ମନ୍ଦିରରୁ ହୁଣ୍ଡି ଚୋରି

ବ୍ରହ୍ମପୁର ଅଫିସ,୧୯ା୬: ସହରରେ ଚୋରି ବଢ଼ିବାରେ ଲାଗିଛି। ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁର କଲୋନୀରେ ଥିବା ଶିବ ମନ୍ଦିର ହୁଣ୍ଡି ଚୋରି ହୋଇଛି। ରବିବାର ସକାଳେ ପୂଜକ ମନ୍ଦିର ଭିତରକୁ ଯିବା ବେଳେ ସେଠାରେ ହୁଣ୍ଡି ନ ଥିବା ଦେଖିବାକୁ ପାଇଥିଲେ। ଏପରିକି ମା’ଙ୍କ ମୂର୍ତ୍ତି ଦେହରେ ଖଞ୍ଜାଯାଇଥିବା କେତେକ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ପୂଜକଙ୍କଠାରୁ ଖବର ପାଇ ମନ୍ଦିର କମିଟି ଏନେଇ ପୋଲିସକୁ ଖବର କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏବେ ନିୟମିତ ଭାବରେ ଚୋରି ହେଉଛି।