ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…

ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରଥମ ପତ୍ନୀ ସୁଜୈନ ଖାଁଙ୍କ ସହ ଛାଡ଼ପତ୍ର ହେବା ପରେ ହ୍ରିତିକଙ୍କ ଜୀବନକୁ ଆସିଥିଲେ ସବା। ଉଭୟଙ୍କ ମଧ୍ୟରେ ବୟସାଗତ ତଫାତ ଥିଲେ ହେଁ ସମ୍ପର୍କରେ ତାହା ପ୍ରଭାବ ପକାଇପାରିନାହିଁ। ଦୁହେଁ ପରସ୍ପର ସହ ସମୟ ବିତାଇବାକୁ ଭଲ ପାଉଛନ୍ତି। ପରିବାର ପକ୍ଷରୁ ସହମତି ମିଳିବା ପରେ ହ୍ରିତିକ ଏହି ସମ୍ପର୍କୁ ଆଗକୁ ନେବାକୁ ଚାହୁଁଛନ୍ତି।

କେବଳ କର୍ମ ଜୀବନରୁ ସାମାନ୍ୟ ବିରତି ମିଳିଲେ ଦୁହେଁ ବିବାହକୁ ନେଇ ଯୋଜନା କରିବେ। କାରଣ ଏବେ ଉଭୟ ବିଭିନ୍ନ ଶୁଟିଂରେ ବ୍ୟସ୍ତ। ସେ ସବୁ ଶେଷ ହେବା ପରେ ସେମାନେ ବିବାହ କରିବେ। ଏହା ବହୁତ ଭବ୍ୟ ହେବ ନାହିଁ। ସାଧାରଣ ଭାବେ କେବଳ ପରିବାର ଏବଂ ପ୍ରିୟଜନଙ୍କ ଗହଣରେ ସବାଙ୍କୁ ଜୀବନସାଥୀ କରିବେ ହ୍ରିତିକ ବୋଲି ଜଣାପଡ଼ିଛି।

ତେବେ ଆଜି ହ୍ରିତିକ ନିଜର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବପତ୍ନୀ ସୁଜୈନଙ୍କଠାରୁ ଆରମ୍ଭ କରି ସବା ଏବଂ ସାଥୀ କଳାକାରମାନେ ତାଙ୍କ ଲାଗି ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri