ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ?
ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା ଜାରି ରହିଛି। ପୁଣି ସେଗୁଡିକ ମଧ୍ୟରୁ ଅଧିକାଂଶ ହିଟ୍‌ ସାବ୍ୟସ୍ତ ହେଉଛି। ତେଣୁ ଏଭଳି ଏକ କାହାଣୀ ଖୋଜିବାକୁ ଅଣ୍ଟା ଭିଡିଛନ୍ତି ସେ। ଏଭଳି ମିଶନ ସମ୍ପର୍କରେ ହ୍ରିତିକ କହନ୍ତି, ‘ବର୍ତ୍ତମାନ ବଲିଉଡ୍‌ରେ ବାୟୋପିକ୍‌ ସିନେମା ନିର୍ମାଣ ଧାରା ଜୋର୍‌ ଧରିଛି କହିଲେ ଆଦୌ ଭୁଲ ହେବ ନାହିଁ। ପୁଣି ବଡ ବଡ଼ ସେଲିବ୍ରିଟି କଳାକାର ଏଥିରେ ଅଭିନୟ କରୁଛନ୍ତି। ତେଣୁ ସେପରି ଏକ କାହାଣୀ ଖୋଜିବାକୁ ମନସ୍ଥ କରିଛି। କେବଳ ସେତିକି ନୁହେଁ, ମୋ ବାୟୋପିକ୍‌ କାହାଣୀ ମିଶନକୁ ସକ୍‌ସେସ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି। ମନଲାଖି କାହାଣୀଟିଏ ମିଳିଗଲା ପରେ ତାହାକୁ କିପରି ଚଳଚ୍ଚିତ୍ରର ରୂପ ଦିଆଯିବ ତାହା ଚିନ୍ତା କରିବି।’ ଅନ୍ୟତମ ନାମୀ ପ୍ରଯୋଜକ ଜେ. ଓମ ପ୍ରକାଶଙ୍କ ‘ଆଶା’ରେ ହ୍ରିତିକ ଶିଶୁ କଳାକାରଭାବେ ଅଭିନୟ କରିଥିଲେ। ଜଣେ ଅଭିନେତା ହେବା ପୂର୍ବରୁ ସେ ତାଙ୍କର ବାପା ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଖୁଦଗର୍ଜ’ ଏବଂ ‘କରନ୍‌ ଅର୍ଜୁନ’ରେ ସହ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ। ରାକେଶଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶନାରେ ନିର୍ମିତ ‘କହୋ ନା ପ୍ୟାର ହୈ’ରେ ହ୍ରିତିକ ପ୍ରଥମ ଥର ପାଇଁ ସୋଲୋ ନାୟକ ଭାବରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri