Posted inଜାତୀୟ

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ ସର୍ତ୍ତରେ। ଗୋଟିଏ କବରରେ ହାତରେ ହାତ ରଖି ଆମକୁ ବିଦାୟ ଦେବ। ଏଭଳି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ନାଗପୁର ଜିଲାର ମାର୍ଟିନ ନଗରରେ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ସେ ବିବାହ ଦିନର ପୋଷାକ ପିନ୍ଧି ୨୬ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ହେଲେ ମଙ୍ଗଳବାର ଆତ୍ମହତ୍ୟା କରିନେଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ପତ୍ନୀପତି ଭିଡିଓ କରି ପରିଜନମାନଙ୍କୁ ନ କାନ୍ଦିବା ଲାଗି ଅପିଲ କରିଥିଲେ। ଏପରିକି ଏହାକୁ ଷ୍ଟାଟସ୍‌ରେ ରଖିଥିଲେ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

୫୪ ବର୍ଷୀୟ ଜାରିଏଲ ଓସ୍କାର ମୋନକ୍ରିପ୍‌ଙ୍କ ମୃତଦେହ ରୋଷେଇ ଘରୁ ଝୁଲନ୍ତା ଅବସ୍ଥାରେ ମିଳୁଥିଲା। ସେହିଭଳି ପତ୍ନୀ ଆନି ଜାରିଏଲ ମୋନକ୍ରିପ(୪୬)ଙ୍କ ମୃତଦେହ ଡ୍ରଇଂ ରୁମ୍‌ରେ ଥିବା ଖଟ ଉପରେ ପଡ଼ିଥିଲା। ୨୬ ବର୍ଷ ତଳେ ପିନ୍ଧିଥିବା ବିବାହ ଡ୍ରେସ୍‌କୁ ସେ ପିନ୍ଧିଥିବା ବେଳେ ତାଙ୍କ ମୃତଦେହକୁ ଧଳା କପଡ଼ାରେ ଗୁଡ଼ା ଯାଇଥିଲା। ଏପରିକି ତାଙ୍କ ଉପରେ ଫୁଲ ପକାଯାଇଥିଲା। ଏହି ଦୃଶ୍ୟ ଦେଖି ଜାରିଏଲ ସମ୍ଭବତଃ ପତ୍ନୀଙ୍କୁ ଆଗ ଜୀବନ ନେବାକୁ ଦେଇଥିବା ସ୍ପଷ୍ଟ ହେଉଥିବା ପୋଲିସ କହିଛି।

ସୁଇସାଇଡ୍‌ ନୋଟରେ ସେମାନେ ଲେଖିଥିଲେ- ଆମ ମୃତ୍ୟୁ ଲାଗି କେହି ଦାୟୀ ନୁହନ୍ତି। ନିଜ କଷ୍ଟ ଆଉ ସହି ହେଉନାହିଁ। ଏଣୁ ଆତ୍ମହତ୍ୟା କରୁଛୁ। ସମ୍ପର୍କୀୟଙ୍କ ମୁତାବକ ବିବାହର ୨୬ ବର୍ଷ ହୋଇଗଲାଣି, ତଥାପି ସେମାନେ ନିସନ୍ତାନ ଥିଲେ। ଆର୍ଥିକ ସ୍ଥିତି ଠିକ୍‌ ନ ଥିଲା। ଏଣୁ ଦୁହେଁ ଦୁଃଖି ଥିଲେ। ସ୍ବାମୀଙ୍କର ୪ ବର୍ଷ ହେଲାଣି ଚାକିରି ନ ଥିଲା। ସାଧାରଣ ଜୀବନଯାପନ ଲାଗି ସେମାନଙ୍କୁ କଷ୍ଟ କରିବାକୁ ପଡ଼ୁଥିଲା। ଏସବୁ ଘଟଣା ଯୋଗୁ ସେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆନି ନିଜର ଶେଷ ଇଚ୍ଛାରେ ଦୁହିଁଙ୍କୁ ଗୋଟିଏ କବରରେ ପୋତାଯାଉ ବୋଲି ଲେଖିଥିଲେ। ପୋଷ୍ଟମର୍ଟମ ପରେ ତାହା ହିଁ ହୋଇଛି। ଜରିପଟକା କ୍ୟାଥଲିକ୍‌ କବରସ୍ଥାନରେ ଦୁହିଁଙ୍କୁ ହାତରେ ହାତ ମିଶାଇ କବର ଦିଆଯାଇଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋାକେ ଭାବୁକ ହୋଇଯାଇଥିଲେ।

ପୋଲିସ ଅଧିକାରୀଙ୍କ ମୁତାବକ, ଯେତେବେଳେ ପୋଲିସ ମୃତଦେହ ଜବତ କରିବାକୁ ପହଞ୍ଚିଥିଲା, ସେଠାରେ କିଛି ସମ୍ପର୍କୀୟ ମଧ୍ୟ ପହଞ୍ଚିଥିଲେ। ସେମାନେ କହିଥିଲେ ଯେ ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଭିଡିଓ କରି ଛାଡ଼ିଥିଲେ। ପୋଲିସ ଏବେ ସମସ୍ତ ସୂଚନାକୁ କେନ୍ଦ୍ର କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri