ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ

ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପୁନର୍ଜୀବିତ କରିବା ଲାଗି ଶବକୁ ଗୋବରରେ ଆଚ୍ଛାଦିତ କରିଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।
ପୋଲିସ ଷ୍ଟେସନ ଅଧିକାରୀ ଦୀପକ ପର୍ଶର କହିଛନ୍ତି, ସ୍ଥାନୀୟ ଗ୍ରାମର ଭାୟାଲାଲ ଇଭେନଙ୍କ ଘରୁ ପୋଲିସ ତାଙ୍କ ସ୍ତ୍ରୀ ସୁନୀତାଙ୍କ ଶବ ଉଦ୍ଧାର କରିଥିଲା। ସୁନୀତାଙ୍କ ଶରୀରକୁ ପୁରା ଗୋବରରେ ଆଚ୍ଛାଦିତ କରାଯାଇଥିଲା। ଘର ମଧ୍ୟରୁ ଦୁର୍ଗନ୍ଧ ଆସିବା ପରେ ଗ୍ରାମବାସୀ ପୋଲିସକୁ ଏନେଇ ଖବର ଦେଇଥିଲେ। ଅନୁସନ୍ଧାନବେଳେ ଭାୟାଲାଲ ପୋଲିସକୁ କହିଥିଲା, ସେ ସହର ବାହାରେ ରହୁଛି। କିଏ ତାଙ୍କ ସ୍ତ୍ରୀକୁ ହତ୍ୟା କରିଛି ଜାଣିନାହିଁ। ପୋଲିସ କିନ୍ତୁ ତାକୁ ଥାନାକୁ ନେଇ କଡ଼ା ପଚରାଉଚରା କରିବାପରେ ଭାୟାଲାଲ୍‌ ଦୋଷ ସ୍ବୀକାର କରିଥିଲା। ମଦ୍ୟପାନକୁ ନେଇ ଅଗଷ୍ଟ ୨୬ରେ ଭାୟାଲାଲ୍‌ ଓ ସୁନୀତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଭାୟାଲାଲ୍‌ ଏକ ବାଡ଼ିରେ ସୁନୀତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ସୁନୀତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଭୟରେ ଭାୟାଲାଲ୍‌ ଜଣେ ଯାଦୁଗରଙ୍କ ସହାୟତା ନେଇଥିଲେ। ଯାଦୁଗରଜଣଙ୍କ ସୁନୀତାଙ୍କୁ ପୁନର୍ଜୀବିତ କରିଦେବା ପାଇଁ ଭାୟାଲାଲଙ୍କୁ କହିଥିଲେ। ଯାଦୁଗରଙ୍କ ପରାମର୍ଶକ୍ରମେ ଭାୟାଲାଲ ସୁନୀତାଙ୍କ ଶବକୁ ଗୋବରରେ ଆଚ୍ଛାଦିତ କରିଥିଲେ। ପୋଲିସ ଏବେ ଯାଦୁଗରକୁ ଖୋଜିବା ଲାଗି ଉଦ୍ୟମ ଚଳାଇଛି।

Share