ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଜୟରାମ ନାୟକ (୩୨)। ଅଭିଯୁକ୍ତଙ୍କ ବିରୋଧରେ ଆସିକା ଥାନାରେ ନଂ. ୩୧୪/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।