Categories: କୋରାପୁଟ

କୁଆପଥର ବର୍ଷା: ଶତାଧିକ ପକ୍ଷୀ ମୃତ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କୁଆପଥର ବର୍ଷା ହୋଇଛି। ଏଥିରେ ବଡବଡ ଗଛ ଉପୁଡି ପଡଛି। କେତେକ ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି ା ବହୁ କୁଡିଆଘର ଭାଙ୍ଗିଲୋକେ ବେଘର ହୋଇଛନ୍ତି। କୋଲାର, ଚିପାକୁର, ଦଣ୍ଡାବାଡି, ତେନ୍ତୁଳିଗୁମ୍ମାରେ ବହୁ କ୍ଷତି ଘଟିଛି। ଆରଆଇ ଈଶ୍ୱର ଦୁର୍ଗା ଓ ଅମିନ ହୃଷୀକେଶ ଦାସ କୋଲାର ଓ ଚିପାକୁର ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ଦଣ୍ଡାବାଡ଼ି ଓ ତେନ୍ତୁଳିଗୁମ୍ମା ଆରଆଇ ଦଣ୍ଡାବାଡି ରେ କ୍ଷୟକ୍ଷତି ଆକଳନ କରିଛନ୍ତି। ରିପୋର୍ଟପରେ ଅଧିକ ସହାୟତା ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।