ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ଆସନ୍ତୁ ସେମାନେ ପିନ୍ଧୁଥିବା ପୋଷାକ ଏବଂ ଚିହ୍ନରୁ ଜାଣିବା କିଏ କେଉଁ ପଦବୀରେ ରହିଛନ୍ତି…

ପ୍ରଥମେ ଯେଉଁମାନେ କନଷ୍ଟେବଳ ପଦବୀରେ ଥାନ୍ତି ସେମାନଙ୍କ କାନ୍ଧରେ କିଛି ବି ଚିହ୍ନ ନ ଥାଏ। ତା’ ପରେ ଆସନ୍ତି ସିନିଅର କନଷ୍ଟେବଳ। ତାଙ୍କ କାନ୍ଧରେ ଦୁଇଟି ପଟି ବା ଷ୍ଟ୍ରିପ୍‌ ଥାଏ। ସେହିପରି ହାବିଲଦାରଙ୍କ କାନ୍ଧରେ ୩ଟି ଷ୍ଟ୍ରପ୍‌ ବା ପଟି ରହିଥାଏ। ସେହିପରି ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ବା ଏଏସ୍‌ଆଇ ପିନ୍ଧୁଥିବା ପୋଲିସ ପୋଷାକରେ ୨ଟି ଷ୍ଟ୍ରିପ୍‌ ଗୋଟିଏ ବ୍ଲୁ ଏବଂ ରେଡ୍‌ର ଥାଏ। ଏଥିସହିତ ଗୋଟିଏ ଷ୍ଟାର ରହିଥାଏ। ସବ୍‌ଇନ୍ସପେକ୍ଟରଙ୍କ କାନ୍ଧରେ ଦୁଇଟି ଷ୍ଟ୍ରିପ୍‌ ଗୋଟିଏ ବ୍ଲୁ ଏବଂ ରେଡ୍‌ ରଙ୍ଗର ହୋଇଥିବାବେଳେ ୨ଟି ଷ୍ଟାର ରହିଥାଏ। ଇନ୍ସପେକ୍ଟରଙ୍କ ରେଡ୍‌ ଏବଂ ବ୍ଲୁରେ ଦୁଇଟି ଷ୍ଟ୍ରପ୍‌ ରହୁଥିବାବେଳେ ୩ଟି ଷ୍ଟାର ରହିଥାଏ। ଡେପୁଟି ଏସ୍‌ପିଙ୍କର କେବଳ ୩ଟି ଷ୍ଟାର ରହିଥାଏ ମାତ୍ର ଗାର ନ ଥାଏ। ତା’ ପରେ ଏଏସ୍‌ପି ତାଙ୍କର ୩ତୃତୀୟ ବର୍ଷ ପର୍ଯ୍ୟନ୍ତ ୩ଟି ଷ୍ଟାର ରହିଥାଏ। ଯେଉଁମାନେ ଆଇପିଏସ୍‌ ଅଧିକାରୀ ହୋଇଥାନ୍ତି।

ଅତିରିକ୍ତ ଏସ୍‌ପି ବା ଆଡିଶନାଲ ଏସ୍‌ପିଙ୍କର କାନ୍ଧରେ ଅଶୋକ ସ୍ତମ୍ଭର ଚିତ୍ର ରହିଥାଏ। ତା’ ପରେ ଏସ୍‌ପି ବା ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ ତାଙ୍କର ଗୋଟିଏ ଷ୍ଟାର ଏବଂ ଆଉ ଗୋଟିଏ ଅଶୋକ ସ୍ତମ୍ଭର ଚିତ୍ର ରହୁଛି। ଏସ୍‌ଏସ୍‌ପି ପଦବୀ ଓଡ଼ିଶାରେ ବହୁତ କମ୍‌। ମାତ୍ର ତାଙ୍କ କାନ୍ଧରେ ୨ଟି ଷ୍ଟାର ଏବଂ ଗୋଟିଏ ଅଶୋକ ସ୍ତମ୍ଭ ରହୁଛି। ସବୁଠୁ ସିନିଅର ଡିଆଇଜିଙ୍କର ୩ଟି ଷ୍ଟାର ଏବଂ ଗୋଟିଏ ଅଶୋକ ସ୍ତମ୍ଭ ରହୁଛି। ଆଇଜିପିଙ୍କର ଗୋଟିଏ ଖଣ୍ଡା ଏବଂ ଦୁଇଟି ବାଡ଼ି କ୍ରଶ ହୋଇ ରହୁଛନ୍ତି। ଡିଜିପିଙ୍କର ଗୋଟିଏ ଖଣ୍ଡା, ଗୋଟିଏ ବାଡ଼ି କ୍ରଶ ଏବଂ ଗୋଟିଏ ଅଶୋକ ସ୍ତମ୍ଭ ରହୁଛି।

Dharitri – Odisha’s No.1 Odia Daily

Share