ଜିଲାପାଳଙ୍କୁ ହାଜର ହେବା ପାଇଁ ମାନବାଧିକାର କମିଶନଙ୍କ ନୋଟିସ

କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଜାତୀୟ ମାନବାଧିକାର କମିଶନ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲାପାଳଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ହେବା ପାଇଁ ଆଦେଶ କରିଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ନୂଆ ରମ୍ପାସ ଗ୍ରାମରେ ଜମି ବିବାଦକୁ ନେଇ ଦମ୍ପତିଙ୍କୁ କଙ୍ଗାରୁ କୋର୍ଟ କରି ଗାଳିଗୁଲଜ କରିବା ସହ ଗ୍ରାମରୁ ପଳାଇବା ପାଇଁ କହିଥିଲେ। ସେହିପରି ତାଙ୍କୁ ୧ ହଜାର ଟଙ୍କା ଜରିମାନା ଆଦେଶ କରି ଗାଁ ସାହିରୁ ବାହାର କରି ଦେଇଥିଲେ। କଙ୍ଗାରୁ କୋର୍ଟର ଏଭଳି ଆଦେଶ ବଳରେ ତାଙ୍କୁ ଗାଁ ଦୋକାନରୁ ଜିନିଷ କିଣିବା ମନା ହୋଇଥିଲା।ଏପରିକି ଝିଅକୁ ଟ୍ୟୁଶନ ପାଇଁ ବାରଣ ହୋଇଥିଲା । କଙ୍ଗାରୁ କୋର୍ଟର ଏଭଳି ଅତ୍ୟାଚାର ଯୋଗୁ ସେମାନଙ୍କୁ ଗାଁ ଛାଡ଼ିବାକୁ ପଡିଥିଲା। ଏହି ଘଟଣାକୁ ନେଇ କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭଯୋଗ କରିଥିଲେ। ଅଭିଯୋଗ କ୍ରମେ କମିଶନ ୨୬ା୦୪ା୨୦୨୧ରେ ଜିଲାପାଳଙ୍କୁ ଚିଠିି କରି ପଦକ୍ଷେପ ନେବା ସହ ସବିଶେଷ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ କହିଥିଲେ। ଏ ନେଇ କମିଶନ ୨୧ା୧୦ା୨୦୨୨ରେ ପୁଣି ଚିଠି କରିବା ସହ ୨୪ା୦୨ା୨୦୨୩ରେ ସର୍ତ୍ତମୂଳକ ସମନ କରିଥିଲେ। ଜିଲାପାଳଙ୍କୁ ଚିଠି କରି ୨୮ା୦୪ା୨୦୨୩ ସୁଦ୍ଧା କମିଶନଙ୍କୁ ନିର୍ଦ୍ଧାରିତ ରିପୋର୍ଟ ଦେବା ପାଇଁ କହିଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗର ଯୁଗ୍ମ ସଚିବ ୧୪ା୦୨ା୨୦୨୩ରେ କମିଶନଙ୍କୁ ଚିଠି କରିଥିଲେ। ଏହା ସତ୍ତ୍ୱେ ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନ ନିକଟରେ ରିପୋର୍ଟ ଦେଇ ନ ଥିବାରୁ ୦୭ା୦୭ା୨୦୨୩ ମଧ୍ୟାହ୍ନ ୧୧ଟାରେ ରିପୋର୍ଟ ଧରି ହାଜର ହେବା ପାଇଁ କମିଶନ ତାଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ପାଇଁ ଆଦେଶ କରିଛନ୍ତି। ନଚେତ ରୁଲ୍‌ ୧୦, ରୁଲ୍‌ ୧୨ ଅଫ୍‌ ଅର୍ଡର ଏକ୍ସଭିଆଇ ଅଫ୍‌ ସିଭିଲ ପ୍ରୋସିଜିୟର କୋର୍ଡ ୧୯୦୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନଙ୍କ ଡେପୁଟି ରେଜିଷ୍ଟ୍ରର କେକେ ଶ୍ରୀ ବାସ୍ତବ ନୋଟିସ କରିବା ସହ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ କପି ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri