ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମାଣିକମରା ଗାଁ ଠାକୁରମୁଣ୍ଡା ସାହିର ପରି ମୁଣ୍ଡା। ପରି ଆଜକୁ ୩ ବର୍ଷ ତଳେ ଠାକୁରମୁଣ୍ଡା ସାହିର ସରମା ଗଇଙ୍କୁ ପ୍ରେମ ବିବାହ କରିଥିଲେ। ପରିଙ୍କ ଘର ପାଲଲହଡା ଅଞ୍ଚଳରେ ହୋଇଥିବା ସୂଚନା। ସେ କଟକରେ ଶ୍ରମିକ କାମ କରୁଥିବା ବେଳେ ସରମାଙ୍କ ସଂସ୍ପର୍ଶରେ ଆସିବା ସହିତ ପ୍ରେମ ବିବାହ କରିଥିଲେ। ପୂର୍ବରୁ ସରମାଙ୍କର ସ୍ତ୍ରୀ ଓ ପିଲା ଛୁଆ ମଧ୍ୟ ରହିଛନ୍ତି। ବିବାହ ପରଠାରୁ ପାରିବାରିକ ଜୀବନରେ କଳହ ହୋଇ ଆସୁଥିଲା। ଏପରିକି ପରିଙ୍କ ୩ ମାସର ଗର୍ଭକୁ ସରମା ନଷ୍ଟ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ ୨୭ ତାରିଖ ବିଳମ୍ବିତ ରାତିରେ ପରିଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାମୀ ବାପ ଘରକୁ ଖବର ଦେଇଥିଲେ। ଯାହାକୁ ନେଇ ପରଜଙ୍ଗ ଥାନାରେ ବାପଘର ଲୋକ କାଲି ରାତିରେ ଥାନାରେ ହତ୍ୟା ଅଭିଯୋଗ ପରେ ଆଜି ଜିଲା ଫରେନସିକ୍ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତନାଘନା ଆରମ୍ଭ କରି ଦେଇଛି। ମୃତଦେହ ଜବତ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ତେବେ ପୋଲିସ ସ୍ବାମୀ ସରମା ଗଇଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

