ପରକୀୟା ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ସ୍ବାମୀ ଦେଉଥିଲେ ନିର୍ଯାତନା: କୋର୍ଟ ଶୁଣାଇଲେ ଏମିତି ରାୟ

ମୋରଡା,୧୮।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍‌ଏଫସି କୋର୍ଟରେ ଗୁରୁବାର ସ୍ତ୍ରୀଙ୍କୁ ମାରପିଟ ଏବଂ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଶ୍ରୁତି ପଟ୍ଟନାୟକ ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ପୀଡିତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ମୋରଡ଼ା ଥାନା ଅଧୀନ ସିନ୍ଦୁରଯୋଡ଼ା ଗ୍ରାମର କାଜଲ ମାର୍ଣ୍ଡି ଗ୍ରାମର ସନାତନ ମାର୍ଣ୍ଡିଙ୍କୁ ବିବାହ କରିଥିଲେ l ବିବାହର କିଛି ବର୍ଷ ପରେ ସନାତନ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ।

ପରେ ସନାତନ ଚକୁଳିଆ ଗ୍ରାମର ଜଣେ ମନାମକ ଝିଅଙ୍କୁ ଦ୍ୱିତୀୟ ବିବାହ କରି ଘରକୁ ଆଣିଥିଲେ l କାଜଲ ଏହାକୁ ବିରୋଧ କରିବାରୁ ସନାତନ ତାଙ୍କୁ ମାର୍‌ପିଟ କରିଥିଲେ। ଏନେଇ କାଜଲ ପୋଲିସକୁ ଜଣାଇଥିଲେ। ହେଲେ ଗ୍ରାମର କିଛି ଭଦ୍ର ଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା l

କିନ୍ତୁ କିଛି ଦିନ ପରେ ସନାତନ ପୁଣି କାଜଲଙ୍କୁ ମାର୍‌ପିଟ କରିବା ଆରମ୍ଭ କରିଥିଲେ। ଦିନେ କାଜଲଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏସବୁ ଘଟଣାରେ ସନାତନଙ୍କ ଦ୍ୱିତୀୟ ସ୍ତ୍ରୀ ସମ୍ପୃକ୍ତି ମନେଇ କାଜଲ ସନ୍ଦେହ କରିଥିଲେ।

ଦିନେ କାଜଲଙ୍କୁ ସନାତନ ମାଡ଼ ମାରୁଥିବା ସମୟରେ ଗ୍ରାମବାସୀ ଭୀମ ମୁର୍ମୁ, ଗୋବିନ୍ଦ ମୁର୍ମୁ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ମୋରଡା ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୨/୦୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ସ୍ବାମୀ ସନାତନଙ୍କୁ ଗିରଫ କରିଥିଲା। ପରେ ମାମଲା କୋର୍ଟକୁ ଯାଇଥିଲା। ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ବିଚାରପିତି ଅଭିଯୁକ୍ତଙ୍କୁ ଏହି ଦଣ୍ଡଦେଶ ଶୁଣାଇଛନ୍ତି। ଏପିପି ସମ୍ବିତ ଦାଶ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ବିଜେଡିରେ ଯୁବନେତା କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ ଏବେ ଜିଲା ଭିତରେ ବିରୋଧ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri