ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ କଣ୍ଡାଗରି(୪୫)।

ଘଟଣାରୁ ପ୍ରକାଶ ଯେ, ବୁଧବାର କୌଣସି କାରଣକୁ ନେଇ ବାଲେୟା କଣ୍ଡାଗରି(୫୦) ତାଙ୍କ ସ୍ତ୍ରୀ ସିନ୍ଧେଙ୍କୁ ଠେଙ୍ଗାରେ ପିଟିଥିଲେ। ସିନ୍ଧେଙ୍କ ପୁଅ ଡଙ୍ଗରରୁ ଫେରି ମା’ଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ହତବାକ ହୋଇପଡ଼ିଥିଲେ। ବାରମ୍ବାର ଠେଙ୍ଗାରେ ପିଟିବାରୁ ସିନ୍ଧେଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଶେଷଖାଲ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବାଲେୟାଙ୍କୁ ଗିରଫ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri