ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ । ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍‌ କରି ଆସୁଥିଲେ ସେ। ହେଲେ ଏବେ ତାଙ୍କର ପୋଷ୍ଟକୁ ଦେଖି ଭ୍ୟାଲେଣ୍ଟାଇନ୍‌ ଡେ’ ପୂର୍ବରୁ ସେ ଏକା ହୋଇଯାଇଥିବା କୁହାଯାଉଛି।
ନିକଟରେ ହ୍ରିତିକ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ହ୍ରଦ ଏବଂ ପାହାଡ଼ ସମ୍ମୁଖରେ ପୋଜ ଦେଉଥିବାର ଦେଖାଯାଉଛନ୍ତି। କିନ୍ତୁ ଫଟୋ ଅପେକ୍ଷା ତାଙ୍କର କ୍ୟାପସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲେଖକ ୱେଣ୍ଡେଲ ବେରୀଙ୍କ ପୁସ୍ତକ ’ଦ ପିସ୍‌ ଅଫ୍‌ ୱାଇଲ୍ଡ ଥିଙ୍ଗସ’ରୁ ପ୍ରେରିତ କିଛି ଧାଡ଼ି ସେ ଲେଖିଛନ୍ତି, ଯେଉଁଥିରେ ସେ ‘ମୁକ୍ତ ହେବା’ ଏବଂ ’ପରିବର୍ତ୍ତନ’ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟଟି ବଲିଉଡରେ ହଲଚଲ ସୃଷ୍ଟି କରିଛି।
ଏହାକୁ ଦେଖି ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି କହୁଛନ୍ତି କି ହ୍ରିତିକ ଏବେ ସଂସାରର ମୋହ ମାୟାରୁ ମୁକ୍ତି ଚାହୁଁଛନ୍ତି। ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରି ପଚାରିଛନ୍ତି ଯେ ଏହା ସେହି ନୋଭେଲରୁ ପ୍ରେରିତ କି?

ଅଭିନୟ ଜୀବନ କହିଲେ, ଫିଲ୍ମ ‘ଡନ୍‌ ୩’କୁ ନେଇ ରଣବୀର ସିଂ ଏବଂ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ମଧ୍ୟରେ ଚାଲିଥିବା ବିବାଦରେ ହ୍ରିତିକଙ୍କ ନାମ ଯୋଡ଼ା ଯାଉଥିଲା। କୁହାଯାଉଥିଲା ଯେ ହୃତିକ ବୋଧହୁଏ ରଣବୀରଙ୍କ ସ୍ଥାନ ନେଇପାରନ୍ତି। ତେବେ ହୃତିକ ଏହାକୁ ସମ୍ପୂର୍ଣ୍ଣ ଗୁଜବବୋଲି କହିଛନ୍ତି। ଏହି ସବୁ ଚର୍ଚ୍ଚା ମଧ୍ୟରେ ହ୍ରିତିକଙ୍କ ଆଗାମୀ ବ୍ଲକବଷ୍ଟର ଫିଲ୍ମ  ‘କ୍ରିଶ ୪’ (Krrish ୪)କୁ ନେଇ ଦର୍ଶକମାନେ ବେଶ ଉତ୍ସାହିତ ଅଛନ୍ତି। ଅନେକ ବର୍ଷର ଅପେକ୍ଷା ପରେ ଏହି ସୁପରହିରୋ ଫିଲ୍ମର କାମ ଆଗକୁ ବଢ଼ୁଥିବାର ସୂଚନା ମିଳୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆ ପହଞ୍ଚି ନାହିଁ, ହେଲେ ମ୍ୟାଚ୍‌ର ୨ ଦିନ ପୂର୍ବରୁ ଏମିତି କଲା ପାକିସ୍ତାନ  

କଲମ୍ବୋ,୧୩।୨: କ୍ରିକେଟର ଆଉ ଏକ ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଆସନ୍ତା ରବିବାର, ୧୫ ଫେବୃଆରୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ…

ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ସାଇବର ଅପରାଧରୁ କିପରି ଦୂରେଇ ରହିବେ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍‌ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍‌…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri