Posted inଜାତୀୟ

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ ସର୍ତ୍ତରେ। ଗୋଟିଏ କବରରେ ହାତରେ ହାତ ରଖି ଆମକୁ ବିଦାୟ ଦେବ। ଏଭଳି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ନାଗପୁର ଜିଲାର ମାର୍ଟିନ ନଗରରେ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ସେ ବିବାହ ଦିନର ପୋଷାକ ପିନ୍ଧି ୨୬ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ହେଲେ ମଙ୍ଗଳବାର ଆତ୍ମହତ୍ୟା କରିନେଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ପତ୍ନୀପତି ଭିଡିଓ କରି ପରିଜନମାନଙ୍କୁ ନ କାନ୍ଦିବା ଲାଗି ଅପିଲ କରିଥିଲେ। ଏପରିକି ଏହାକୁ ଷ୍ଟାଟସ୍‌ରେ ରଖିଥିଲେ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

୫୪ ବର୍ଷୀୟ ଜାରିଏଲ ଓସ୍କାର ମୋନକ୍ରିପ୍‌ଙ୍କ ମୃତଦେହ ରୋଷେଇ ଘରୁ ଝୁଲନ୍ତା ଅବସ୍ଥାରେ ମିଳୁଥିଲା। ସେହିଭଳି ପତ୍ନୀ ଆନି ଜାରିଏଲ ମୋନକ୍ରିପ(୪୬)ଙ୍କ ମୃତଦେହ ଡ୍ରଇଂ ରୁମ୍‌ରେ ଥିବା ଖଟ ଉପରେ ପଡ଼ିଥିଲା। ୨୬ ବର୍ଷ ତଳେ ପିନ୍ଧିଥିବା ବିବାହ ଡ୍ରେସ୍‌କୁ ସେ ପିନ୍ଧିଥିବା ବେଳେ ତାଙ୍କ ମୃତଦେହକୁ ଧଳା କପଡ଼ାରେ ଗୁଡ଼ା ଯାଇଥିଲା। ଏପରିକି ତାଙ୍କ ଉପରେ ଫୁଲ ପକାଯାଇଥିଲା। ଏହି ଦୃଶ୍ୟ ଦେଖି ଜାରିଏଲ ସମ୍ଭବତଃ ପତ୍ନୀଙ୍କୁ ଆଗ ଜୀବନ ନେବାକୁ ଦେଇଥିବା ସ୍ପଷ୍ଟ ହେଉଥିବା ପୋଲିସ କହିଛି।

ସୁଇସାଇଡ୍‌ ନୋଟରେ ସେମାନେ ଲେଖିଥିଲେ- ଆମ ମୃତ୍ୟୁ ଲାଗି କେହି ଦାୟୀ ନୁହନ୍ତି। ନିଜ କଷ୍ଟ ଆଉ ସହି ହେଉନାହିଁ। ଏଣୁ ଆତ୍ମହତ୍ୟା କରୁଛୁ। ସମ୍ପର୍କୀୟଙ୍କ ମୁତାବକ ବିବାହର ୨୬ ବର୍ଷ ହୋଇଗଲାଣି, ତଥାପି ସେମାନେ ନିସନ୍ତାନ ଥିଲେ। ଆର୍ଥିକ ସ୍ଥିତି ଠିକ୍‌ ନ ଥିଲା। ଏଣୁ ଦୁହେଁ ଦୁଃଖି ଥିଲେ। ସ୍ବାମୀଙ୍କର ୪ ବର୍ଷ ହେଲାଣି ଚାକିରି ନ ଥିଲା। ସାଧାରଣ ଜୀବନଯାପନ ଲାଗି ସେମାନଙ୍କୁ କଷ୍ଟ କରିବାକୁ ପଡ଼ୁଥିଲା। ଏସବୁ ଘଟଣା ଯୋଗୁ ସେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆନି ନିଜର ଶେଷ ଇଚ୍ଛାରେ ଦୁହିଁଙ୍କୁ ଗୋଟିଏ କବରରେ ପୋତାଯାଉ ବୋଲି ଲେଖିଥିଲେ। ପୋଷ୍ଟମର୍ଟମ ପରେ ତାହା ହିଁ ହୋଇଛି। ଜରିପଟକା କ୍ୟାଥଲିକ୍‌ କବରସ୍ଥାନରେ ଦୁହିଁଙ୍କୁ ହାତରେ ହାତ ମିଶାଇ କବର ଦିଆଯାଇଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋାକେ ଭାବୁକ ହୋଇଯାଇଥିଲେ।

ପୋଲିସ ଅଧିକାରୀଙ୍କ ମୁତାବକ, ଯେତେବେଳେ ପୋଲିସ ମୃତଦେହ ଜବତ କରିବାକୁ ପହଞ୍ଚିଥିଲା, ସେଠାରେ କିଛି ସମ୍ପର୍କୀୟ ମଧ୍ୟ ପହଞ୍ଚିଥିଲେ। ସେମାନେ କହିଥିଲେ ଯେ ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଭିଡିଓ କରି ଛାଡ଼ିଥିଲେ। ପୋଲିସ ଏବେ ସମସ୍ତ ସୂଚନାକୁ କେନ୍ଦ୍ର କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri