ଭୂଇଁରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି, ଧନ ତୁ ଫେରିଆରେ କହି ଲୋଟି ପଡ଼ୁଛନ୍ତି ଡେଙ୍ଗ ଗାଁ ଲୋକେ

ଭୁବନେଶ୍ୱର/ବଲାଙ୍ଗୀର,୧୮।୧୧( ସୁନିଲ କୁମାର ମହାନ୍ତି): ସବୁଦିନ ପାଇଁ ଆଖି ବୁଜିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିର ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟୋକଟି ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯେମିତି ଆଖିର ଲୁହ ବୋଲ ମାନୁନି। ଜନ୍ମମାଟି କାନ୍ଦୁଛି, ଗାଁର ଗଳି, କନ୍ଦି ଗଛ ଡାଳ ସବୁ କାନ୍ଦୁଛନ୍ତି ତାଙ୍କ ପାଇଁ।
ପୈତୃକ ଗାଁ ବଲାଙ୍ଗୀରର ଡେଙ୍ଗ ଗାଁରେ ହ୍ୟୁମାନଙ୍କୁ ଝୁରିଝୁରି ଗାଁଟା ସାରା ଲୋକଙ୍କ ଲୁହଗୁଡା ବୋହିଯାଉଛି। କହୁଛନ୍ତି କୁଆଡେ ଗଲୁରେ ପୁଅ। ଫେରିଆରେ। ହେ ମୋ ଧନରେ, ଆମେ କେତେ ଆଶା ରଖିଥିଲୁରେ ପୁଅ। ଏମିତି କହି ଭୂଇଁରେ ମୁଣ୍ଡପିଟୁଛନ୍ତି।

 

ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।

ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ମୁଖ୍ୟତଃ ଲିଭର୍ ଓ କିଡନୀ ଜନିତ ଗୁରୁତର ରୋଗ ସହ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ ଆଦିରେ ପୀଡ଼ିତ ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ।

ତାଙ୍କ ସ୍ତ୍ରୀ’ଙ୍କ ସହ ଛାଡପତ୍ର ହେବା ପରେ ହ୍ୟୁମାନ ପୂର୍ବ ଅପେକ୍ଷା ଅଧିକ ମଦ୍ୟପାନ କରୁଥିଲେ, ଯାହା ତାଙ୍କ ସ୍ୱାସ୍ଥ୍ୟକୁ ଅଧିକ ଖରାପ କରିଥିଲା। ଏପରିକି ସେ ଅତୀତରେ ‘ମଦରେ ମଦରେ ତୁ ସାହାରା’ ଭଳି ଗୀତ ମଧ୍ୟ ଗାଇଥିଲେ।

ଗୁରୁତର ଅବସ୍ଥା ଯୋଗୁଁ କଟକର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ନେବାର ଯୋଜନା ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri