କାରଖାନା କୃଷି କେତେ ଉପଯୋଗୀ

ଜନସଂଖ୍ୟାର ବିସ୍ଫୋରଣ ତଥା ଜୀବନଶୈଳୀରେ ପରିବର୍ତ୍ତନ ପରିପ୍ରେକ୍ଷୀରେ ସମ୍ପ୍ରତି ବିଶ୍ୱରେ ଖାଦ୍ୟ ଚାହିଦା ଏବଂ ଭିନ୍ନତାରେ ଯଥେଷ୍ଟ ବୃଦ୍ଧି ହୋଇଛି I ଏପରି ଚିତ୍ରପଟରେ ‘କାରଖାନା କୃଷି’ ବା ‘ସଘନ ପ୍ରାଣୀ କୃଷି’ (ଫ୍ୟାକ୍‌ଟ୍ରି ଫାର୍ମିଂ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି, ଯାହା ଖର୍ଚ୍ଚ ହ୍ରାସ ସହ ଉତ୍ପାଦନକୁ ସର୍ବାଧିକ କରିବା ଲକ୍ଷ୍ୟରେ କାର୍ଯ୍ୟରତ ଏକ ବୃହତ୍‌ ଶିଳ୍ପିଭିତ୍ତିକ କୃଷି ପ୍ରଣାଳୀକୁ ବୁଝାଏ। ବିଗତ କିଛି ଦଶନ୍ଧି ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ଏହି ପଦ୍ଧତିରେ ପ୍ରାଣୀମାନଙ୍କୁ ସଂକୀର୍ଣ୍ଣ, ପ୍ରତିବନ୍ଧିତ ସ୍ଥାନରେ, ନିୟନ୍ତ୍ରିତ ପରିବେଶରେ ସୀମିତ କରି ରଖାଯାଏ, ଯେଉଁଠାରେ ବାୟୁଚଳନ କିମ୍ବା ପ୍ରାକୃତିକ ଆଲୋକର ଯଥେଷ୍ଟ ସୁବିଧା ଉପଲବ୍ଧ ନ ଥାଏ I ସେମାନେ ନିଷ୍ଠୁରତାର ଶିକାର ହେବା ସହ ସେମାନଙ୍କ ସୁସ୍ଥତା ପ୍ରତି ପ୍ରାୟତଃ ଧ୍ୟାନ ଦିଆଯାଇ ନ ଥାଏ। କାରଖାନା କୃଷି ସାଧାରଣତଃ ମାଂସ, କ୍ଷୀର ଏବଂ ଅଣ୍ଡାର ବହୁଳ ଉତ୍ପାଦନ ସହିତ ଜଡ଼ିତ, ଯଦିଓ ଏହା ମତ୍ସ୍ୟଚାଷ ଏବଂ ଫସଲ ପରି ଅନ୍ୟାନ୍ୟ କୃଷି ପଦ୍ଧତିକୁ ମଧ୍ୟ କ୍ରମେ ବିସ୍ତାରିତ ହୋଇଛି। ବିଂଶ ଶତାବ୍ଦୀର ପ୍ରାରମ୍ଭରୁ କାରଖାନା କୃଷିର ଅଭ୍ୟୁଦୟ ଘଟିଥିଲେ ସୁଦ୍ଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗରେ ପ୍ରଯୁକ୍ତିବିଦ୍ୟା,ପରିବହନରେ ଅଗ୍ରଗତି ତଥା ରାସାୟନିକ ସାର ଓ କୀଟନାଶକର ବ୍ୟାପକ ବ୍ୟବହାର ସହିତ ଏହା ଲୋକପ୍ରିୟତା ହାସଲ କରିଥିଲା। ଏହାର ମୌଳିକ ଲକ୍ଷ୍ୟ ହେଉଛି, ବିଶେଷକରି ଦ୍ରୁତଗତିରେ ଜନସଂଖ୍ୟା ବଢ଼ୁଥିବା ସହରାଞ୍ଚଳରେ ଖାଦ୍ୟର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା। ଶିଳ୍ପ ବ୍ୟବସ୍ଥାର ‘ବହୁଳ ଉତ୍ପାଦନ କୌଶଳ’କୁ ଅବଲମ୍ବନ କରି, କାରଖାନା କୃଷି ଏକା ସମୟରେ ଅନେକ ହଜାର ପ୍ରାଣୀଙ୍କୁ ଏକତ୍ର ରଖି ଅପେକ୍ଷାକୃତ ସ୍ବଳ୍ପ ସମୟରେ, କମ୍‌ ଖର୍ଚ୍ଚରେ ପ୍ରଚୁର ପରିମାଣରେ ଖାଦ୍ୟ ଉତ୍ପାଦନ କରିବାରେ ସକ୍ଷମ ହୁଏ। ଏପରି କେନ୍ଦ୍ରୀକରଣର ଅର୍ଥ ହେଉଛି କାରଖାନା ଫାର୍ମଗୁଡ଼ିକ ପ୍ରଜନନଠାରୁ ହତ୍ୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ ଏବଂ ସୁବ୍ୟବସ୍ଥିତ କରିପାରିବେ।
ଏପରି ସଘନ ପାଳନର ବିବାଦୀୟ ଦିଗ ହେଉଛି ଏଥିରେ ପଶୁମାନଙ୍କୁ ଅତ୍ୟଧିକ ଭିଡ଼, ସୀମିତ ଚଳପ୍ରଚଳ ସୁବିଧା ଏବଂ ଅପର୍ଯ୍ୟାପ୍ତ ଚିକିତ୍ସା ସେବାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଦୃଷ୍ଟାନ୍ତ ସ୍ବରୂପ, ଘୁଷୁରିମାନଙ୍କୁ ପ୍ରାୟତଃ ଛୋଟ ଗର୍ଭଧାରଣ ଢାବଲରେ ସୀମିତ ରଖାଯାଏ, ଯେଉଁଠାରେ ସେମାନେ ଠିକ୍‌ ରୂପେ ବୁଲିପାରନ୍ତି ନାହିଁ। କୁକୁଡ଼ାମାନେ ବ୍ୟାଟେରି ପିଞ୍ଜରାରେ ଆବଦ୍ଧ ରୁହନ୍ତି, ଯେଉଁଠି ସେମାନଙ୍କ ଡେଣା ବିସ୍ତାର କରିବା ସମ୍ଭବପର ହୁଏନାହିଁ। ଏପରି ପରିସ୍ଥିତି ପ୍ରାଣୀଙ୍କ ପାଇଁ ମାନସିକ ଏବଂ ଶାରୀରିକ ଯନ୍ତ୍ରଣାର କାରଣ ହୁଏ, ଫଳରେସେମାନେ ବିଭିନ୍ନ ରୋଗ, ବିକୃତି ଏବଂ ଆଘାତ ସମେତ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିଥାନ୍ତି। ପ୍ରାଣୀମାନଙ୍କର ଶୀଘ୍ର ବୃଦ୍ଧି ଲକ୍ଷ୍ୟରେ ବାଛି ବାଛି ପ୍ରଜନନ କରାଯାଏ, ଯାହାର ପରିଣାମରେ ମାଂସପେଶୀର କ୍ଷତି ଏବଂ ବ୍ରଏଲର୍‌ କୁକୁଡ଼ାଙ୍କର ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି ହୁଏ। ଅଧିକନ୍ତୁ, ଏହି ଫାର୍ମଗୁଡ଼ିକ ପ୍ରାୟତଃ ଅମାନବୀୟ ହତ୍ୟା ପଦ୍ଧତି ଅବଲମ୍ବନ କରନ୍ତି, ଯେପରିକି ପ୍ରାଣୀମାନଙ୍କୁ ହତ୍ୟା କରିବା ପୂର୍ବରୁ ବିଦ୍ୟୁତ୍‌ ଆଘାତ କିମ୍ବା ଗ୍ୟାସ ପ୍ରୟୋଗ ଦ୍ୱାରା ଆତଙ୍କିତ କରିବା। ପ୍ରାଣୀ ଅଧିକାର ସଂଗଠନଗୁଡ଼ିକ କାରଖାନା କୃଷିନୀତିକୁ ସମାଲୋଚନାକରି ଯୁକ୍ତି ବାଢ଼ନ୍ତି ଯେ ମଣିଷ ପରି ପଶୁଙ୍କର ମଧ୍ୟ ଦୁଃଖ ଏବଂ ଶୋଷଣରୁ ମୁକ୍ତ ହୋଇ ବଞ୍ଚତ୍ବାର ଅଧିକାର ରହିଛି।
ଏହି କୃଷି ପଦ୍ଧତିର କେତେକ ପରିବେଶଗତ ସମସ୍ୟା ରହିଛି। କାରଖାନା ଫାର୍ମଗୁଡ଼ିକର ମୌଳିକ ଆବଶ୍ୟକତା ହେଉଛି ପ୍ରଚୁର ପରିମାଣରେ ଜମି, ଜଳ ଏବଂ ଖାଦ୍ୟ। ଉଦାହରଣ ସ୍ବରୂପ, ଗୋଟିଏ ଗାଈ ନିମନ୍ତେ ପ୍ରତିଦିନ ଶହ ଶହ ଲିଟର ପାଣି ଦରକାର ପଡ଼େ। ପଶୁମାନଙ୍କର ଖାଇବା ନିମନ୍ତେ ବିପୁଳ ପରିମାଣର ଖାଦ୍ୟଶସ୍ୟ ଦରକାର ପଡ଼େ। ଏହା ପ୍ରାକୃତିକ ସମ୍ପଦ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରେ, ଯାହା ଜଙ୍ଗଲ ହ୍ରାସ, ଜଳ ସଙ୍କଟ ଓ ପ୍ରଦୂଷଣ ଏବଂ ମୃତ୍ତିକା ଅବକ୍ଷୟ ଭଳି ସମସ୍ୟାର କାରଣ ହୁଏ। ଏହା ସହିତ କାରଖାନା ଫାର୍ମଗୁଡ଼ିକ ମିଥେନ ଭଳି ସବୁଜଗୃହ ଗ୍ୟାସ ନିର୍ଗମନର ପ୍ରମୁଖ ଉତ୍ସ। ଏହା ପଶୁପାଳନ, ବିଶେଷକରି ଗାଈ ଏବଂ ମେଣ୍ଢାଙ୍କ ଠାରୁ ପ୍ରଚୁର ପରିମାଣରେ ନିର୍ଗତ ହୁଏ। ଯନ୍ତ୍ରପାତି ଚଳାଇବାଠାରୁ ଆରମ୍ଭ କରି ପଶୁ ପରିବହନ ପର୍ଯ୍ୟନ୍ତ, କାରଖାନା କୃଷି କାର୍ଯ୍ୟରେ ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ହୁଏ, ଯେଉଁଥିରୁ ନିର୍ଗତ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ବାଷ୍ପ ଜଳବାୟୁ ପରିବର୍ତ୍ତନକୁ ଆହୁରି ତୀବ୍ର କରେ।
କାରଖାନା କୃଷି ଅନେକ ସାର୍ବଜନୀନ ସ୍ବାସ୍ଥ୍ୟଗତ ବିପଦ ସହିତ ଜଡ଼ିତ। ଫାର୍ମଗୁଡ଼ିକର ସଂକୀର୍ଣ୍ଣ, ଅପରିଷ୍କାର ପରିସ୍ଥିତି ବିଭିନ୍ନ ରୋଗ ସୃଷ୍ଟି କରେ, ଯାହା ମଧ୍ୟରୁ କିଛି ରୋଗ ମଣିଷକୁ ବ୍ୟାପିବାର ସମ୍ଭାବନା ଥାଏ। ବାର୍ଡ଼ ଫ୍ଲୁ ଏବଂ ସ୍ବାଇନ୍‌ ଫ୍ଲୁ ଭଳି ପ୍ରାଣୀଉତ୍ସ (ଜୁନୋଟିକ) ରୋଗର ପ୍ରାଦୁର୍ଭାବ ପ୍ରାୟତଃ କାରଖାନା ଫାର୍ମରୁ ଆରମ୍ଭ ହୋଇଛି। ପ୍ରାଣୀମାନଙ୍କର ଶାରୀରିକ ବୃଦ୍ଧି ଘଟାଇବା ଏବଂ ରୋଗ ସଂକ୍ରମଣ ରୋକିବା ନିମନ୍ତେ ଉଦ୍ଦିଷ୍ଟ ପଶୁଖାଦ୍ୟରେ ନିୟମିତ ଆଣ୍ଟିବାୟୋଟିକ୍‌ ବ୍ୟବହାର, ଆଣ୍ଟିବାୟୋଟିକ୍‌-ପ୍ରତିରୋଧୀ ବୀଜାଣୁମାନଙ୍କର ଉତ୍ପତ୍ତିକୁ ପ୍ରଶ୍ରୟ ଦେଇଛି, ଯାହା ମାନବ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟିକରେ। ଏହା ସହିତ କାରଖାନା କୃଷି ପଦ୍ଧତି ଖାଦ୍ୟଜନିତ ରୋଗ ବୃଦ୍ଧି କରେ। ମାଂସର ବୃହତ୍‌ ପରିମାଣର ପ୍ରକ୍ରିୟାକରଣରେ ପ୍ରାୟତଃ ସତେଜତାର ସଂରକ୍ଷଣ ଏବଂ ପ୍ରଦୂଷଣର ପ୍ରତିରୋଧ ନିମନ୍ତେ କେତେକ ରାସାୟନିକ ପଦାର୍ଥ ଏବଂ ଏଡିଟିଭ୍ର ବ୍ୟବହାର ହୋଇଥାଏ। ତଥାପି ଏହି ପଦକ୍ଷେପଗୁଡ଼ିକ ସର୍ବଦା ପ୍ରଭାବଶାଳୀ ହୋଇ ନ ପାରେ, ଯାହାର ପରିଣାମରେ ଇ. କୋଲାଇ ଏବଂ ସାଲମୋନେଲା ଭଳି ରୋଗର ପ୍ରାଦୁର୍ଭାବ ଘଟିଥାଏ।
ଏହି ପ୍ରାଣୀ କୃଷିର ନକାରାତ୍ମକ ପ୍ରଭାବ ପ୍ରସଙ୍ଗରେ ସଚେତନତା ବୃଦ୍ଧି ପାଇବା ସହିତ ବିକଳ୍ପ ପନ୍ଥା ନିମନ୍ତେ ଆହ୍ବାନ ସୃଷ୍ଟି ହୋଇଛି। ଏଥିମଧ୍ୟରୁ କେତୋଟି ହେଉଛି ଜୈବିକ କୃଷି, ମୁକ୍ତ-ପରିସର ପ୍ରାଣୀପାଳନ ଏବଂ ପ୍ରୟୋଗଶାଳାରେ ଉତ୍ପାଦିତ (କଲ୍ଚଡ) ମାଂସ, ଯାହା ପଶୁହତ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାର ଲକ୍ଷ୍ୟ ରଖେ। ଏହି ବିକଳ୍ପଗୁଡ଼ିକ ସାଧାରଣତଃ ପ୍ରାଣୀ କଲ୍ୟାଣ, ପରିବେଶୀୟ ସ୍ଥିରତା ଏବଂ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଏ। ଯଦିଓ ଏଗୁଡ଼ିକ ଉତ୍ପାଦନ ଦୃଷ୍ଟିରୁ ଅଧିକ ମହଙ୍ଗା, ଅନେକ ଯୁକ୍ତି ବାଢ଼ନ୍ତି ଯେ ଦୀର୍ଘକାଳୀନ ହିତସାଧନ ହେଉଛି ବ୍ୟୟ ତୁଳନାରେ ଅଧିକ ଲାଭଜନକ। ଏହା ସହିତ ଉଦ୍ଭିଦ-ଆଧାରିତ ଖାଦ୍ୟ ଏବଂ ଉଦ୍ଭିଦ-ପ୍ରସ୍ତୁତ ବିକଳ୍ପର ବୃଦ୍ଧି ପ୍ରାଣୀ ଉତ୍ପାଦର ଚାହିଦାକୁ କ୍ରମେ ହ୍ରାସ କରୁଛି, ଯାହା କାରଖାନା କୃଷିର ପ୍ରଭାବକୁ ନିମ୍ନଗାମୀ କରିବା ନିମନ୍ତେ ଏକ ଉତ୍ତମ ଉପାୟ ପ୍ରଦାନ କରେ। ଅଧିକ ମାନବୀୟ ଏବଂ ସ୍ଥାୟୀ କୃଷି ପଦ୍ଧତିର ପ୍ରୋତ୍ସାହନ ଦିଗରେ ଆନ୍ଦୋଳନମାନ କ୍ରମେ ଗତିଶୀଳ ହେଉଛି I
ଅନ୍ୟପକ୍ଷରେ କେତେକ ଉପଭୋକ୍ତା, କର୍ମୀ ଏବଂ ନୀତି ନିର୍ଦ୍ଧାରକ ବର୍ତ୍ତମାନର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଇବା ନିମନ୍ତେ ଆହ୍ବାନ ଦେଉଛନ୍ତି।
କାରଖାନା କୃଷି ପ୍ରଣାଳୀ ଖାଦ୍ୟ ଉତ୍ପାଦନରେ ବିପ୍ଳବ ଆଣିଛି ସତ, କିନ୍ତୁ ଏହା ଘଟିଛି ଗୁରୁତ୍ୱପୂର୍ଣ୍ଣ ନୈତିକ, ପରିବେଶଗତ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମୂଲ୍ୟରେ। ସମାଜ ଏପରି ଆହ୍ବାନସବୁର ସମ୍ମୁଖୀନ ହେଉଥିବା ପରିପ୍ରେକ୍ଷୀରେ, ଖାଦ୍ୟ ଉତ୍ପାଦନର ଭବିଷ୍ୟତକୁ ସୁଦୃଢ଼ କରିବା ନିମନ୍ତେ ଦକ୍ଷତା ସହିତ ସହନୀୟତା ଏବଂ କରୁଣାକୁ ସନ୍ତୁଳିତ କରୁଥିବା ସମାଧାନର ପନ୍ଥା ନିରୂପଣ ତାତ୍ପର୍ଯ୍ୟପୂର୍ଣ୍ଣ ହେବ। ଏହି ଶିଳ୍ପରେ ସଂସ୍କାର ମାଧ୍ୟମରେ ହେଉ, ଉଦ୍ଭିଦ-ଆଧାରିତ ଖାଦ୍ୟ ବ୍ୟବହାରରେ ବୃଦ୍ଧି ଦ୍ୱାରା ହେଉ ଅଥବା ଅଭିନବ ବିକଳ୍ପ ବିକାଶ ମାଧ୍ୟମରେ ହେଉ, କାରଖାନା କୃଷି ସହିତ ଜଡି଼ତ ସମସ୍ୟାଗୁଡ଼ିକର ସମାଧାନ ଆଗାମୀ ବର୍ଷଗୁଡ଼ିକରେ ମଣିଷ ଏବଂ ପ୍ରାଣୀ ଉଭୟଙ୍କ କଲ୍ୟାଣ ସାଧନ ନିମନ୍ତେ ଅପରିହାର୍ଯ୍ୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri