସିଲେଟ ପଞ୍ଚାୟତ କର୍ଲ।ପାଟ ଥାନା ଅନ୍ତର୍ଗତ କାରାବାଲି ଗ୍ରାମରୁ ମୃତ ବୁତ୍ରୀର ଭାଇ ବାନାଙ୍ଗ ମାଝୀ ମଙ୍ଗଳବାର ପହଞ୍ଚି ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପରେ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ । ମଙ୍ଗଳବାର ସା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବୁଧବାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଖଜୁରଗୁଡା ନିକଟସ୍ଥ କେନ୍ଦୁପେଟ ଗ୍ରାମରେ ଲୁଚିଥିବା ଅଭିଯୁକ୍ତ ପୁଲସିଙ୍ଗକୁ ଗିରଫ କରି ଥାନାକୁ ନେଇ ପଚରା ଉଚୁରା କରିଥିଲେ । ପଚରା ଉଚୁରା ପରେ ଅଭିଯୁକ୍ତ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ବିଜେପୁର ଥାନା କେଶ ନଂ୨୮/୨୫ ରେ ଧାରା ୧୦୩(୧) ବିଏନଏସ ଅନୁଯାୟୀ ଅଭିଯୁକ୍ତ ପୁଲସିଙ୍ଗକୁ ବୁଧବାର ରାତିରେ କୋର୍ଟ ଚାଲାଣ କରିଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନି ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ ଜାମିନ ନମିଳିବାରୁ ଜେଲ ହାଜତକୁ ପଠେଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ASIଙ୍କ ଆକସ୍ମିକ ମୃତ୍ୟୁ: କାନ୍ଦବୋବାଳିରେ ଫାଟୁଛି ଘର, ଶୋକାକୂଳ ପରିବେଶରେ ଗାଁରେ ହେଲା ଶେଷକୃତ୍ୟ

ଭବାନୀପାଟଣା,୩୧।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଯୁବ ପୋଲିସ ASI ପରିତୋଷ ମିଶ୍ର(୩୯)ଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri