ବସ୍‌ ଧକ୍କାରେ ସ୍ବାମୀ ମୃତ: ସ୍ତ୍ରୀ, ୨ ଝିଅ ଗୁରୁତର

ଦେଓଗାଁ,୯ା୨(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟିଟିଲାଗଡ଼ର ସରୋଜ ପଶାୟତ। ଅପରାହ୍ନରେ ଉଡାର ଗ୍ରାମରୁ ସରୋଜ ତାଙ୍କ ସ୍ତ୍ରୀ କରିଶ୍ମା ପଶାୟତ, ଦୁଇ ଝିଅଙ୍କୁ ଧରି ବାଇକ୍‌ରେ ବଲାଙ୍ଗୀର ନିକଟସ୍ଥ ଖୁଜେନପାଲିକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ହେଲେ ସିନଖମନ ନିକଟ ରାଣୀବନ୍ଧ ନିକଟରେ ବାଇକ୍‌କୁ ସାମ୍ନାପଟରୁ ଏକ ବସ୍‌ ଧକ୍କା ଦେଇଥିଲା ା ଫଳରେ ସରୋଜ ଓ ଅନ୍ୟମାନେ ଗାଡିରୁ ଝିିଟିକ ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଳେ। ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ା ଦେଓଗାଁ ଓ ସଦର ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।