‘ଜିନ୍ନତ’କୁ ଓଡ଼ିଶା ଫେରାଇ ଆଣିବାକୁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୩।୧: ଓଡ଼ିଶା ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଓ ପରେ ପଶ୍ଚିମବଙ୍ଗ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିଛି। ଯମୁନା ରହୁଥିବା ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗ କର୍ମଚାରୀମାନେ ତାକୁ ଛାଡ଼ିଛନ୍ତି। ଦ୍ୱିତୀୟ ଥର ଶିମିଳିପାଳରେ ପହଞ୍ଚତ୍ବା ପରେ ସେ ସୁସ୍ଥ ଓ ସକ୍ରିୟ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି। ତେବେ ଏନ୍‌କ୍ଲୋଜରରେ ରଖାଯିବା ପରେ ଜିନ୍ନତର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝାଙ୍କ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ତେବେ ଜିନ୍ନତକୁ ଓଡ଼ିଶା ଫେରାଇଆଣିବା ପାଇଁ ବନ ବିଭାଗ ପକ୍ଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ ସମୟରେ ବ୍ୟବହୃତ ଲାଇଟ, ଟ୍ରାଙ୍କୁଲାଇଜ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା, କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁଭର୍‌ ମେଶିନ ବ୍ୟବହାର ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ୨୨ଦିନ ଧରି ବୁଲୁଥିବା ବାଘୁଣୀ ଜିନ୍ନତକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିଥିଲା।

ଡିସେମ୍ବର ୩୦ ଅପରାହ୍ନରେ ୧୩୫ କିଗ୍ରା ଓଜନର ବାଘୁଣୀ ଜିନ୍ନତକୁ ଆଲିପୁର ଚିଡ଼ିଆଖାନାକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ଚିକିତ୍ସା ପରେ ଜିନ୍ନତ ଖାଦ୍ୟ ଗ୍ରହଣ କରି ନ ଥିଲା। ତେବେ ଏନ୍‌ଟିସିଏର ତାଗିଦା ପରେ ୩୧ ତାରିଖ ରାତି ୮ଟାରେ ତାକୁ ସ୍ବତନ୍ତ୍ର ଯନ୍ତାରେ ବନ ବିଭାଗ ଧରି ଶିମିଳିପାଳ ଅଭିମୁଖେ ଆସିଥିଲା। ୧ ତାରିଖ ସକାଳେ ଦକ୍ଷିଣ ଡିଭିଜନ ଏନ୍‌କ୍ଲୋଜରରେ ରହୁଥିବା ବାଘୁଣୀ ଯମୁନା ସ୍ଥାନରେ ଜିନ୍ନତକୁ ରଖାଯାଇଛି। ଯନ୍ତା ଖୋଲିବା ପରେ ପାଖାପାଖି ୨/୩ ଘଣ୍ଟା ପର୍ଯ୍ୟନ୍ତ ଏନ୍‌କ୍ଲୋଜର ମଧ୍ୟକୁ ଯାଇ ନ ଥିଲା। ଏନ୍‌କ୍ଲୋଜରକୁ ଯିବା ପରେ ତା’ର ଗତିବିଧି ଉପରେ ବିଶେଷଜ୍ଞ ଦଳ ଓ ଡାକ୍ତର ଅନୁଧ୍ୟାନ ଜାରି ରଖିଛନ୍ତି। ତେବେ ଶିମିଳିପାଳକୁ ସେ ବାସସ୍ଥାନ ଭାବେ ଗ୍ରହଣ କରିବ ନା ପୁଣି ନିଜ ପସନ୍ଦର ବାସସ୍ଥାନ ପାଇଁ ଜଙ୍ଗଲ ଛାଡ଼ିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ଏନ୍‌କ୍ଲୋଜର ଚାରିପାଖେ ତାର ବାଡ଼ ଦିଆଯାଇ ସୋଲାର ଚାର୍ଜ ବ୍ୟବସ୍ଥା କରାଯାଇଛି।

ବଣୁଆ ହାତୀଙ୍କ କବଳରୁ ଜିନ୍ନତକୁ ସୁରକ୍ଷା ଦେବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବାରୁ ଜିନ୍ନତ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଇଛି। ଏନ୍‌କ୍ଲୋଜର ପରିସର ବୃଦ୍ଧି ନ କଲେ ଶିମିଳିପାଳ ଜଳବାୟୁ ଓ ପରିବେଶ ସହ ଖାପଖୁଆଇବା ଓ ବନ୍ୟଜନ୍ତୁଙ୍କ ସହିତ ମିଶିବାର ସୁଯୋଗରୁ ଜିନ୍ନତ ବଞ୍ଚତ୍ତ ହେବ ବୋଲି କୁହାଯାଉଛି। ତେଣୁ ପୁନର୍ବାର ତାକୁ ଶିମିଳିପାଳରେ ଛଡ଼ାଗଲେ ସେ ନିଜର ବାସସ୍ଥାନ ଚିହ୍ନଟ କରିବାରେ ଘୋର ଅସୁବିଧା ପରିଲକ୍ଷିତ ହେବାର ଅନୁମାନ କରାଯାଉଛି। ଏ ନେଇ ଓଡ଼ିଶା ବନ ଉନ୍ନୟନ ନିଗମର ସ୍ବାଧୀନ ନିର୍ଦ୍ଦେଶକ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଏନ୍‌କ୍ଲୋଜରକୁ ସମ୍ପ୍ରସାରଣ କରାଗଲେ ଶିମିଳିପାଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସହ ମିଶିବା ସହିତ ଶିମିଳିପାଳର ବାତାବରଣରେ ସେ ଅଭ୍ୟସ୍ତ ହୋଇଯିବ। ଅଣ୍ଡିରା ବାଘ ସହିତ ତୃଣଭୋଜି ପ୍ରାଣୀଙ୍କୁ ଚିହ୍ନିବାରେ ସହଜ ହୋଇପାରିବ। ସେହିପରି ହାତୀ ଆସିବା ସମୟରେ ସୋଲାର ଚାର୍ଜ କରାଯିବା ଓ ହାତୀ ଗଲା ପରେ ପୁଣି ତାକୁ ବନ୍ଦ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ଜିନ୍ନତ ଅନ୍ୟ ଜୀବଜନ୍ତୁଙ୍କ ସହ ମିଶିବାର ସୁଯୋଗ ପାଇପାରିବ। ତେବେ ସୁଚିନ୍ତିତ ମତାମତ ଓ ନିଷ୍ପତ୍ତି ନେଇ ଯୋଜନାକୁ ପରିଚାଳନା କରାଗଲେ ଯମୁନା ଓ ଜିନ୍ନତକୁ ଅଣାଯାଇଥିବା ମିଶନ ସଫଳ ହେବ ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri