ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଅଞ୍ଚଳରେ ୨୦୧୨ରେ ଯୌତୁକ ଦାବିକରି ସ୍ତ୍ରୀଙ୍କୁ କାଠଫାଳିଆରେ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ଅତିରିକ୍ତ ଜିଲାଜଜ୍‌-୩ ସସ୍ମିତା ପାଢ଼ୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଜେଲରେ ଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଅଭିଯୁକ୍ତ ସ୍ବାମୀ ଶ୍ରୀକାନ୍ତ ପରିଡ଼ାଙ୍କୁ ଅଦାଲତ ଆଜୀବନ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ୧୩ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦାୟ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶା ଭିକ୍ଚିମ୍‌ କମ୍ପେନସେଶନ୍‌ ସ୍କିମ୍‌ ମାଧ୍ୟମରେ ମୃତା ଲକ୍ଷ୍ମୀପ୍ରିୟା ଜେନାଙ୍କ ନାବାଳକ ପୁଅଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଶ୍ରୀକାନ୍ତଙ୍କ ବାପା ଧ୍ରୁବ ପରିଡ଼ା, ଭଉଣୀ ପ୍ରମିଳା ବିଶ୍ୱାଳ ଜାମିନରେ ଆସିଥିବାବେଳେ ଉଭୟଙ୍କ ଶୁଣାଣି ବାକି ରହିଛି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ୍ତ ମିଶ୍ର ମାମଲା ଲଢ଼ୁଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀକାନ୍ତ ରସୁଲଗଡ଼ରେ ରହି ଫିନାଇଲ, ବ୍ଲିଚିଂ ପାଉଡର ଆଦି ବ୍ୟବସାୟ କରୁଥିଲେ। ବାଲିକୁଦା ଅଞ୍ଚଳର ଲକ୍ଷ୍ମୀପ୍ରିୟାଙ୍କୁ ସେ ୨୦୦୫ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଶ୍ରୀକାନ୍ତଙ୍କୁ ୫୦ ଗ୍ରାମର ସୁନା, ୧ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଯୌତୁକ ଆକାରରେ ଦିଆଯାଇଥିଲା। ହେଲେ ପୁଣି ୧ ଲକ୍ଷ ଟଙ୍କା ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ଶ୍ରୀକାନ୍ତ ମାଡ଼ ମାରୁଥିଲେ। ପରେ ଲକ୍ଷ୍ମୀପ୍ରିୟାଙ୍କ ଭାଇ ୧୦ ହଜାର ଟଙ୍କା ଶ୍ରୀକାନ୍ତଙ୍କୁ ଦେବା ପରେ ମଧ୍ୟ ସେ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଶ୍ୱଶୁର ଧ୍ରୁବ ଓ ନଣନ୍ଦ ପ୍ରମିଳା ସହଯୋଗ କରୁଥିଲେ। ୨୦୧୨ ନଭେମ୍ବର ୭ ରାତିରେ ଶ୍ରୀକାନ୍ତ ଏକ କାଠଫାଳିଆରେ ୬ ବର୍ଷର ପୁଅ ସାମ୍ନାରେ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରବଳ ପିଟିଥିଲେ। ଫଳରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଶ୍ରୀକାନ୍ତ ନାବାଳକ ପୁଅକୁ ଧରି ରସୁଲଗଡ ଥାନାରେ ଆତ୍ମସମର୍ପଣ କରିଥିଲେ। ଯୌତୁକ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା କାକା ମାଗୁଣି ଜେନା ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମହିଳା ଥାନାରେ ଆଇପିସି ଦଫା ୪୯୮(ଏ), ୩୦୨, ୩୦୪(ବି) ଓ ଯୌତୁକ ନିରୋଧୀ ଆଇନର ଦଫା ୪ରେ ଏକ ମାମଲା (ନଂ.୪୫୬/୨୦୧୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ଶୁଣାଣି ସମୟରେ ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri