ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି, ଶଙ୍ଖା, ଅଳତା ସିନ୍ଦୂର ଲଗାଇ ଫଳ ଓ ପୁଷ୍ପ ଭର୍ତ୍ତି ଡାଲା ଧରି ମନ୍ଦିରରେ ପହଞ୍ଚିଥିଲେ। ବ୍ରତ ପାଇଁ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ମନ୍ଦିର, ଶ୍ରୀରାମ ମନ୍ଦିର, ପରମେଶ୍ବର ଶିବ ମନ୍ଦିର, ସାମ ସୋମେଶ୍ୱର ଶିବ ମନ୍ଦିର, ସ୍ବାମ୍‌ ହନୁମାନ ମନ୍ଦିର ଓ ପାଟଣା ଶନି ମନ୍ଦିର ସହ ବିଭିନ୍ନ ତୋଟା, ଗାଁ ମୁଣ୍ଡ ବରବୃକ୍ଷ ତଳେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିଷ୍ଠା କାଷ୍ଠାରେ ବ୍ରତ ଉପବାସ କରି ଦେବ ଦର୍ଶନ କରିବା ପରେ ସ୍ବତନ୍ତ୍ର ଭାବେ ପୂଜାରେ ସାବିତ୍ରୀ ବ୍ରତ ଶ୍ରବଣ ବ୍ରତ ଧାରଣ ଓ ଫଳ ଭୋଗ ସମର୍ପଣ କରିଥିଲେ। ପାଟଣା ରାମମନ୍ଦିରରେ ପଣ୍ଡିତ ନବ କିଶୋର ଦାଶ, ଆନନ୍ଦେଶ୍ୱର ଶିବ ମନ୍ଦିରରେ ପର୍ଶୁରାମ ପଣ୍ଡା, ପ୍ରୀତମପଣ୍ଡା, ସ୍ବାମ ସୋମେଶ୍ୱର ଶିବମନ୍ଦିରରେ ଶିବ ପ୍ରାସାଦ ଦାଶ, ସ୍ବାମ ହନୁମାନ ମନ୍ଦିରରେ ଜିତେନ୍ଦ୍ର ମିଶ୍ର, ଶନି ମନ୍ଦିରରେ ପ୍ରଦୀପ କୁମାର ଦାଶ ପ୍ରମୁଖ ନୀତିକାନ୍ତିରେ ପୂଜା କରିଥିଲେ।

Dharitri – Odisha’s No.1 Odia Daily

Share
Tags: Savitri Vrat