ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବନ୍ଦକୁ ସଫଳ କରିବାକୁ ଜନସାଧାରଣ ତଥା ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନର ସମର୍ଥନ ପାଇଁ ଗୁରୁବାର ଏକ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ବରେଇପାଲି ଆର୍‌ଏମ୍‌ସି ମଣ୍ଡିରୁ ହାତରେ ବିଭିନ୍ନ ପ୍ରକାର ସରକାର ବିରୋଧୀ ପ୍ଲାକାର୍ଡ ଧରି ଶତାଧିକ ଚାଷୀ ବାଇକ୍‌ ରାଲିରେ ବାହାରି ମା’ ସମଲେଇଙ୍କ ମନ୍ଦିର ଦେଇ ସହର ପରିକ୍ରମା ସ୍ବରୂପ ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ ଓ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହା ପୂର୍ବରୁ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଉକ୍ତ ମଣ୍ଡିରେ ଅନୁଷ୍ଠିତ ବୈଠକରେ ଶୁକ୍ରବାର ସମ୍ବଲପୁର ବନ୍ଦର ରୂପରେଖ ସ୍ଥିର ସହ ବାଇକରାଲିର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଚାଷୀଙ୍କ ବିରୋଧରେ ସରକାର ଷଡ଼ଯନ୍ତ୍ର କରୁଥିବା ସରକାର ଡାଉନ ଡାଉନ ବୋଲି ନାରା ଦେଇ ସହର ପରିକ୍ରମା କରିଥିଲେ। ଟୋକନ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ ସତ୍ତ୍ବେ ଏହାର ସମାଧାନ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉ ନାହାନ୍ତି। ତେଣୁ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ବଲପୁରରେ ଚଷୀ ସଂଗଠନ ବିଭିନ୍ନ ଅଭିନବ ଉପାୟରେ ଆନ୍ଦୋଳନ ଜାରି ରଖିବ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନର ଆବାହକ ଅଶୋକ ପ୍ରଧାନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri