Categories: ବାଣିଜ୍ୟ

ଏଚ୍‌ପିର ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୨: ଦେଶର ପ୍ରମୁଖ ଆଇଟି ବ୍ରାଣ୍ଡ୍‌ ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ‘ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର’ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି। ଏପରିକି ଇ ମାର୍ଟ ଫର୍‌ ୟୁ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ଏହାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ସ୍ଥାନୀୟ ଶହୀଦନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏଚ୍‌ପି କଞ୍ଜୁମର ବିଜ୍‌ନେସ୍‌, ବରିଷ୍ଠ ନିର୍ଦ୍ଦେଶକ ଭିନୀତ ଗେହନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରି କହିଥିଲେ, ଆମର ଏହି ଷ୍ଟୋର ସମଗ୍ର ପୂର୍ବ ଭାରତରେ ବେଶ୍‌ ସ୍ବତନ୍ତ୍ରତା ବହନ କରୁଛି। ଏଠାରେ ସବୁବର୍ଗର ଗେମିଂ ପ୍ରେମୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁବ୍ୟବସ୍ଥା କରାଯାଇଛି। ସେହିପରି ଏକ ଉତ୍ତମ ପରିବେଶ ମଧ୍ୟରେ ଗ୍ରାହକଙ୍କ ଗେମିଂ ଉତ୍କଣ୍ଠା ଚରିତାର୍ଥ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୀତୀଶ ସିଂଘଲ, ନ୍ୟାଶନାଲ ସେଲ୍ସ ମ୍ୟାନେଜର (ଉତ୍ତର ଓ ପୂର୍ବ) ମନୀଷ ସୁଦ୍‌, ଏଚ୍‌ପି ୱାଲର୍‌ଡ ହେଡ୍‌ ବିନାୟକ ସେନୋଏ, ଗୌରବ ଜେଟ୍‌ଲୀ, ସନ୍ତୋଷ ମଣ୍ଡଳ, ଜୟପ୍ରକାଶ ପାଣି, ରୋହନ ରଏ, ଆଦିତ୍ୟ ଶାହା,ସାଭେକ୍ସର ନିର୍ଦ୍ଦେଶକ ସୌରଭ ନାୟକ, ସିନିୟର ପ୍ରଡକ୍ଟ ମ୍ୟାନେଜର ସ୍ବପ୍ନିଲ ରାଣେଙ୍କ ସମେତ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share