ବିପୁଳ ପରିମାଣର ବାଣ ସାମଗ୍ରୀ ଜବତ: ଅଭିଯୁକ୍ତ ଗିରଫ

ନିରାକାରପୁର,୭।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ଡିଆ ପଞ୍ଚାୟତ ଭୋଇସାହି ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଉଠେଇ ନେଇ ଥାନାରେ ଅଟକ ରଖିଥିଲା। ମଙ୍ଗଳବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସୋମବାର ଭୂଷଣ୍ଡପୁର ମଙ୍ଗଳାସାହି ନିକଟ ଚିଲିକା କୂଳରେ ଏକ ଘରେ ଦୋଳପୂର୍ଣ୍ଣମୀ ପାଇଁ ବାଣ ତିଆରି କରାଯାଉଥିଲା। ସେତିକିବେଳେ ବାଣ ବିସ୍ଫୋରଣ ହୋଇ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଏପରି କି ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ପୋଲିସ ଆକ୍ସନ ମୋଡ୍‌ରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri