କରୋନା ରୋଗୀଙ୍କ ମେଡିକାଲ ବିଲ୍‌ ଆସିଲା ୧ କୋଟି ୫୨ ଲକ୍ଷ

କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ ପ୍ରାଇଭେଟ୍‌ ହସ୍ପିଟାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଏମିତିରେ ଦୁବାଇର ଏକ ପ୍ରାଇଭେଟ ହସ୍ପିଟାଲରେ ତେଲେଙ୍ଗାନାର ଜଣେ କରୋନା ପଜିଟିଭ ବ୍ୟକ୍ତି ଚିକିତ୍ସିତ ହୋଇ ଭଲ ହୋଇଛନ୍ତି। ଏଥିପାଇଁ ତାଙ୍କର ମେଡିକାଲ ଖର୍ଚ୍ଚ ବାବଦ ଆସିଥିବା ୧.୫୨ କୋଟି ଟଙ୍କାର ବିଲ୍‌କୁ ହସ୍ପିଟାଲ ଛାଡ଼ କରିଛି। ଏଥିସହ ହସ୍ପିଟାଲ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଫ୍ଲାଇଟ୍‌ ଟିକଟ ସହ ୧୦ ହଜାର ଟଙ୍କା ଦେଇ ଘରକୁ ପଠାଯାଇଛି।
ତେଲେଙ୍ଗାନାର ଜଗିତାଲରେ ରହୁଥିବା ୪୨ ବର୍ଷୀୟ ଓଦନଲା ରାଜେଶ କରୋନା ପଜିଟିଭ ଜଣାପଡ଼ିଥିଲେ। ଏପ୍ରିଲ ୨୩ରେ ତାଙ୍କୁ ଚିକିତ୍ସା ପାଇଁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା। ପ୍ରାୟ ୮୦ ଦିନ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଲେ। ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲକୁ ଛାଡି ଦିଆଗଲା। ମାତ୍ର ତାଙ୍କର ୧ କୋଟି ୫୨ ଲକ୍ଷ ଟଙ୍କାର ବିଲ ଆସିଲା। ଏହା ଦେବା ତାଙ୍କ ପକ୍ଷେ କଷ୍ଟକର ଥିଲା। ଏ ନେଇ ସେ ଦୁବାଇର ଗଲ୍ଫ ଓ୍ବାର୍କର୍ସ ପ୍ରୋଟେକ୍ସନ ସୋସାଇଟିର ଅଧ୍ୟକ୍ଷ ଗୁନ୍ଦେଲି ନରସିମ୍‌ହାଙ୍କ ସହ ଯୋଗାଯୋଗ କଲେ। ଗୁନ୍ଦେଲି ଏହି ବିଲ୍‌ ବିଷୟରେ ଦୁବାଇର ଭାରତୀୟ ବାଣିଜ୍ୟ ଦୁତାବାସ ଅଧିକାରୀ ସୋମନାଥ ରେଡ୍ଡୀଙ୍କୁ ଜଣାଇଲେ। ଏ ନେଇ ରାଷ୍ଟ୍ରଦୂତ ହରଜୀତ ସିଂହ ହସ୍ପିଟାଲକୁ ଚିଠି ଲେଖି ଉକ୍ତ ଗରୀବଙ୍କ ବିଲ୍‌ ଛାଡ଼ କରିବାକୁ ଅନୁରୋଧ କଲେ। ଏହା ପରେ ହସ୍ପିଟାଲ ପକ୍ଷରୁ ରାଜେଶଙ୍କ ପୁରା ବିଲ୍‌ ଛାଡ କରାଗଲା। ଏଥିସହ ରାଜେଶ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଭାରତ ପଠାଇବା ପାଇଁ ଏୟାର ଇଣ୍ଡିଆର ଫ୍ରି ଟିକେଟ ଏବଂ ଖର୍ଚ୍ଚ ବାବଦ ୧୦ ହଜାର ଟଙ୍କା ହସ୍ପିଟାଲ ପକ୍ଷରୁ ତାଙ୍କୁ ଦିଆଗଲା। ମଙ୍ଗଳବାର ରାଜେଶ ଭାରତ ଫେରିଥିବା ବେଳେ ୧୪ ଦିନ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ

ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍‌ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri