କେମିତି ତିଆରି ହୋଇଥିଲା ବଡ଼ଦେଉଳ, କହିଲେ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସବିଶେଷ ଆଲୋଚନା କରିଛନ୍ତି। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମନ ଚୋଡ଼ଗଙ୍ଗ ଦେବ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅନଙ୍ଗ ଭୀମଦେବ ଏହାକୁ ସମ୍ପୂର୍ଣ୍ଣ କରିଥିଲେ।

ଓଡ଼ିଶାରେ ମୁଖ୍ୟତଃ ୨ ପ୍ରକାର ମନ୍ଦିର ନିର୍ମାଣ ହୋଇଥାଏ। ଯେପରିକି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରକୁ ରେଖା ଦେଉଳ। ରେଖା ଦେଉଳ ଶବ୍ଦ ପଥରରେ ତିଆରି ହୋଇଥିବା କାରୁକାର୍ଯ୍ୟରୁ ଆସିଛି। ଯାହା ଏକ ରେଖାକୃତ ଭାବେ ଉପରକୁ ଉପରକୁ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ ହୋଇଥାଏ। ରେଖା ଦେଉଳର ବିଭିନ୍ନ ପର୍ଯ୍ୟାୟ ରହିଛି। ପ୍ରତ୍ୟେକ ମନ୍ଦିରର ଗର୍ଭଗୃହ ରହିଥାଏ, ଯାହା ଚାରିକୋଣିଆ, କିନ୍ତୁ ଏହା ବାହାରକୁ ଦେଖିବାକୁ ଗୋଲାକାର ଆକୃତିର। ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ପ୍ରାୟ ୩୦ ଫୁଟ ରହିଛି। ଏହାକୁ ଭିତ୍ତି କରି ମନ୍ଦିରର ବିମାନ ବା ରେଖା ଦେଉଳ ନିର୍ମାଣ ହୁଏ। ଏହା ମନ୍ଦିର ଶିଳ୍ପୀଙ୍କର ଦକ୍ଷତା ଦର୍ଶାଏ, ସେମାନେ କେତେ ଉଚ୍ଚତା ଯାଏ କରିପାରୁଛନ୍ତି। ତେବେ ଏହାର ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟ ରହିଛି, ଅର୍ଥାତ ଗର୍ଭଗୃହର ପାଞ୍ଚାଗୁଣା ପର୍ଯ୍ୟନ୍ତ ଉଚ୍ଚତା ଯାଏ ମନ୍ଦିର ହୋଇପାରିବ, ଏହା ଅତିକ୍ରମ କଲେ ମନ୍ଦିର ସ୍ଥିର ନ ରହିପାରେ। ଏହି କାରଣରୁ ବୋଧହୁଏ କୋଣାର୍କ ମନ୍ଦିର ଭୁଶୁଡି ପଡିଥିଲା।

File:Lingaraj temple Bhubaneswar.jpg - Wikimedia Commons

ଓଡ଼ିଶାର ଶିଳ୍ପୀମାନେ ପ୍ରଥମେ ଛୋଟ ଛୋଟ ଅନେକ ମନ୍ଦିର ନିର୍ମାଣ କରିଥିଲେ, ପରେ ବିଶାଳ ମନ୍ଦିର ତିଆରି କରିଥିଲେ ଯେପରିକି ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର। ପରେ ୧୨ ଶହ ଶତାଦ୍ଧୀରେ ବଡ ଦେଉଳ ବା ଶ୍ରୀମନ୍ଦିର ନିର୍ମାଣ କରିଥିଲେ। ଏହାପରେ ୧୩ ଶ ଶତାଦ୍ଧୀରେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ସେତେବେଳେ କୋଣାର୍କ ମନ୍ଦର ଉଚ୍ଚତା ପୁରୀ ଶ୍ରୀମନ୍ଦିରଠାରୁ ମଧ୍ୟ ଅଧିକ ଥିଲା। ପରେ କୋଣାର୍କ ମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡି ପଡିଥିବାର ଜଣାଯାଏ, ଏବେ କେବେଳ ଏହାର ମୁଖଶାଳା ରହିଛି।

Konark Sun Temple History

ଶ୍ରୀମନ୍ଦିର ଏତେ ବଡ଼ ହୋଇଥିବାରୁ ଏହାକୁ ଭୁକମ୍ପର ଭୟ ରହିଛି, କିନ୍ତୁ ଗତ ୮ ଶହ ବର୍ଷ ଇତିହାସରେ ଏପରି କୌଣସି ଘଟଣାର ନଜିର ନାହିଁ। ଏହାକୁ ଘଡଘଡି ମାରିବାର ଭୟ ମଧ୍ୟ ରହିଥିଲା, ଏଥିପାଇଁ ବୋଧହୁଏ ଶ୍ରୀମନ୍ଦିର ଉପରେ ନୀଳଚକ୍ର ଆକାରରରେ ମେଟାଲ ବ୍ୟବହାର କରାଯାଇ ଏଠାରୁ ତମ୍ବାରେ ଆର୍ଥିଙ୍ଗ କରାଯାଇଥିଲା। ଏତେବଡ଼ ମନ୍ଦିର ହୋଇଥିବାରୁ ଏହାକୁ ବାତ୍ୟା ଭୟ ମଧ୍ୟ ରହେ। କାରଣ ଓଡ଼ିଶାର ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର କିମ୍ବା କୋଣାର୍କ ମନ୍ଦିରରେ କୌଣସି ପ୍ରକାର ପ୍ଲାଷ୍ଟରିଂ ହୋଇନାହିଁ, ଏହା କେବେଳ ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଠିଆ ହୋଇଛନ୍ତି।

ଶ୍ରୀମନ୍ଦିର ରେଖା ଦେଉଳ ହେଲେ ମଧ୍ୟ ଏହା କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ଅଟେ। ପ୍ରାୟ ୧୦ ଏକର ଜମି ଉପରେ ଏହା ନିର୍ମିତ। ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ (୬୬୫×୬୪୦ ଫୁଟ) ନିର୍ମାଣ କରାଇଥିଲେ। ସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ଆଠଗଡ଼-ଚନ୍ଦକା ଅଞ୍ଚଳରୁ ଆଣିଥିବା ବାଲୁକା ପଥର (ସାଣ୍ଡଷ୍ଟୋନ) ରେ ନିର୍ମାଣ ହୋଇଛି ଏବଂ କିଛି ଖଣ୍ଡେଲାଇଟ ପଥର ମଧ୍ୟ ବ୍ୟବହାର ହୋଇଛି। ଚାରି ଦ୍ୱାରରେ ଲାଗିଥିବା କଳା ମୁଗୁନି ପଥର ବାଲେଶ୍ୱର ନୀଳଗିରିରୁ ଅଣାଯାଇଥିଲା ବୋଲି କୁହାଯାଏ।

ତେବେ ଏହି ପଥର ସବୁ ମହାନଦୀ ଅବବାହିକାରେ ମିଳୁଥିବାରୁ ନଦୀ ପଥ ଦେଇ ଏତେ ବଡ଼ ବଡ଼ ପଥର ଭେଳାରେ ପରିବହନ କରାଯାଇଥିଲା ବୋଲି କୁହାଯାଏ। କୋଣାର୍କ ନିକଟରେ ଥିବା “ପଥର ବୁହା ନାଳ” ଏହାର ଜଳଜଳ ପ୍ରମାଣ। ପଥରଗୁଡ଼ିକ କେବଳ ମାଧ୍ୟାକର୍ଷଣ ଓ ଲକ-ଇନ-କ୍ଲାମ୍ପ ପ୍ରଣାଳୀରେ ଯୋଡ଼ା ହୋଇଛି। କିଛି ସ୍ଥାନରେ ଓଲଟା U-ଆକୃତିର ଲୁହା ରଡ଼ ବ୍ୟବହୃତ ହୋଇଥିଲା। ଘଡ଼ଘଡ଼ି ଠାରୁ ସୁରକ୍ଷା ପାଇଁ ନୀଳଚକ୍ରରେ ତମ୍ବା ଆର୍ଥିଙ୍ଗ କରାଯାଇଛି।

ସମୟର ଆଘାତ ଓ ସଂରକ୍ଷଣ
ନିର୍ମାଣର ତିନି-ଚାରି ଶହ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ଅସୁବିଧା ନ ଥିଲା। କିନ୍ତୁ ସମୁଦ୍ରର ଲୁଣା ପବନ ଓ ବର୍ଷା ଯୋଗୁଁ ଲୁହା ରଡ଼ ନଷ୍ଟ ହେବାରୁ ପଥର ଖସିବା ଆରମ୍ଭ ହୋଇଥିଲା। ଏହାକୁ ରୋକିବା ପାଇଁ ଗଜପତିମାନେ ମନ୍ଦିର ଉପରେ ପ୍ରାୟ ୯ ଥର ଚୂନ ଲେପ ଦେଇଥିଲେ, ଯାହା ପରେ ଦେଢ଼ ଫୁଟ ପର୍ଯ୍ୟନ୍ତ ମୋଟା ହୋଇଯାଇଥିଲା ଏବଂ ଅଧିକ କ୍ଷତି କରିଥିଲା।

ପରେ ୧୯୭୫ରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ଘୋଷଣା କରାଯାଇଥିଲା। ୧୯୭୯ରୁ ASI ଚୂନ ଅପସାରଣ ଆରମ୍ଭ କରି ୧୯୯୬ ସୁଦ୍ଧା ସମ୍ପୂର୍ଣ୍ଣ କରିଥିଲା। ଏହି ସମୟରେ ୧୯୯୦ରେ ଅଁଳା ବେଢ଼ା ନିକଟରେ ୬ ଟନ୍ ଓ ୧୯୯୨ରେ ରତ୍ନସିଂହାସନ ନିକଟରେ ୧ ଟନ୍ ପଥର ଖସିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡି ନିକଟରେ ଅସ୍ଥାୟୀ ରତ୍ନସିଂହାସନକୁ ସ୍ଥାନାନ୍ତର କରାଯାଇ ଗର୍ଭଗୃହରେ ରତ୍ନ ସିଂହାସନ ଠାରୁ ୪୫ ଫୁଟ ଉପରେ ଷ୍ଟିଲ ଫ୍ରେମ ତିଆରି କରାଯାଇଛି, ଯାହାଦ୍ୱାରା ପଥର ଖସିଲେ ତାହା ତଳକୁ ଆସିବ ନାହିଁ।

ତିନି ମହଲା ବିଶିଷ୍ଟ ଶ୍ରୀମନ୍ଦି
ଚୂନ ହଟାଇବା ସମୟରେ ଜଣାପଡ଼ିଛି ଯେ ମନ୍ଦିର ତିନି ମହଲା ବିଶିଷ୍ଟ। ଅନୁଧ୍ୟାନ ସମୟରେ ଦ୍ୱିତୀୟ ମହଲାରେ ୩ ଫୁଟ ମୋଟା ଧାନଚୋପା ଓ ଖସିପଡ଼ିଥିବା ପଥର ମିଳିଥିଲା। ସେହିପରି ୧୯୯୬ରେ ଶ୍ରୀମନ୍ଦିର ଶୀର୍ଷରେ ଥିବା ଦଧିନଉତି ନିକଟରେ ଫାଟ ଚିହ୍ନଟ ହୋଇଥିଲା, ଯାହାର କାରଣ ବଡ଼ ବାନା ଲାଗିବା ଦ୍ୱାରା ନୀଳଚକ୍ର ଦୋହଲିବା ବୋଲି ଜଣାପଡ଼ିଥିଲା। ଏହାପରେ ବାନାର ଲମ୍ବ ନିୟନ୍ତ୍ରଣ କରାଯାଇଛି। ପୂର୍ବରୁ ବହୁତ ବଡ଼ ଏପରିକି ୨୦୦ ଫୁଟ ଲମ୍ବାର ବାନା ମଧ୍ୟ ଲଗାଯାଉଥିଲା ଯାହା ପ୍ରାୟ ପାଦୁକା କୁଣ୍ଡ ପର୍ଯ୍ୟନ୍ତ ଉଡୁଥିଲା

ମହାପାତ୍ର କହିଛନ୍ତି, “ଆଧୁନିକ ଯୁଗରେ ଗୋଟିଏ ୬ ଟନ୍ ପଥର ମରାମତି କରିବାକୁ ୭ ମାସ ଲାଗିଥିଲା। କିନ୍ତୁ ୮୦୦ ବର୍ଷ ତଳେ ଏତେ ବିରାଟ ମନ୍ଦିର କିପରି ତିଆରି ହେଲା, ତାହା ସତରେ ଆଶ୍ଚର୍ଯ୍ୟଜନକ।” ଏହା ଓଡ଼ିଶାର ପ୍ରାଚୀନ ଶିଳ୍ପୀମାନଙ୍କର ଅସାଧାରଣ ଦକ୍ଷତା ଓ ଭକ୍ତିର ଜଳଜଳ ଉଦାହରଣ ବୋଲି ମହାପାତ୍ର ମତପ୍ରକାଶ କରିଛନ୍ତି।

ଏହି ବିଶାଳ ମନ୍ଦିରର ନିର୍ମାଣ ଓ ସଂରକ୍ଷଣର ଏହିସବୁ ରହସ୍ୟ ଲୋକଙ୍କୁ ଶ୍ରୀମନ୍ଦିର ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ ବୋଲି ପୂର୍ବତନ ପ୍ରଶାସକ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri