କାରଖାନା କୃଷି କେତେ ଉପଯୋଗୀ

ଜନସଂଖ୍ୟାର ବିସ୍ଫୋରଣ ତଥା ଜୀବନଶୈଳୀରେ ପରିବର୍ତ୍ତନ ପରିପ୍ରେକ୍ଷୀରେ ସମ୍ପ୍ରତି ବିଶ୍ୱରେ ଖାଦ୍ୟ ଚାହିଦା ଏବଂ ଭିନ୍ନତାରେ ଯଥେଷ୍ଟ ବୃଦ୍ଧି ହୋଇଛି I ଏପରି ଚିତ୍ରପଟରେ ‘କାରଖାନା କୃଷି’ ବା ‘ସଘନ ପ୍ରାଣୀ କୃଷି’ (ଫ୍ୟାକ୍‌ଟ୍ରି ଫାର୍ମିଂ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି, ଯାହା ଖର୍ଚ୍ଚ ହ୍ରାସ ସହ ଉତ୍ପାଦନକୁ ସର୍ବାଧିକ କରିବା ଲକ୍ଷ୍ୟରେ କାର୍ଯ୍ୟରତ ଏକ ବୃହତ୍‌ ଶିଳ୍ପିଭିତ୍ତିକ କୃଷି ପ୍ରଣାଳୀକୁ ବୁଝାଏ। ବିଗତ କିଛି ଦଶନ୍ଧି ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ଏହି ପଦ୍ଧତିରେ ପ୍ରାଣୀମାନଙ୍କୁ ସଂକୀର୍ଣ୍ଣ, ପ୍ରତିବନ୍ଧିତ ସ୍ଥାନରେ, ନିୟନ୍ତ୍ରିତ ପରିବେଶରେ ସୀମିତ କରି ରଖାଯାଏ, ଯେଉଁଠାରେ ବାୟୁଚଳନ କିମ୍ବା ପ୍ରାକୃତିକ ଆଲୋକର ଯଥେଷ୍ଟ ସୁବିଧା ଉପଲବ୍ଧ ନ ଥାଏ I ସେମାନେ ନିଷ୍ଠୁରତାର ଶିକାର ହେବା ସହ ସେମାନଙ୍କ ସୁସ୍ଥତା ପ୍ରତି ପ୍ରାୟତଃ ଧ୍ୟାନ ଦିଆଯାଇ ନ ଥାଏ। କାରଖାନା କୃଷି ସାଧାରଣତଃ ମାଂସ, କ୍ଷୀର ଏବଂ ଅଣ୍ଡାର ବହୁଳ ଉତ୍ପାଦନ ସହିତ ଜଡ଼ିତ, ଯଦିଓ ଏହା ମତ୍ସ୍ୟଚାଷ ଏବଂ ଫସଲ ପରି ଅନ୍ୟାନ୍ୟ କୃଷି ପଦ୍ଧତିକୁ ମଧ୍ୟ କ୍ରମେ ବିସ୍ତାରିତ ହୋଇଛି। ବିଂଶ ଶତାବ୍ଦୀର ପ୍ରାରମ୍ଭରୁ କାରଖାନା କୃଷିର ଅଭ୍ୟୁଦୟ ଘଟିଥିଲେ ସୁଦ୍ଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗରେ ପ୍ରଯୁକ୍ତିବିଦ୍ୟା,ପରିବହନରେ ଅଗ୍ରଗତି ତଥା ରାସାୟନିକ ସାର ଓ କୀଟନାଶକର ବ୍ୟାପକ ବ୍ୟବହାର ସହିତ ଏହା ଲୋକପ୍ରିୟତା ହାସଲ କରିଥିଲା। ଏହାର ମୌଳିକ ଲକ୍ଷ୍ୟ ହେଉଛି, ବିଶେଷକରି ଦ୍ରୁତଗତିରେ ଜନସଂଖ୍ୟା ବଢ଼ୁଥିବା ସହରାଞ୍ଚଳରେ ଖାଦ୍ୟର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା। ଶିଳ୍ପ ବ୍ୟବସ୍ଥାର ‘ବହୁଳ ଉତ୍ପାଦନ କୌଶଳ’କୁ ଅବଲମ୍ବନ କରି, କାରଖାନା କୃଷି ଏକା ସମୟରେ ଅନେକ ହଜାର ପ୍ରାଣୀଙ୍କୁ ଏକତ୍ର ରଖି ଅପେକ୍ଷାକୃତ ସ୍ବଳ୍ପ ସମୟରେ, କମ୍‌ ଖର୍ଚ୍ଚରେ ପ୍ରଚୁର ପରିମାଣରେ ଖାଦ୍ୟ ଉତ୍ପାଦନ କରିବାରେ ସକ୍ଷମ ହୁଏ। ଏପରି କେନ୍ଦ୍ରୀକରଣର ଅର୍ଥ ହେଉଛି କାରଖାନା ଫାର୍ମଗୁଡ଼ିକ ପ୍ରଜନନଠାରୁ ହତ୍ୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ ଏବଂ ସୁବ୍ୟବସ୍ଥିତ କରିପାରିବେ।
ଏପରି ସଘନ ପାଳନର ବିବାଦୀୟ ଦିଗ ହେଉଛି ଏଥିରେ ପଶୁମାନଙ୍କୁ ଅତ୍ୟଧିକ ଭିଡ଼, ସୀମିତ ଚଳପ୍ରଚଳ ସୁବିଧା ଏବଂ ଅପର୍ଯ୍ୟାପ୍ତ ଚିକିତ୍ସା ସେବାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଦୃଷ୍ଟାନ୍ତ ସ୍ବରୂପ, ଘୁଷୁରିମାନଙ୍କୁ ପ୍ରାୟତଃ ଛୋଟ ଗର୍ଭଧାରଣ ଢାବଲରେ ସୀମିତ ରଖାଯାଏ, ଯେଉଁଠାରେ ସେମାନେ ଠିକ୍‌ ରୂପେ ବୁଲିପାରନ୍ତି ନାହିଁ। କୁକୁଡ଼ାମାନେ ବ୍ୟାଟେରି ପିଞ୍ଜରାରେ ଆବଦ୍ଧ ରୁହନ୍ତି, ଯେଉଁଠି ସେମାନଙ୍କ ଡେଣା ବିସ୍ତାର କରିବା ସମ୍ଭବପର ହୁଏନାହିଁ। ଏପରି ପରିସ୍ଥିତି ପ୍ରାଣୀଙ୍କ ପାଇଁ ମାନସିକ ଏବଂ ଶାରୀରିକ ଯନ୍ତ୍ରଣାର କାରଣ ହୁଏ, ଫଳରେସେମାନେ ବିଭିନ୍ନ ରୋଗ, ବିକୃତି ଏବଂ ଆଘାତ ସମେତ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିଥାନ୍ତି। ପ୍ରାଣୀମାନଙ୍କର ଶୀଘ୍ର ବୃଦ୍ଧି ଲକ୍ଷ୍ୟରେ ବାଛି ବାଛି ପ୍ରଜନନ କରାଯାଏ, ଯାହାର ପରିଣାମରେ ମାଂସପେଶୀର କ୍ଷତି ଏବଂ ବ୍ରଏଲର୍‌ କୁକୁଡ଼ାଙ୍କର ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି ହୁଏ। ଅଧିକନ୍ତୁ, ଏହି ଫାର୍ମଗୁଡ଼ିକ ପ୍ରାୟତଃ ଅମାନବୀୟ ହତ୍ୟା ପଦ୍ଧତି ଅବଲମ୍ବନ କରନ୍ତି, ଯେପରିକି ପ୍ରାଣୀମାନଙ୍କୁ ହତ୍ୟା କରିବା ପୂର୍ବରୁ ବିଦ୍ୟୁତ୍‌ ଆଘାତ କିମ୍ବା ଗ୍ୟାସ ପ୍ରୟୋଗ ଦ୍ୱାରା ଆତଙ୍କିତ କରିବା। ପ୍ରାଣୀ ଅଧିକାର ସଂଗଠନଗୁଡ଼ିକ କାରଖାନା କୃଷିନୀତିକୁ ସମାଲୋଚନାକରି ଯୁକ୍ତି ବାଢ଼ନ୍ତି ଯେ ମଣିଷ ପରି ପଶୁଙ୍କର ମଧ୍ୟ ଦୁଃଖ ଏବଂ ଶୋଷଣରୁ ମୁକ୍ତ ହୋଇ ବଞ୍ଚତ୍ବାର ଅଧିକାର ରହିଛି।
ଏହି କୃଷି ପଦ୍ଧତିର କେତେକ ପରିବେଶଗତ ସମସ୍ୟା ରହିଛି। କାରଖାନା ଫାର୍ମଗୁଡ଼ିକର ମୌଳିକ ଆବଶ୍ୟକତା ହେଉଛି ପ୍ରଚୁର ପରିମାଣରେ ଜମି, ଜଳ ଏବଂ ଖାଦ୍ୟ। ଉଦାହରଣ ସ୍ବରୂପ, ଗୋଟିଏ ଗାଈ ନିମନ୍ତେ ପ୍ରତିଦିନ ଶହ ଶହ ଲିଟର ପାଣି ଦରକାର ପଡ଼େ। ପଶୁମାନଙ୍କର ଖାଇବା ନିମନ୍ତେ ବିପୁଳ ପରିମାଣର ଖାଦ୍ୟଶସ୍ୟ ଦରକାର ପଡ଼େ। ଏହା ପ୍ରାକୃତିକ ସମ୍ପଦ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରେ, ଯାହା ଜଙ୍ଗଲ ହ୍ରାସ, ଜଳ ସଙ୍କଟ ଓ ପ୍ରଦୂଷଣ ଏବଂ ମୃତ୍ତିକା ଅବକ୍ଷୟ ଭଳି ସମସ୍ୟାର କାରଣ ହୁଏ। ଏହା ସହିତ କାରଖାନା ଫାର୍ମଗୁଡ଼ିକ ମିଥେନ ଭଳି ସବୁଜଗୃହ ଗ୍ୟାସ ନିର୍ଗମନର ପ୍ରମୁଖ ଉତ୍ସ। ଏହା ପଶୁପାଳନ, ବିଶେଷକରି ଗାଈ ଏବଂ ମେଣ୍ଢାଙ୍କ ଠାରୁ ପ୍ରଚୁର ପରିମାଣରେ ନିର୍ଗତ ହୁଏ। ଯନ୍ତ୍ରପାତି ଚଳାଇବାଠାରୁ ଆରମ୍ଭ କରି ପଶୁ ପରିବହନ ପର୍ଯ୍ୟନ୍ତ, କାରଖାନା କୃଷି କାର୍ଯ୍ୟରେ ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ହୁଏ, ଯେଉଁଥିରୁ ନିର୍ଗତ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ବାଷ୍ପ ଜଳବାୟୁ ପରିବର୍ତ୍ତନକୁ ଆହୁରି ତୀବ୍ର କରେ।
କାରଖାନା କୃଷି ଅନେକ ସାର୍ବଜନୀନ ସ୍ବାସ୍ଥ୍ୟଗତ ବିପଦ ସହିତ ଜଡ଼ିତ। ଫାର୍ମଗୁଡ଼ିକର ସଂକୀର୍ଣ୍ଣ, ଅପରିଷ୍କାର ପରିସ୍ଥିତି ବିଭିନ୍ନ ରୋଗ ସୃଷ୍ଟି କରେ, ଯାହା ମଧ୍ୟରୁ କିଛି ରୋଗ ମଣିଷକୁ ବ୍ୟାପିବାର ସମ୍ଭାବନା ଥାଏ। ବାର୍ଡ଼ ଫ୍ଲୁ ଏବଂ ସ୍ବାଇନ୍‌ ଫ୍ଲୁ ଭଳି ପ୍ରାଣୀଉତ୍ସ (ଜୁନୋଟିକ) ରୋଗର ପ୍ରାଦୁର୍ଭାବ ପ୍ରାୟତଃ କାରଖାନା ଫାର୍ମରୁ ଆରମ୍ଭ ହୋଇଛି। ପ୍ରାଣୀମାନଙ୍କର ଶାରୀରିକ ବୃଦ୍ଧି ଘଟାଇବା ଏବଂ ରୋଗ ସଂକ୍ରମଣ ରୋକିବା ନିମନ୍ତେ ଉଦ୍ଦିଷ୍ଟ ପଶୁଖାଦ୍ୟରେ ନିୟମିତ ଆଣ୍ଟିବାୟୋଟିକ୍‌ ବ୍ୟବହାର, ଆଣ୍ଟିବାୟୋଟିକ୍‌-ପ୍ରତିରୋଧୀ ବୀଜାଣୁମାନଙ୍କର ଉତ୍ପତ୍ତିକୁ ପ୍ରଶ୍ରୟ ଦେଇଛି, ଯାହା ମାନବ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟିକରେ। ଏହା ସହିତ କାରଖାନା କୃଷି ପଦ୍ଧତି ଖାଦ୍ୟଜନିତ ରୋଗ ବୃଦ୍ଧି କରେ। ମାଂସର ବୃହତ୍‌ ପରିମାଣର ପ୍ରକ୍ରିୟାକରଣରେ ପ୍ରାୟତଃ ସତେଜତାର ସଂରକ୍ଷଣ ଏବଂ ପ୍ରଦୂଷଣର ପ୍ରତିରୋଧ ନିମନ୍ତେ କେତେକ ରାସାୟନିକ ପଦାର୍ଥ ଏବଂ ଏଡିଟିଭ୍ର ବ୍ୟବହାର ହୋଇଥାଏ। ତଥାପି ଏହି ପଦକ୍ଷେପଗୁଡ଼ିକ ସର୍ବଦା ପ୍ରଭାବଶାଳୀ ହୋଇ ନ ପାରେ, ଯାହାର ପରିଣାମରେ ଇ. କୋଲାଇ ଏବଂ ସାଲମୋନେଲା ଭଳି ରୋଗର ପ୍ରାଦୁର୍ଭାବ ଘଟିଥାଏ।
ଏହି ପ୍ରାଣୀ କୃଷିର ନକାରାତ୍ମକ ପ୍ରଭାବ ପ୍ରସଙ୍ଗରେ ସଚେତନତା ବୃଦ୍ଧି ପାଇବା ସହିତ ବିକଳ୍ପ ପନ୍ଥା ନିମନ୍ତେ ଆହ୍ବାନ ସୃଷ୍ଟି ହୋଇଛି। ଏଥିମଧ୍ୟରୁ କେତୋଟି ହେଉଛି ଜୈବିକ କୃଷି, ମୁକ୍ତ-ପରିସର ପ୍ରାଣୀପାଳନ ଏବଂ ପ୍ରୟୋଗଶାଳାରେ ଉତ୍ପାଦିତ (କଲ୍ଚଡ) ମାଂସ, ଯାହା ପଶୁହତ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାର ଲକ୍ଷ୍ୟ ରଖେ। ଏହି ବିକଳ୍ପଗୁଡ଼ିକ ସାଧାରଣତଃ ପ୍ରାଣୀ କଲ୍ୟାଣ, ପରିବେଶୀୟ ସ୍ଥିରତା ଏବଂ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଏ। ଯଦିଓ ଏଗୁଡ଼ିକ ଉତ୍ପାଦନ ଦୃଷ୍ଟିରୁ ଅଧିକ ମହଙ୍ଗା, ଅନେକ ଯୁକ୍ତି ବାଢ଼ନ୍ତି ଯେ ଦୀର୍ଘକାଳୀନ ହିତସାଧନ ହେଉଛି ବ୍ୟୟ ତୁଳନାରେ ଅଧିକ ଲାଭଜନକ। ଏହା ସହିତ ଉଦ୍ଭିଦ-ଆଧାରିତ ଖାଦ୍ୟ ଏବଂ ଉଦ୍ଭିଦ-ପ୍ରସ୍ତୁତ ବିକଳ୍ପର ବୃଦ୍ଧି ପ୍ରାଣୀ ଉତ୍ପାଦର ଚାହିଦାକୁ କ୍ରମେ ହ୍ରାସ କରୁଛି, ଯାହା କାରଖାନା କୃଷିର ପ୍ରଭାବକୁ ନିମ୍ନଗାମୀ କରିବା ନିମନ୍ତେ ଏକ ଉତ୍ତମ ଉପାୟ ପ୍ରଦାନ କରେ। ଅଧିକ ମାନବୀୟ ଏବଂ ସ୍ଥାୟୀ କୃଷି ପଦ୍ଧତିର ପ୍ରୋତ୍ସାହନ ଦିଗରେ ଆନ୍ଦୋଳନମାନ କ୍ରମେ ଗତିଶୀଳ ହେଉଛି I
ଅନ୍ୟପକ୍ଷରେ କେତେକ ଉପଭୋକ୍ତା, କର୍ମୀ ଏବଂ ନୀତି ନିର୍ଦ୍ଧାରକ ବର୍ତ୍ତମାନର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଇବା ନିମନ୍ତେ ଆହ୍ବାନ ଦେଉଛନ୍ତି।
କାରଖାନା କୃଷି ପ୍ରଣାଳୀ ଖାଦ୍ୟ ଉତ୍ପାଦନରେ ବିପ୍ଳବ ଆଣିଛି ସତ, କିନ୍ତୁ ଏହା ଘଟିଛି ଗୁରୁତ୍ୱପୂର୍ଣ୍ଣ ନୈତିକ, ପରିବେଶଗତ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମୂଲ୍ୟରେ। ସମାଜ ଏପରି ଆହ୍ବାନସବୁର ସମ୍ମୁଖୀନ ହେଉଥିବା ପରିପ୍ରେକ୍ଷୀରେ, ଖାଦ୍ୟ ଉତ୍ପାଦନର ଭବିଷ୍ୟତକୁ ସୁଦୃଢ଼ କରିବା ନିମନ୍ତେ ଦକ୍ଷତା ସହିତ ସହନୀୟତା ଏବଂ କରୁଣାକୁ ସନ୍ତୁଳିତ କରୁଥିବା ସମାଧାନର ପନ୍ଥା ନିରୂପଣ ତାତ୍ପର୍ଯ୍ୟପୂର୍ଣ୍ଣ ହେବ। ଏହି ଶିଳ୍ପରେ ସଂସ୍କାର ମାଧ୍ୟମରେ ହେଉ, ଉଦ୍ଭିଦ-ଆଧାରିତ ଖାଦ୍ୟ ବ୍ୟବହାରରେ ବୃଦ୍ଧି ଦ୍ୱାରା ହେଉ ଅଥବା ଅଭିନବ ବିକଳ୍ପ ବିକାଶ ମାଧ୍ୟମରେ ହେଉ, କାରଖାନା କୃଷି ସହିତ ଜଡି଼ତ ସମସ୍ୟାଗୁଡ଼ିକର ସମାଧାନ ଆଗାମୀ ବର୍ଷଗୁଡ଼ିକରେ ମଣିଷ ଏବଂ ପ୍ରାଣୀ ଉଭୟଙ୍କ କଲ୍ୟାଣ ସାଧନ ନିମନ୍ତେ ଅପରିହାର୍ଯ୍ୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri