Posted inଜାତୀୟ

ମା’ ହେବାକୁ ଯାଉଛନ୍ତି ସ୍ବାମୀ ହତ୍ୟାକାରୀ ମୁସ୍କାନ: ଗର୍ଭସ୍ଥ ଶିଶୁଙ୍କ ପିତା କିଏ? ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୮।୪: ମିରଟର ସୌରଭ ହତ୍ୟା ମାମଲାର ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ମା’ ହେବାକୁ ଯାଉଛନ୍ତି। ତାଙ୍କ ଗର୍ଭଧାରଣ ଟେଷ୍ଟ ପଜିଟିଭ ବାହାରିଛି। ମୁସ୍କାନ ଜେଲରେ ଅନେକ ଥର ବାନ୍ତି କରିବାରୁ ଜେଲ ପ୍ରଶାସନ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ରିପୋର୍ଟ ଆସିବା ପରେ ସେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ମୁସ୍କାନ ଗର୍ଭବତୀ ଥିବା ଜଣାପଡିବା ପରେ ତାଙ୍କ ଗର୍ଭରେ କାହାର ସନ୍ତାନ ଅଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। କାରଣ ସ୍ବାମୀ ସୌରଭ ରାଜପୁତ ଏବଂ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମୁସ୍କାନଙ୍କ ସମ୍ପର୍କ ଥିଲା।

ମୁସ୍କାନ ଏବଂ ସାହିଲ ମାର୍ଚ୍ଚ ୧୯ରୁ ମିରଟ ଜିଲା ଜେଲରେ ବନ୍ଦୀ ଅଛନ୍ତି। ମୁସ୍କାନ ପ୍ରେମିକ ସାହିଲଙ୍କ ସହିତ ମିଶି ସ୍ବାମୀ ସୌରଭଙ୍କୁ ହତ୍ୟା କରିଥିଲେ। ଜେଲକୁ ଆସିବା ପରେ, ମୁସ୍କାନର ପ୍ରାଥମିକ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ମିରଟର ବ୍ରହ୍ମପୁରୀର ଇନ୍ଦିରା ନଗରରେ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ, ପୋଲିସ ମୁସ୍କାନଙ୍କ ମା’ କବିତା ରସ୍ତୋଗୀ ଏବଂ ବାପା ପ୍ରମୋଦ ରସ୍ତୋଗୀଙ୍କୁ ଥାନାକୁ ଡକାଇ ସେମାନଙ୍କ ବୟାନ ରେକର୍ଡ କରିଥିଲା। ମୁସ୍କାନଙ୍କ ବାପାମାଆ ପୋଲିସ ଆଗରେ ହତ୍ୟାର ଖୁଲାସାକୁ ପୁଣି ଥରେ ଦୋହରାଇଛନ୍ତି। ଶୀଘ୍ର ବାକି ଲୋକଙ୍କ ବୟାନ ରେକର୍ଡ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ପୋଲିସର ଚାର୍ଜସିଟ ମଧ୍ୟ ପ୍ରାୟ ପ୍ରସ୍ତୁତ। ଖୁବ୍‌ଶୀଘ୍ର କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ। ସୌରଭଙ୍କ ଝିଅ ପିହୁ ତାଙ୍କ ଜେଜେମା’ଙ୍କ ପାଖରେ ଅଛନ୍ତି।

ମାର୍ଚ୍ଚ ୩ ରାତିରେ, ଇନ୍ଦିରା ନଗର ନିବାସୀ ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ହତ୍ୟା କରିଥିଲେ। ଉଭୟ ସୌରଭଙ୍କୁ ବେହୋସ କରିଦେଇଥିଲେ ଏବଂ ତାଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ। ହତ୍ୟା ପରେ, ମୃତଦେହକୁ ବାଥରୁମକୁ ନିଆଯାଇ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ମାର୍ଚ୍ଚ ୪ରେ ଏକ ନୀଳ ଡ୍ରମ କିଣି ସେଥିରେ ମୃତଦେହ ରଖିଥିଲେ। ସିମେଣ୍ଟ ଏବଂ ବାଲି ମିଶାଇ ଏହାକୁ ପ୍ଲାଷ୍ଟର କରିଦେଇଥିଲେ। ୧୧ ମାର୍ଚ୍ଚରେ, ମୁସ୍କାନ ମନାଲିରେ ସାହିଲଙ୍କ ଜନ୍ମଦିନ ପାଳନ କରିଥିଲେ। ସାହିଲ ଏବଂ ମୁସ୍କାନ ୧୭ ମାର୍ଚ୍ଚ ବିଳମ୍ବିତ ରାତିରେ ମିରୁଟ ଆସିଥିଲେ ଏବଂ ୧୮ ମାର୍ଚ୍ଚରେ ମୁସ୍କାନ ସୌରଭଙ୍କ ହତ୍ୟାର ଖୁଲାସା କରିଥିଲେ।

ମୁସ୍କାନ ବାପାମାଆ କହିଛନ୍ତି, ୧୮ ମାର୍ଚ୍ଚ ସକାଳେ ମୁସ୍କାନ ପ୍ରଥମେ ସୌରଭଙ୍କ ହତ୍ୟାର ଏକ ମିଥ୍ୟା କାହାଣୀ କହିଥିଲେ। ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରାଗଲା। ତାଙ୍କୁ ପୋଲିସ ଷ୍ଟେଶନକୁ ନିଆଯିବା ପରେ ସେ ସୌରଭଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୋଲିସ ଉଭୟଙ୍କ ବୟାନ ରେକର୍ଡ କରିଛି। ଏହି ମାମଲାରେ ସାହିଲ ଏବଂ ମୁସ୍କାନ ଜେଲରେ ଅଛନ୍ତି। ଏପ୍ରିଲ ୧୫ରେ ଉଭୟ କୋର୍ଟରେ ପୁଣି ହାଜର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri