ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ ହେଉଛି। ଯଦି ଆପଣ ବି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହାର ଅର୍ଥ ବଜେଟ୍‌ ନିରୂପଣ କରିବା ଏବଂ ଖର୍ଚ୍ଚର ଯୋଜନା କରିବାରେ ତ୍ରୁଟି ରହିଯାଇଛି। ଏମିତିରେ ଆଜିର ଖବର ଆପଣଙ୍କ ଲାଗି। ଏଠାରେ ଆମେ ଆପଣଙ୍କୁ ଦରମାରେ ସଞ୍ଚୟ କରିବାର ୫ ଜବରଦସ୍ତ ଉପାୟ ବିଷୟରେ କହିବୁ।

୫୦-୩୦-୨୦:
ଏହି ନିୟମ ଅଧିନରେ ପ୍ରସ୍ତୁତ ବଜେଟ ଆପଣଙ୍କ ଖର୍ଚ୍ଚ କଣ୍ଟ୍ରୋଲ କରିବାର ଭଲ ଉପାୟ। ଏହାକୁ କରିବା ଲାଗି ଆପଣ ଦରମାକୁ ୫୦-୩୦-୧୦ ନିୟମରେ ବାଣ୍ଟିପାରନ୍ତି।
୫୦%-ଜରୁରୀ ଖର୍ଚ୍ଚ ପାଇଁ(ଘରଭଡ଼ା, ଗ୍ରୋସରୀ)
-୩୦% ନିଜର ପସନ୍ଦ ଏବଂ ସଉକ ଲାଗି(ମନୋରଞ୍ଜନ)
-୨୦% ସଞ୍ଚୟ ଏବଂ ନିବେଶ ଲାଗି

-ଅଟୋମେଟିକ ସେଭିଂ:
ଦରମା ଆସିବା ପରେ ସଞ୍ଚୟ କରିବା କଠିନ। ହେଲେ ଅଟୋମେଟିକ୍‌ ସେଭଳିଂରେ ଏହି କାମ ସହଜ ହୋଇପାରିବ। ଆପଣଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟରେ ଏକ ଭିନ୍ନ ସେଭିଂ ଆକାଉଣ୍ଟ ଖୋଲିବା ଉଚିତ। ଫଳରେ ଦରମା ମିଳିବା ପରେ ଏକ ନିଶ୍ଚିତ ରାଶି(୫୦୦/୧୦୦୦୦) ନିଜର ସେଭିଂ ଆକାଉଣ୍ଟରେ ଟ୍ରାନ୍ସଫର କରିପାରିବ।

– ବୁଝି ବିଚାରି କ୍ରେଡିଟ୍‌ କାର୍ଡର ବ୍ୟବହାର କରନ୍ତୁ:
ଯଦି ଆପଣଙ୍କ ସେଭିଂ ହୋଇପାରୁ ନାହିଁ ତେବେ କ୍ରେଡିଟ୍‌ କାର୍ଡର ବହୁତ କମ୍‌ ନଚେତ କେବଳ ଆବଶ୍ୟକତା ପଡ଼ିବା ସମୟରେ ବ୍ୟବହାର କରନ୍ତୁ। ନ ବୁଝି ନ ବିଚାରି କ୍ରେଡିଟ୍‌ କାର୍ଡର ଉପଯୋଗ କରିବା ଦ୍ୱାରା ଆପଣଙ୍କ ଖର୍ଚ୍ଚ ବଢ଼ିପାରେ। କେବଳ ଆବଶ୍ୟକୀୟ ଜିନିଷ ଲାଗି କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତୁ। ସେହିଭଳି ବିଲ୍‌କୁ ଠିକ୍‌ ସମୟରେ ଦେଇ ଦିଅନ୍ତୁ। ଫଳରେ ଆପଣ ଅନାବଶ୍ୟକ ସୁଧ ଦେବାରୁ ରକ୍ଷା ପାଇବେ।

-ଅଯଥା ଖର୍ଚ୍ଚକୁ ଜଗନ୍ତୂ:
ଅନେକ ସମୟରେ ଛୋଟ-ଛୋଟ ଖର୍ଚ୍ଚ, ଯେମିତିକି ପ୍ରତ୍ୟେହ ମହଙ୍ଗା କଫି, ବାହାରେ ଖାଇବା ବୋଝ ପାଲଟିଥାଏ। ଏଭଳି ଖର୍ଚ୍ଚ ଲାଗି ଏକ ଡାଏରୀ ନଚେତ ଆପ୍‌ରେ ଲେଖନ୍ତୁ। ସେହିଭଳି ମାସର ଶେଷରେ ଏହି ଖର୍ଚ୍ଚକୁ ଦେଖନ୍ତୁ ଯେ କେତେ ଟଙ୍କା ଆପଣ ଏସବୁ ଜିନିଷରେ ଖର୍ଚ୍ଚ କରୁଛନ୍ତି। ଏହିଭଳି ଭାବେ ଅନ୍ୟ ଅନାବଶ୍ୟକ ଖର୍ଚ୍ଚକୁ ଜାଣନ୍ତୁ ଏବଂ ତାକୁ କମ୍‌ କରନ୍ତୁ।

-ଅତିରିକ୍ତ ଆୟର ସ୍ରୋତ ନିର୍ମାଣ କରନ୍ତୁ:
ଅତିରିକ୍ତ ଆୟର ଉତ୍ସ କାଢ଼ିବା ଦ୍ୱାରା ଆପଣ ସଞ୍ଚୟ ଏବଂ ଖର୍ଚ୍ଚକୁ ସମାନ୍ତରାଳ କରିବାରେ ସହାୟକ ହେବ। ଏଥିଲାଗି ଆପଣ ପାର୍ଟ ଟାଇମ୍‌ କାମ କରିପାରିବେ। ନଚେତ ନିଜର ଯୋଗ୍ୟତା ଅନୁଯାୟୀ ଫ୍ରିଲାନ୍ସିଂ ନଚେତ ଟ୍ୟୁସନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri