ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା ପୂର୍ବରୁ ମନ୍ଦିରରେ ଥିବା ୯ଟି ଦାନ ହୁଣ୍ଡି ଖୋଲାଯାଇଥିଲା। ଗଣତି ପରେ ହୁଣ୍ଡିରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହିତ ୬୨ ଗ୍ରାମ ସୁନା ଏବଂ ୨୩୦୦ ଗ୍ରାମ ରୁପା ଅଳଙ୍କାର ମିଳିଛି। ଏଥିସହିତ ୬୬ଟି ବିଦେଶୀ ନୋଟ୍‌ ମଧ୍ୟ ମିଳିଛି। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ଟଙ୍କା ଦାନ କରିଥିବା ଅନୁମାନ କରାଯାଉଛି ।

୬ଟି ପୁରୁଣା ୫୦୦ ଟଙ୍କିଆ ନୋଟ ସହ ୩ଟି ୨୦୦୦ ଟଙ୍କିଆ ନୋଟ୍‌ ହୁଣ୍ଡିରୁ ମିଳିଛି। ସୋମବାର ପୂର୍ବାହ୍ନ ୧୦ଟାରୁ ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ଚାଲିଥିଲା।

ଗତ ସେପ୍ଟେମ୍ବର ୨୭ରେ ଦଶହରା ଉତ୍ସବ ପୂର୍ବରୁ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡିରୁ ୬୮ଲକ୍ଷ ୭୪ ହଜାର ୧୪୦ ଟଙ୍କା ସହିତ ୫୩ ଗ୍ରାମ୍‌ ସୁନା ଓ ୧୭୯୭ ଗ୍ରାମ୍‌ ରୁପା ମିଳିଥିଲା। ଏଥି ସହ ୮ଟି ଆମେରିକୀୟ ଡଲାର ସମେତ ଅନ୍ୟ ଦେଶର ୩ଟି ବିଦେଶୀ ନୋଟ ଏବଂ ୟୁଏଇର ୫ ଡିରହାମ ହୁଣ୍ଡିରୁ ବାହାରିଥିଲା । ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଥିବା ସୂଚନା ମିଳିଛି।

ସୋମବାର ହୁଣ୍ଡିରୁ ମିଳିଥିବା ସମସ୍ତ ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ରଖାଯାଇଛି। ସେହିପରି ସୁନା ଓ ରୁପା ଜିଲା କୋଷାଗାରରେ ରଖାଯାଇଛି। ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ସାମାଜିକ କର୍ମୀ ସାମିଲ ଥିଲେ। ଗଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri