ସ୍ତ୍ରୀ ଅଧ୍ୟକ୍ଷା, ସ୍ବାମୀ ଉପାଧ୍ୟକ୍ଷ

ଗୁଣପୁର,୭ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦକୁ ଦଖଲ କରିଛନ୍ତି ସ୍ତ୍ରୀ ଏବଂ ସ୍ବାମୀ। ସ୍ବାଧୀନ ପ୍ରାର୍ଥତ୍ନୀ ମମତା ଗୌଡ଼ ପୌରାଧ୍ୟକ୍ଷ ହୋଇଥିବା ବେଳେ ସ୍ବାମୀ ଶିବ ପ୍ରସାଦ ଗୌଡ଼ ଉପାଧ୍ୟକ୍ଷ ହୋଇ ଗୁଣପୁର ରାଜନୀତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି।
ଉପାଧ୍ୟକ୍ଷ ନିର୍ବାଚନରେ ଗୁରୁବାର ୬ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀଙ୍କ ଦେଖା ମିଳି ନ ଥିଲା। ୧୯ ୱାର୍ଡରୁ ୮ଟି ୱାର୍ଡରେ ବିଜେଡି ବିଜୟ ଲାଭ କରିଥିଲେ ମଧ୍ୟ ଉପାଧ୍ୟକ୍ଷ ନିର୍ବାଚନରେ ଦଳର କୌଣସି ପ୍ରାର୍ଥୀ ସାମିଲ ହୋଇ ନ ଥିଲେ। ବିଜେଡି ରାଜ୍ୟରେ ପତିଆରା ଜାହିର କରିଥିବାବେଳେ ଗୁଣପୁରରେ ଦଳର ଏଭଳି ଶୋଚନୀୟ ସ୍ଥିତି ସମଗ୍ର ଜିଲା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଉପାଧ୍ୟକ୍ଷ ନିର୍ବାଚନରେ ସାମିଲ ପାଇଁ ଦଳୀୟ ପ୍ରାର୍ଥୀ ସାହସ ଜୁଟାଇ ପାରି ନ ଥିଲେ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୌର ନିର୍ବାଚନରେ ଅଧ୍ୟକ୍ଷା ସମେତ ୧୯ଟି ୱାର୍ଡରୁ ୧୧ଟି ୱାର୍ଡରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବଙ୍କ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ କାଉନସିଲର ହୋଇଥିଲେ। ମମତା ୯୫୩୬ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡିର ସଞ୍ଜୁୁକ୍ତା ସାହୁ(୫୧୩୮ ଭୋଟ)ଙ୍କୁ ହରାଇ ଅଧ୍ୟକ୍ଷା ହୋଇଥିଲେ। ସେହିପରି ବିଜେଡିକୁ ୧୯ଟି ଓ୍ବାର୍ଡ ମଧ୍ୟରୁ ୮ ଟି ପାଇ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଜିଲା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ ଏବଂ ଶିବ ଗୌଡ଼ଙ୍କ ସଫଳ ଯୋଡ଼ି ପୂର୍ବରୁ ଅନେକ ନିର୍ବାଚନରେ ବିଜେଡି ପାଇଁ ସଫଳତା ଆଣିଥିଲା। ପରେ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁ ଦୂରତା ବଢ଼ିଥିଲା। ରାଜ୍ୟ ନେତୃତ୍ବ ମଧ୍ୟ ବିବାଦ ତୁଟାଇବାରେ ସଫଳ ହୋଇ ନ ଥିଲେ। ପରିଣାମ ସ୍ବରୂପ ଗୁଣପୁର ବ୍ଲକ ଏବଂ ପୌର ପରିଷଦ ବିଜେଡି ହାତରୁ ଖସି ମମତା ଏବଂ ଶିବ ଦମ୍ପତିଙ୍କ କବ୍‌ଜାକୁ ଚାଲିଯାଇଛି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶିବପ୍ରସାଦଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ନିଜ ସମର୍ଥନରେ ଶିବ ସ୍ବାଧୀନ ପ୍ରାର୍ଥୀ କରି ପ୍ରତିଦ୍ବନ୍ଦ୍ୱିତା କରାଇଥିଲେ। ହେଲେ ତ୍ରିନାଥ ହାରିଯାଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ତ୍ରିନାଥ ଏବଂ ଗୁଡ଼ାରିର ରାମକ୍ରିଷ୍ଣାଙ୍କୁ ପୁଣିଥରେ ବିଜେଡିରେ ସାମିଲ କରାଯାଇଥିଲା। ହେଲେ ଶିବଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଶିବ ଗୁଣପୁର ଏନ୍‌ଏସି ଅଧ୍ୟକ୍ଷ ରହିଥିଲେ। ତାଙ୍କ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ପ୍ରସଙ୍ଗକରି ସେ ଚଳିତ ପୌର ନିର୍ବାଚନରେ କାଉନସିଲର ପ୍ରାର୍ଥୀ ହେବା ସହ ସ୍ତ୍ରୀ ମମତାଙ୍କୁ ଅଧ୍ୟକ୍ଷା ପ୍ରାର୍ଥତ୍ନୀ କରି ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri