ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ

ପୁରୀ ଅଫିସ, ୮।୫: ଇଣ୍ଡିଆନ୍‌ ବିୟୁଟି କାଉନସିଲ୍‌ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍‌ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ହ୍ରିଷିତା ସରକାର ପ୍ରଥମ ସ୍ଥାନ ଅଧିକାର କରି ଅମାୟରା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଛନ୍ତି। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୫ଟି ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ହ୍ରିଷିତା ଅନ୍ୟମାନଙ୍କୁ ପଛରେ ପକାଇ ଟାଇଟଲ ଜିତିବା ସହ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ସେହିପରି ଓଡ଼ିଶାର ଶ୍ରୀୟା କୁମୁଦ ଅମାୟରା ମିସେସ୍‌ ଇଣ୍ଡିଆ ବିଜେତା ହୋଇଛନ୍ତି। ଟାଇଟଲ ସହ ତାଙ୍କୁ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ବିଜେତାମାନଙ୍କ ମଧ୍ୟରେ ଆସାମର ଭାୟୋଲିନା ବୋରୋ ପ୍ରଥମ ରନର୍ସଅପ୍‌ ଏବଂ ଓଡ଼ିଶାର ଆକାଂକ୍ଷା ପଟେଲ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ମିସେସ୍‌ ଇଣ୍ଡିଆ ଭାବେ ଝାଡ଼ଖଣ୍ଡର ସ୍ବାତୀ ସିଂ ପ୍ରଥମ ଏବଂ ମହାରାଷ୍ଟ୍ରର ଅଞ୍ଜଳି ଶର୍ମା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସିମରନ୍‌ ଅଗ୍ରୱାଲ ସର୍ବୋତ୍ତମ ପ୍ରତିଭା, ବି. ଶ୍ରାବଣୀ ସର୍ବୋତ୍ତମ ହସ, ପିଙ୍କି ସେନଗୁପ୍ତା ସର୍ବୋତ୍ତମ ଆଖି, ରିଷିତା ସାର୍କ କ୍ୟାଟୱାଲ, ଟ୍ରୁପ୍ଟି ୱେଡ୍‌ ଉତ୍ତମ ବ୍ୟକ୍ତିତ୍ୱ, ମାହେଶ୍ୱରୀ ସାନିଆଲ୍‌ ଉତ୍ତମ ମନୋଭାବ, ୟାସୁ ସୋନି ଉତ୍ତମ ପୋଷାକ, ଅଙ୍କିତା ତ୍ରିଲାଥୀ ସର୍ବୋତ୍ତମ କେଶ, ମନୀଷା କିରଣ ଫଟୋଜେନିକ୍‌ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ପାଇଛନ୍ତି। ଅତିଥି ଓ ବିଚାରକ ଭାବେ ଆମେରିକାର କ୍ରିଷ୍ଟି ଜୁଡ଼ି, ଇଂଲଣ୍ଡର ମଞ୍ଜୁ ୱରାଙ୍କ ସମେତ ଶିଲା ପଟ୍ଟନାୟକ, ସ୍ନେହା ଚଟୱନୀ, ସୌରଭ ତେଲୋରେ ଏବଂ ଏକତା ବାଘାରିଆ ଯୋଗଦେଇଥିଲେ। ପ୍ରତିଷ୍ଠାତା ନିର୍ଦ୍ଦେଶିକା ମିନତୀ ସାହୁ, ସ୍ନେହଲତା ତ୍ରିପାଠୀ ଏବଂ ସୁଚିସ୍ମିତା ଷଡ଼ଙ୍ଗୀ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମିଡିଆ ସଂଯୋଜକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri