‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’

କଟକ,୧୨ା୩(ଶିଳ୍ପା ପ୍ରିୟଦର୍ଶିନୀ):କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଏଏଚ୍‌ପିଜିଆଇସି)ର ସ୍ତ୍ରୀ କର୍କଟ ରୋଗ ବିଭାଗ ଏବଂ ଏବିସି ଫାଉଣ୍ଡେଶନର ମିଳିତ ସହଯୋଗରେ ଚତୁର୍ଦ୍ଦଶ ବିଶ୍ୱ କର୍କଟ ସର୍ଭିକ୍ସ ନିରାକରଣ ଦିବସ ଏଏଚ୍‌ପିଜିଆଇସିରେ ସୋମବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଦୀପକ ରାଉତରାୟ ଯୋଗଦେଇ କହିଛନ୍ତି, ରାଜ୍ୟରେ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ କ୍ୟାନ୍‌ସର ସର୍ଭିକ୍ସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ଆରମ୍ଭରୁ ଚିହ୍ନଟ କରି ବିହିତ ଚିକିତ୍ସା କଲେ ତାହା ସମ୍ପୂର୍ଣ୍ଣ ଭଲ ହୋଇଥାଏ। ଏତଦ୍‌ବ୍ୟତୀତ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ଏଚ୍‌ପିଭି ଟିକା ଦେଇ କର୍କଟ ରୋଗ କବଳରୁ ମୁକ୍ତ ରଖିପାରିବା। ହ୍ୟୁମାନ-ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନ୍‌ସର ସର୍ଭିକ୍ସ ହୁଏ ବୋଲି ଡା. ହାରଲଡ୍‌ ଜୁର୍‌ ହାସନ ନାମକ ଜଣେ ଜର୍ମାନୀ ଡାକ୍ତର ପ୍ରଥମେ ଆବିଷ୍କାର କରି ୨୦୦୮ରେ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି। ତାଙ୍କର ଏହି କୃତିତ୍ୱକୁ ମନେ ପକାଇବା ପାଇଁ କଟକର ଏବିସି ଫାଉଣ୍ଡେଶନ ତାଙ୍କ ଜନ୍ମଦିନ ମାର୍ଚ୍ଚ ୧୧ ତାରିଖକୁ ଜରାୟୁ-ଦ୍ୱାର କର୍କଟ ରୋଗ ନିରାକରଣ ଦିବସ ଭାବେ ପାଳନ କରିଆସୁଛି ବୋଲି ରାଉତରାୟ କହିଛନ୍ତି।
ସେହିପରି ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସିଲ୍‌ଚର, ଆସାମର କ୍ୟାଚର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ରବି କାନ୍ନନ୍‌ ଯୋଗଦେଇ କହିଛନ୍ତି, ହ୍ୟୁମାନ-ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନ୍‌ସର ସର୍ଭିକ୍ସ ରୋଗ ହେଉଛି। ଏଚ୍‌ପିଭି ଟିକା ଦ୍ୱାରା ଏହି ରୋଗକୁ ପ୍ରତିହତ କରାଯାଇ ପାରିବ। ଆୟୁର୍ବିଜ୍ଞାନ ଡଟ୍‌ କମ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ଡା. ନିରଞ୍ଜନ ରାଉତ ଏହି ସଚେତନତା ଦିବସର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡା. ଶିଶିର କୁମାର ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ପାପାନିକୋଲାଓ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି କ୍ୟାନ୍‌ସର ସର୍ଭିକ୍ସ ସମ୍ପର୍କରେ ଗବେଷଣା କରୁଥିବା ଡା. ସୋନି ନନ୍ଦଙ୍କୁ ଏବିସି ଫାଉଣ୍ଡେଶନ ପୁରସ୍କାର ପ୍ରଦାନ କରାଯାଇଥିଲା। କର୍କଟ ରୋଗରେ ପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ଅଭିମନ୍ୟୁ ଦାସ, ସୁବ୍ରତ ଚନ୍ଦ୍ର ତ୍ରିପାଠୀ ଓ ଲିଲି ଜେନାମଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଅତିଥିମାନେ ସ୍ମରଣିକା ଉନ୍ମୋଚନ କରିଥିଲେ। ପ୍ରଫେସର ଡା. ଜିତା ପରିଜା ସ୍ବାଗତ ଭାଷଣ ଦେଇଥିଲେ। ଆବାହକ ଡା. ଭାଗ୍ୟଲକ୍ଷ୍ମୀ ନାୟକଙ୍କ ତତ୍ତ୍ୱାବଧାନରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଅବସରରେ ଡା. ମନୋରଞ୍ଜନ ମହାପାତ୍ର, ଡା. ଅଶୋକ କୁମାର ପାଢ଼ୀ, ଡା. ଅନ୍ବେଷା ପାଲ୍‌ଙ୍କ ତତ୍ତ୍ୱାବଧାନରେ କ୍ୟାନ୍ସର ସର୍ଭିକ୍ସ ସମ୍ପର୍କିତ କୁଇଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡା. ଜନ୍ମେଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri