ଶିଳ୍ପା ସେଟ୍ଟୀଙ୍କୁ ଏମିତି ଦାମୀ ଉପହାର ଦେଇ ଖୁସି କରୁଥିଲେ ସ୍ବାମୀ ରାଜ କୁନ୍ଦ୍ରା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଏକ ହଟ୍‌ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ରାଜ ଶିଳ୍ପାଙ୍କୁ ଖୁସିରେ ରଖିବା ପାଇଁ ଏତେ ଦାମୀ ଉପହାର ଦେଉଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏଥି ମଧ୍ୟରେ ବୁର୍ଜ ଖଲିଫାରେ ଫ୍ଲାଟ୍‌, ଲମ୍ବୋର୍ଗିନି କାର ଏବଂ ଦାମୀ ହୀରା ମୁଦି ପର୍ଯ୍ୟନ୍ତ ଉପହାର ଅନ୍ତର୍ଭୁକ୍ତ। ଶିଳ୍ପା ଅନେକ ସମୟରେ ତାଙ୍କ ହାତରେ ଏକ ସୁନ୍ଦର ହୀରା ମୁଦି ପିନ୍ଧିଥାନ୍ତି। ୨୦ କ୍ୟାରେଟର ଏହି ଚମତ୍କାର ହୀରା ମୁଦିକୁ ରାଜ ତାଙ୍କ ନିର୍ବନ୍ଧରେ ଦେଇଥିଲେ।
୨୦୧୨ରେ, ରାଜ ଦୁବାଇର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶିଳ୍ପା ଶେଟ୍ଟୀଙ୍କୁ ଏକ ସୁପର ବିଳାସପୂର୍ଣ୍ଣ ଫ୍ଲାଟ ଉପହାର ଦେଇଥିଲେ। ଏହି ଫ୍ଲାଟଟି ୧୯ ତମ ମହଲା ଉପରେ ରହିଛି। ଏହି ଫ୍ଲାଟର ମୂଲ୍ୟ ୫୦ କୋଟି ଟଙ୍କା। ମହଙ୍ଗା ଉପହାର ଦେବାକୁ ଭଲପାଉଥିବା ରାଜ ପୁଣି ଥରେ ଶିଳ୍ପାଙ୍କୁ ଲମ୍ବୋର୍ଗିନି କାର ଉପହାର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବିଶେଷ କଥା ହେଉଛି ଏହି ସୁପର ବିଳାସପୂର୍ଣ୍ଣ କାର ଭାରତରେ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଶିଳ୍ପାଙ୍କ ଗ୍ୟାରେଜରେ ପହଞ୍ଚିଥିଲା। ଶିଳ୍ପା ପ୍ରାୟତଃ ଶୁଣାଯାଏ ଯେ, ସେ ସମୁଦ୍ର ଆଡକୁ ଥିବା ଘରକୁ ଭଲ ପାଆନ୍ତି। ତାଙ୍କ ସ୍ବାମୀ ରାଜ ମଧ୍ୟ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିଥିଲେ। ରାଜ ତାଙ୍କୁ ସମୁଦ୍ର ନିକଟରେ ‘କିନାରା’ ନାମକ ଏକ ବଙ୍ଗଳା ଉପହାର ଦେଇଥିଲେ। ଏହା ବ୍ୟତୀତ ତାଙ୍କର ବିଦେଶରେ ମଧ୍ୟ ଅନେକ ସମ୍ପତ୍ତି ଅଛି। ଯେଉଁଥିରେ ଲଣ୍ଡନରେ ୭ ବଖରା ବିଳାସପୂର୍ଣ୍ଣ ଘର ‘ରାଜମହଲ’ ଏବଂ ବିଳାସପୂର୍ଣ୍ଣ ଫ୍ଲାଟ ଯାହାର ମୂଲ୍ୟ ୭ କୋଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri