ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାରୁ ବଜାର ଦର ନିୟନ୍ତ୍ରଣ ପାଇଁ ବୁଧବାର ମମତା କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା, ଟାସ୍କ ଫୋର୍ସ ଓ ଉଚ୍ଚ ପଦସ୍ଥ ପ୍ରଶାସନିକ ବୈଠକ କରି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପଶ୍ଚିମବଙ୍ଗରେ ଚାଷୀମାନେ ଆଳୁ ବିହନ ନିମନ୍ତେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଅଧିକ ଦାମରେ କିଣୁଥିବାରୁ ଚାଷୀଙ୍କ ଉତ୍ପନ୍ନ ଆଳୁ ପଶ୍ଚିମବଙ୍ଗରେ ସୁଲଭ ମୂଲ୍ୟରେ ଖାଉଟିକୁ ବିକ୍ରି ନ କରି ଆଳୁ ବ୍ୟବସାୟୀମାନେ ହିମଘରରୁ ଭିନ୍ନ ରାଜ୍ୟକୁ ଅଧିକ ମୁନାଫା ଲାଭରେ ବିକ୍ରି କରୁଥିବାରୁ ପଶ୍ଚିମବଙ୍ଗରେ ଆଳୁର ମୂଲ୍ୟବୃଦ୍ଧି ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ ଖୁବ୍ଧ ହୋଇ କହିବା ସହିତ ଯେପର୍ଯ୍ୟନ୍ତ ଆଳୁର ବଜାର ଦର ନିୟନ୍ତ୍ରଣ ନ ହୋଇଛି ସେ ପର୍ଯ୍ୟନ୍ତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ରହିବ ବୋଲି ପ୍ରଶାସନ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି ।

ଅପରପକ୍ଷରେ ଦିଦିଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବୁଧବାର ରାତିରୁ ଓଡ଼ିଶା ଅଭିମୁଖେ ଆସୁଥିବା ଶତାଧିକ ଆଳୁ ଟ୍ରକ୍‌କୁ ଓଡ଼ିଶା ସୀମାନ୍ତ ୩୫ କିମି ଦୂର ଜାତୀୟ ରାଜପଥ ବେଲଦା ନକା ପଏଣ୍ଟ ଓ ଭୋଗରାଇ ବର୍‌ ରାମନଗର ଓ ଦୀଘାଠାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆଳୁ ଓ ପିଆଜ ଗାଡ଼ି ଅଟକ ରଖାଯାଇ ଯାଞ୍ଚ କରାଯିବା ସହିତ ଗାଡ଼ିଗୁଡିକ ଫେରାଇ ଦିଆଯାଇଥିବାରୁ ଗୁରୁବାରଠୁ ଓଡ଼ିଶା ହାଟ ବଜାରରେ ଆଳୁ ପିଆଜର ଦାମ ବଢ଼ିବାରେ ଲାଗିଛି। ବୁଧବାର ବାଲେଶ୍ୱର ଜିଲା ବିଭିନ୍ନ ହାଟବଜାରରେ ଆଳୁ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଗୁରୁବାର ବିଭିନ୍ନ ସ୍ଥାନରେ ଆଳୁ କେଜି ୪୦ଟଙ୍କା ଓ ପିଆଜ କେଜି ୬୦ଟଙ୍କାରୁ ଊର୍ଦ୍ଧ୍ୱ ଛୁଇଁଛି। ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଳୁ ରପ୍ତାନି କଟକଣାକୁ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ସ୍ଥିତି ଉପରେ ନଜର ରଖିଥିବାବେଳେ ଶୁକ୍ରବାର ବ୍ୟବସାୟୀ ସଂଘର ବୈଠକ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି। ନୂଆ ଆଳୁ ଉତ୍ପନ୍ନ ହେବାକୁ ଦେଢ଼ମାସ ଥିବାବେଳେ ଓଡ଼ିଶାକୁ ଆଳୁ ରପ୍ତାନି କଟକଣା ଖାଉଟିଙ୍କୁ ମହଙ୍ଗା ପଡ଼ିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ପ୍ରଶାସନ ଆଳୁ ରପ୍ତାନି କଟକଣା ପରେ ଆଳୁ ବ୍ୟବସାୟୀମାନେ ମୁନାଫା ଲାଗି ଗାଡ଼ିଗାଡ଼ି ଆଳୁ ବସ୍ତା ଗୋଦାମରେ ଗଚ୍ଛିତ ରଖୁଥିବାର ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼hୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ରାଜ୍ୟ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭକଲେ…

ଭୁବନେଶ୍ୱର,୨୩।୧୨: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ। ରାଜ୍ୟବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସର୍ଗ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri