ପଶ୍ଚିମବଙ୍ଗରେ ବାରମ୍ବାର ଗଣବଳାତ୍କାର: ମମତାଙ୍କ ମୁହଁ ଫୁଟାଣି, ଝିଅମାନେ ରାତିରେ

କୋଲକାତା,୧୨।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ତଥା ଓଡ଼ିଶାର ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ନ ଦେବାକୁ ପରାମର୍ଶ ଦେଇ ଘରୋଇ କଲେଜଗୁଡ଼ିକର ଦାୟିତ୍ୱ ଉପରେ ଜୋର ଦେଇଛନ୍ତି, ଯାହାକୁ ଭାଜପା ପୀଡିତଙ୍କ ପ୍ରତି ଲଜ୍ଜା ବୋଲି ଅଭିହିତ କରିଛି।

ଶୁକ୍ରବାର ରାତିରେ ଛାତ୍ରୀଜଣକ ତାଙ୍କ ଜଣେ ପୁରୁଷ ସାଙ୍ଗ ସହିତ କଲେଜ ବାହାରେ ଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଧରି ଜଙ୍ଗଲିଆ ଅଞ୍ଚଳକୁ ନେଇ ବଳାତ୍କାର କରିଥିଲେ। ଏହି ଘଟଣା ଆର୍.ଜି. କର୍ ମେଡିକାଲ୍ କଲେଜ ଘଟଣାର ଏକ ବର୍ଷ ପରେ ଘଟିଛି, ଯାହା ରାଜ୍ୟରେ ମହିଳା ସୁରକ୍ଷା ପ୍ରଶ୍ନ ଉଠାଇଛି।

ତେବେ ଘଟଣା ପରେ ପ୍ରଥମ ମିଡିଆ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେ ଘରୋଇ ମେଡିକାଲ୍ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ରାତି ସାଢ଼େ ୧୨ଟାରେ କିପରି ବାହାରକୁ ଆସିଲେ?” ସେ କହିଛନ୍ତି ଯେ, ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ଏବଂ ସେମାନେ ନିଜେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ। “ଏହା ଜଙ୍ଗଲିଆ ଅଞ୍ଚଳ। ଘରୋଇ କଲେଜଗୁଡ଼ିକ ଛାତ୍ରୀଙ୍କ ଦାୟିତ୍ୱ ଠିକ୍ ଭାବେ ନେବା ଦରକାର ଏବଂ ରାତିର ସଂସ୍କୃତି ଉପରେ ନଜର ରଖିବା ଉଚିତ୍,” ବୋଲି ସେ କହିଛନ୍ତି। ଏହା ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ଘଟୁଥିବା ଏହିପରି ଘଟଣାକୁ ନିନ୍ଦନୀୟ ବୋଲି କହି ମଣିପୁର, ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାରେ ଘଟିଥିବା ଘଟଣାର ଉଲ୍ଲେଖ କରିଛନ୍ତି। “ଓଡ଼ିଶାରେ ସମୁଦ୍ର କୂଳରେ ଝିଅମାନଙ୍କୁ ବଳାତ୍କାର ହୋଇଥିଲା। ସେଠାର ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି?” ବୋଲି ପ୍ରଶ୍ନ କରିଛନ୍ତି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ହେବ ଆଉ ୩ ନୂଆ AIIMS

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ତାଙ୍କର ଲଗାତର ନବମ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌ରେ ଆତ୍ମନିର୍ଭରଶୀଳ ଭାରତ ପାଇଁ ୨୦୦୦ କୋଟିର ଘୋଷଣା…

Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ

ନୂଆଦିଲ୍ଲୀ,୧।୨: ଭାରତର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ ସହରଗୁଡ଼ିକୁ ଯୋଡିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସଓ ସହରକୁ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri