କିପରି ଜାଣିବେ ବ୍ୟକ୍ତିଙ୍କ ସ୍ବଭାବ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ।

ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ କହିଛନ୍ତି ଯେ, ଯିଏ ଅଧିକାର ପଛରେ ଦୌଡ଼ନ୍ତି ସେମାନେ ଲୋଭୀ ହୋଇଥାନ୍ତି।

ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତିଙ୍କ ପ୍ରକୃତି କାମନାରେ ପରିପୂର୍ଣ୍ଣ।

ମୁର୍ଖ ଲୋକମାନେ ସ୍ବଭାବରୁ କଦାପି ନରମ କଥା ହୁଅନ୍ତି ନାହିଁ । ସେହିଭଳି, ଯେଉଁମାନେ ସ୍ପଷ୍ଟ ଏବଂ ସତ୍ୟବାଦୀ, ସେମାନଙ୍କ ମଧ୍ୟରେ ଚତୁରତା, ପ୍ରତାରଣାର ପରିମାଣ ଟିକିଏ ମାତ୍ର ନଥାଏ ।