Posted inଜାତୀୟ

ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା

ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ପରଲୋକ ହୋଇଛି। ଏହି ଘଟଣା ରାଜନୈତିକ ସମୀକରଣକୁ ବଦଳାଇଦେବା ଭଳି ସମ୍ଭାବନା ସୃଷ୍ଟି କରିଛି। ପାଶ୍ୱାନଙ୍କ ଦେହାନ୍ତ ପରେ ତାଙ୍କ ପୁଅ ତଥା ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନ ଲଢ଼ିବାକୁ ଯାଉଛି। ଏଭଳି ସମୟରେ ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗଣିତକୁ ଭୁଲ୍‌ ପ୍ରମାଣିତ କରି ଶାସକ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶ୍ଳେଷକ ଓ ରାଜନେତାମାନେ ମତ ଦେଇଛନ୍ତି।
ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବ। ଇତିମଧ୍ୟରେ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ପରେ ବିହାରରେ ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ପ୍ରବାହିତ ହେବା ଆରମ୍ଭ ହୋଇଛି। ରାଜ୍ୟର ସବୁଠୁ ବଡ଼ ଦଳିତ ନେତାଙ୍କ ମୃତ୍ୟୁ ଏହି ନିର୍ବାଚନକୁ କେତେ ପ୍ରଭାବିତ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ନିର୍ବାଚନ ଶେଷ ଯାଏ ବହିଚାଲିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ପୁଣି ସରକାର ଗଠନ କରିବା କଷ୍ଟକର ହୋଇଯିବ। ଏବେ ନୀତୀଶଙ୍କ ଜେଡିୟୁ ଏବଂ ଏଲ୍‌ଜେପି ମଧ୍ୟରେ କଟୁତାକୁ ନେଇ ଜୋର୍‌ଦାର ଆଲୋଚନା ହେଉଛି। ବିଶେଷକରି ନୀତୀଶଙ୍କୁ ଚିରାଗଙ୍କ ଖୋଲା ଚ୍ୟାଲେଞ୍ଜ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ସିନିୟର ପାଶ୍ୱାନଙ୍କ ସହ ତାଙ୍କ ସମ୍ପର୍କ ନେଇ ଅବତାରଣା କରିଥିଲେ। ହେଲେ ଜେଡିୟୁର ବିନା ସମର୍ଥନରେ ପାଶ୍ୱାନ କ’ଣ ରାଜ୍ୟ ସଭାକୁ ଯାଇପାରିଥାନ୍ତେ ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ। ଖବରଦାତା ସମ୍ମିଳନୀରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଥିଲେ, ରାମବିଲାସ ପାଶ୍ୱାନ ହସ୍ପିଟାଲରେ ନ ଥିଲେ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଏଲ୍‌ଜେପି କେନ୍ଦ୍ରରେ କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ନ ଥିବାବେଳେ ରାଜ୍ୟ ଏନ୍‌ଡିଏରୁ ଓହରିସାରିଛି। ଜେଡିୟୁ ବିରୋଧରେ ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିଥିବା ଚିରାଗ ଭାଜପା ଓ ଅନ୍ୟ ଦଳର ନେତାଙ୍କୁ ଏଲ୍‌ଜେପିକୁ ସ୍ବାଗତ କରୁଛନ୍ତି। ଇତିମଧ୍ୟରେ କେତେଜଣ ନେତା ମଧ୍ୟ ଏଲ୍‌ଜେପିରେ ସାମିଲ ହୋଇସାରିଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କୁହାଯାଉଛି। ଅର୍ଥାତ୍‌ ଜେଡିୟୁ କୋଟା ଯୋଗୁ ଟିକେଟ ପାଇବାରୁ ବଞ୍ଚତ୍ତ ହେବାକୁ ଥିବା ଭାଜପାର ଅସନ୍ତୁଷ୍ଟ ଆଶାୟୀମାନେ ଚିରାଗଙ୍କ ସହ ହାତ ମିଳାଇପାରନ୍ତି। ତେବେ ନୀତୀଶଙ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ଚାହୁଁଥିବା ଚିରାଗ ଗୈରିକ ଦଳରୁ ଏଲ୍‌ଜେପିକୁ କେତେ ଭୋଟ ଆଣିପାରୁଛନ୍ତି ଏବଂ ବାପାଙ୍କ ମୃତ୍ୟୁର ଅନୁକମ୍ପା ହାଓ୍ବାକୁ କେତେମାତ୍ରାରେ ଭୋଟରେ ରୂପାନ୍ତରିତ କରିପାରୁଛନ୍ତି ତାହା ନଭେମ୍ବର ୧୦ରେ ଗଣତି ପରେ ସ୍ପଷ୍ଟ ହୋଇଯିବ। ଜାତୀୟ ରାଜନୀତିରେ ମୌସୁମୀ ବୈଜ୍ଞାନିକ ଭାବେ ପରିଚିତ ସ୍ବର୍ଗତ ପାଶ୍ୱାନଙ୍କ ପୁଅ ଯୁବ ବିହାରୀ ଚିରାଗ ପାଶ୍ୱାନ ବାପାଙ୍କ ଅବର୍ତ୍ତମାନରେ ପ୍ରଥମ ନିର୍ବାଚନ ଲଢ଼ି କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri