ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଗୌଡ଼ଗାଁ କୁଆଗୋଠଣା ଗାଁରେ। ସୌଭାଗ୍ୟବଶତଃ ଘରେ କେହି ନ ଥିଲା ବେଳେ ୨ ବଖରା ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛ। ପାରିବାରିକ ବିବାଦରୁ ସ୍ବାମୀ-ସ୍ତ୍ରୀ ପରସ୍ପର ଠାରୁ ଅଲଗା ରହୁଥିଲେ।


