କଙ୍ଗନା ନୁହନ୍ତି ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ହ୍ରିତିକ୍‌, ଦେଇଥିଲେ ୨ କୋଟି ଟଙ୍କାର ଉପହାର

ମୁମ୍ବାଇ: ଆଜିକାଲି ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଫାଇଟର୍‌’ର ଗୀତ ମୁକ୍ତିଲାଭ କରିଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରିଥିଲା। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହ୍ରିତିକ୍‌ଙ୍କ ସିଜଲିଂ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା।

ପରଦାରେ ହ୍ରିତିକ୍‌ଙ୍କ ଚମତ୍କାର ଅଭିନୟ ବ୍ୟତୀତ ତାଙ୍କର ସହ-ଅଭିନେତ୍ରୀଙ୍କ ସହିତ ତାଙ୍କର ହଟ୍‌ କେମିଷ୍ଟ୍ରି ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚିତ। କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଆରମ୍ଭ କରି କଙ୍ଗନା ରାଣାଓ୍ବତଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ସହ ହ୍ରିତିକଙ୍କ ନାଁ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାରେ ଥିଲା। କଙ୍ଗନା ଏବଂ ହ୍ରିତିକ୍‌ଙ୍କ ସମ୍ପର୍କକୁ ନେଇ ବି ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ କଙ୍ଗନା ଜଣେ ଅଭିନେତ୍ରୀ ନୁହନ୍ତି, ଅନ୍ୟ ଅଭିନେତ୍ରୀଙ୍କ ସହିତ ହ୍ରିତିକ୍‌ଙ୍କ ନାମ ମଧ୍ୟ ଯୋଡ଼ା ଯାଇଥିଲା।

When Hrithik Roshan Gave An Extraordinary Expensive Gift To Her Rumoured Girlfriend & Kites Co-Star Barbara Mori

୨୦୧୦ରେ ‘କାଇଟ୍ସ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଯେଉଁଥିରେ ହ୍ରିତିକ୍‌ ଏବଂ କଙ୍ଗନାଙ୍କ ସହ ଜଣେ ମେକ୍ସିକୋ ଅଭିନେତ୍ରୀ ମଧ୍ୟ ନଜର ଆସିଥିଲେ। ମେକ୍ସିକୋ ଅଭିନେତ୍ରୀ ଏହି ଫିଲ୍ମ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାର୍‌ବରା ମୋରି।

More chances of me having had an affair with the Pope: Hrithik

ହ୍ରିତିକ୍‌ଙ୍କ ଫିଲ୍ମ ‘କାଇଟ୍ସ’ ପୂର୍ବରୁ ବାର୍‌ବରା ଅନେକ ହଲିଉଡ୍‌ ଫିଲ୍ମରେ କାମ କରିଥିଲେ। କିନ୍ତୁ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ସେହି ସମୟର ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ରିତିକ ବିବାହିତ ସତ୍ତ୍ୱେ ଏହି ବିଦେଶୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ। କେବଳ ଏତିକି ନୁହେଁ, ଏକ ରିପୋର୍ଟ ଅନୁଯାୟୀ, ଏହି ଅଭିନେତ୍ରୀଙ୍କୁ ୨ କୋଟି ଟଙ୍କାର ଦାମୀ ଭ୍ୟାନିଟି ମଧ୍ୟ ଉପହାର ଦେଇଥିଲେ ହ୍ରିତିକ୍‌।

When Barbara Mori was said to be behind Hrithik Roshan and Sussanne's split. : r/BollyBlindsNGossip

ଏନେଇ ବାର୍‌ବରା ଏବଂ ହ୍ରିତିକ୍‌ ଖୋଲାଖୋଲି ମନ୍ତବ୍ୟ ଦେଇନାହାନ୍ତି। ହ୍ରିତିକ କିଛି ସାକ୍ଷାତକାରରେ କହିଛନ୍ତି, ବାର୍‌ବରା ତାଙ୍କର ଜଣେ ଭଲ ବନ୍ଧୁ। ଏହା ବ୍ୟତୀତ ଆଉ କିଛି ନାହିଁ। ମାତ୍ର ‘କାଇଟ୍ସ’ ରିଲିଜ ହେବାର ୪ ବର୍ଷ ପରେ ହ୍ରିତିକ୍‌ ଏବଂ ତାଙ୍କ ସ୍ତ୍ରୀ ସୁଜୈନ ଖାନ୍‌ଙ୍କ ମଧ୍ୟରେ ୧୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri