ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର ପ୍ରଧାନ(୨୩)ଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ବେଳେ ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡ଼ାର ଲମ୍ବ ୨୩୯ ସେ. ମି ରହିଥିବା ବେଳେ ବାଘର ଆନୁମାନିକ ବୟସ ୫ରୁ ୮ ବର୍ଷ ହେବ। ଗିରଫ ହୋଇଥିବା ୨ ସନ୍ଦିଗ୍ଧଙ୍କ ବୟାନ ଅନୁସାରେ ବାର୍‌ହା ଶିକାର ପାଇଁ ଫାଶ ପକାଯାଇଥିବା ଜାଲରେ ବାଘଟି ଫସି ଯାଇଥିଲା। ଉକ୍ତ ଫାଶରେ ବାଘଟି ଫସି ଯିବା ପରେ ଜବତ ହୋଇଥିବା ବନ୍ଧୁକ ଦ୍ୱାରା ଫେରାର୍‌ ଥିବା ଅନ୍ୟଜଣେ ସହଯୋଗୀ ଷଡ଼ଙ୍ଗୀ ପ୍ରଧାନ ଓ ଗିରଫ ହୋଇଥିବା ଭବାନୀ ପ୍ରଧାନ ବାଘ ମାରିଥିବା ନେଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବନ ଅଧିକାରୀ କାଜଲ କୁମାରୀ ନାୟକ ସୂଚନା ଦେଇଛନ୍ତି। ଏହି ବାଘ ଶିକାରରେ ଅନ୍ୟ ସନ୍ଦିଗ୍ଧ ଷଡ଼ଙ୍ଗୀ ପ୍ରଧାନ, ହେମନ୍ତ ପ୍ରଧାନ, ଲଣ୍ଡା ପ୍ରଧାନ, ମୁଟେଙ୍ଗା ପ୍ରଧାନ ଫେରାର ରହିଛନ୍ତି। ତାଙ୍କୁ ଗିରଫ କରବା ପାଇଁ ତଲାସ ଜାରି ରହିଛି। ବନ ବିଭାଗ ଅଧିକାରୀ କାଜଲ ନାୟକ କେସ୍‌ ନମ୍ବର ୧୦୬/୨୪-୨୫ରେ ଏକ ମାମଲା ରୁଜୁ କରି ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।
ସୂଚନା ଥାଉକି, ବାଘ ଶିକାର କରି ବାଘ ମାରି ମାଂସ ଭାଗ ବାଣ୍ଟି ଖାଇ ଦେଇଥିବା ନେଇ ଗିରଫ ଅଭିଯୁକ୍ତମାନେ ସ୍ବୀକାର କରିଥିବା ସୂଚନା ଦେଇଛି ବନ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri