Categories: ଫୁରସତ

୧୯୮୩ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ କିଭଳି ନେଇଥିଲା ଓ୍ବେଷ୍ଟଇଣ୍ଡିଜ

୧୯୮୩ ଆଇସିସି ବିଶ୍ୱକପ୍‌ରେ ଇତିହାସ ରଚିଥିଲା ଭାରତ। ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ସହଜରେ ହରାଇ କପିଳ ଦେବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅବିଶ୍ୱସନୀୟ ଭାବେ ହାତେଇଥିଲା ବିଶ୍ୱକପ୍‌। ଏହି ପରାଜୟ କ୍ଲାଇଭ ଲଏଡ୍‌ଙ୍କ ଓ୍ବେଷ୍ଟଇଣ୍ଡିଜ ଦଳକୁ ଖୁବ୍‌ ବାଧି ଥିଲା। ପ୍ରତିଶୋଧ ନେବା ପାଇଁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଭାରତରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବାକୁ ଦେଇଥିଲା ପ୍ରସ୍ତାବ। ଭାରତରେ କ୍ରିକେଟର ପ୍ରଚାର ପାଇଁ ଏହି ସିରିିଜ୍‌ ଆୟୋଜନ କରିବାକୁ ରାଜି ହୋଇଯାଇଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

କିମ୍ବଦନ୍ତୀ ପେସର ମାଇକେଲ ହୋଲ୍ଡିଂ, ମାଲକମ ମାର୍ଶାଲ ଓ ସାର ଆଣ୍ଡି ରବଟର୍‌ସଙ୍କ ଘାତକ ବୋଲିଂ ବଳରେ ଦିନିକିଆ ସିରିଜ୍‌କୁ ମୂଳପୋଛ (୫-୦) କରି ନେଇଥିଲା ଓ୍ବେଷ୍ଟଇଣ୍ଡିଜ। କେବଳ ଏତିକି ନୁହେଁ ପ୍ରତ୍ୟେକ ମ୍ୟାଚ୍‌କୁ ଅତିକମ୍‌ରେ ୫୦ ରନ୍‌ କିମ୍ବା ୫ରୁ ୬ ଉଇକେଟରେ ଜିତି ପ୍ରତିଶୋଧ ନେଇଥିଲା କ୍ଲାଇଭ ଲଏଡ୍‌ଙ୍କ ଦଳ।

Share