ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକର୍ମକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ସ୍ମୃତି ରଞ୍ଜନ ବିଶାଳ ଉଦ୍‌ଘାଟନ କରିଥିଲେ। ୧୪ ବର୍ଷ ବୟସର କିଶୋରୀଙ୍କ ପାଇଁ ଏହି ଟିକାକରଣ ଉଦ୍ଦିଷ୍ଟ ଏବଂ ଆଗମୀ ଦିନରେ ଜରାୟୁ ଗ୍ରୀବା କର୍କଟ ରୋଗକୁ ପ୍ରତିହତ କରିପାରିବ ବୋଲି ଡକ୍ଟର ବିଶାଳ ସମସ୍ତଙ୍କୁ ବୁଝାଇଥିଲେ। ଏହି ଅଭିଯାନ ଆସନ୍ତା ତିନି ମାସ ଧରି ଚାଲିବ।୧୪ ରୁ ୧୫ ବର୍ଷ ବୟସର ସମସ୍ତ ବାଳିକାମାନେ ଏହାର ସୁବିଧା ନେବେ । ଏହି ଅବସରରେ ୬ ଜଣ କିଶୋରୀଙ୍କୁ HPV ଟିକା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଲିଙ୍ଗରାଜ ମହାପାତ୍ର, ପବ୍ଲିକ ହେଲ୍ଥ ଅଫିସର କବିତା ସ୍ବାଇଁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ଅଶ୍ୱିନୀ କୁମାର ମିଶ୍ର, ବ୍ଲକ ଡାଟା ମ୍ୟାନେଜର ବିନରଭା ନାୟକ,ଆଶାକର୍ମୀ, ଟିକା କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ସୁପ୍ରୀୟା ଭୋଇ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

ଦୋଳ ବିମାନରେ ପୂଜା ପାଉଛନ୍ତି ରାଧାମାଧବ

କାକଟପୁର/ଅସ୍ତରଙ୍ଗ,୨ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳରେ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀନଦୀ ପାର…

କଳାହାଣ୍ଡିରେ ପୁଣି ହାତୀ ଆତଙ୍କ: ନର୍ଲାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ୨ ମାସରେ ଗଲାଣି ୨ ଜୀବନ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି…

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ୧୦ରୁ ଅଧିକ ମହିଳା, ବୁଲାଣି ରାସ୍ତାରେ ଘଟିଲା…

ବାଲିଗୁଡ଼ା,୨ା୩(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮…

ଶୌଚ ପାଇଁ ଯାଇଥିବା ବେଳେ ଅରଖପୁରରେ ଯୁବକଙ୍କୁ ଗୁଳିମାଡ, ଗ୍ରାମବାସୀଙ୍କ ନିକଟରେ ନାହିଁ…

ପୁରୁଷୋତ୍ତମପୁର,୨।୩(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ…

ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର…

ଫିକା ପଡିବ ହୋଲି! ୬ଟି ରାଜ୍ୟରେ ଝଡ ବର୍ଷା ପାଇଁ ସତର୍କତା ଜାରି କଲା IMD

ନୂଆଦିଲ୍ଲୀ,୨।୩: ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଛି। ଦିନବେଳା ସୂର୍ଯ୍ୟକିରଣ ପ୍ରବଳ ଗରମ ଆଣିଛି। ପାଣିପାଗ ବିଭାଗ ମଧ୍ୟ ଏହି ସପ୍ତାହରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ, ଜାଣନ୍ତୁ…

ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଖଗୋଳବିଜ୍ଞାନ ଘଟଣା ଭାବରେ ବିବେଚନା କରାଯାଏ, ଯାହାକୁ ରକ୍ତ ଚନ୍ଦ୍ର, ଆଂଶିକ ଚନ୍ଦ୍ରଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ପେନମ୍ବ୍ରାଲ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ। ଚନ୍ଦ୍ରଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri