ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ଏମିତି କଥା କହିଦେଇଥିଲେ ସ୍ବାମୀ: ଭାଇରାଲ ହେଉଛି ଭିଡିଓ

ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏହି ଭିଡିଓ ଅନେକ ଗୁମର ଖୋଲିଛି।
ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା ଘଟଣା ଜିଲାରେ ବେଶ ଚର୍ଚ୍ଚା ହୋଇଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ସ୍ବାମୀ ଜାରି କରିଥିଲେ ଭିଡିଓ। ଯେଉଁଥିରେ ସେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ, ଯାହା ଏବେ ଭାଇରାଲ ହେଉଛି।

ଗତକାଲି ସକାଳେ ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ମୋନିକା ନାମକ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିବା ସହ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସ୍ତ୍ରୀ ମୋନିକାଙ୍କ ମୃତ ଦେହ ଗତକାଲି ସକାଳେ ଘର ମଧ୍ୟରୁ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ଗାଇବାର ଝିଅ ମୋନିକାକୁ ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ର ପ୍ରେମ ବିବାହ କରିଥଲେ। ସେହିଦିନ ଠାରୁ ନରେନ୍ଦ୍ର ଜେଜେମାଙ୍କ ଜମିକୁ ବନ୍ଧକ ରଖି ୬୦ ହଜାର ଟଙ୍କା ଆଣି ଦୋକାନ କରିଥିଲେ। ଗାଇବାରେ ଶାଶୁ ଘରେ ମୋ ସ୍ତ୍ରୀ ରହୁଥିଲେ। ମୋ ସ୍ତ୍ରୀକୁ ତା ମା’ ହିଁ ଅନ୍ୟ ପୁଅ ସହ କଥା ହେବାପାଇଁ ସାହାଯ୍ୟ କରୁଥିଲେ ବୋଲି ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କରିଥିବା ନରେନ୍ଦ୍ର ଭିଡିଓରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri