ପିଲା କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଉପାୟ

କିଏ ଅଧିକ ମୋଟା ତ କିଏ ଆବଶ୍ୟକରୁ ଅଧିକ ପତଳା, ଆଉ ପୁଣି କାହାଠାରେ ଆଖିଠାରୁ ଆରମ୍ଭ କରି ଦେଖାଯାଉଛି ଅନେକ ସ୍ବାସ୍ଥ୍ୟ ସମସ୍ୟା। ଅଧିକାଂଶ ପିଲାଙ୍କଠାରେ ଏଭଳି ଲକ୍ଷଣ ବର୍ତ୍ତମାନ ଅଭିଭାବକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଏମିତିରେ କେତେକ ଦିଗ ପ୍ରତି ବିଶେଷ ସଜାଗ ରହିଲେ ପିଲାମାନେ ଫିଟ୍‌ ରହିପାରିବେ…

ଆପଣଙ୍କ ପିଲା ଗୁଲୁଗୁଲିଆ ମୋଟା ହୋଇଛି କହିଲେ ଅନେକ ଅଭିଭାବକ ଭାରି ଖୁସି ହୋଇଯାଆନ୍ତି। ଆଉ କାହାର ପିଲା ସାମାନ୍ୟ ପତଳା ଦେଖାଯାଉଛି କହିଲେ ଅନେକଙ୍କର ଚିନ୍ତା ବଢ଼ିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିପାଇଁ ଲାଗିପଡ଼ନ୍ତି। ହେଲେ ଆପଣ ଜାଣନ୍ତି କି, ମେଦବହୁଳତା ପିଲାଙ୍କଠାରେ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। କେବଳ ଏତିକି ନୁହେଁ ପିଲାଙ୍କ ଜୀବନଶୈଳୀରେ କେତେକ ପରିବର୍ତ୍ତନ ମଧ୍ୟ ସେମାନଙ୍କ ପାଇଁ ଅନେକ ବିପଦ ଡାକି ଆଣୁଛି। ତେଣୁ ପିଲାଙ୍କୁ ଫିଟ୍‌ ରଖିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…

ଖାଦ୍ୟପେୟ ପ୍ରତି ରୁହନ୍ତୁ ସଜାଗ: ବର୍ତ୍ତମାନ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌, ଫ୍ରୋଜେନ୍‌ ଫୁଡ୍‌, ରେଡି ଟୁ ଇଟ୍‌ ଜାତୀୟ ଖାଦ୍ୟ ପ୍ରତି ଅଧିକାଂଶ ପିଲା ଆଗ୍ରହୀ ହେଉଛନ୍ତି। ତା’ଛଡା ଅନେକ ଅଭିଭାବକ ପିଲା ଖୁସି ହେଉଥିବାରୁ ହେଉ ଅବା ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ଖାଦ୍ୟ ପିଲାଙ୍କୁ ସବୁବେଳେ ଦେଉଛନ୍ତି। ହେଲେ ଏଥିରେ ଥିବା ତେଲ, ମସଲା, ରଙ୍ଗ, ମଇଦା ଇତ୍ୟାଦି ଯୋଗୁ ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ। ପିଲାଙ୍କୁ ଫିଟ୍‌ ରଖିବା ଲାଗି ସେମାନଙ୍କୁ ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ। ସବୁବେଳେ ଅଧିକ ପନିପରିବାଯୁକ୍ତ ଘରେ ରନ୍ଧା ଖାଦ୍ୟ ଦିଅନ୍ତୁ ଏବଂ ଠିକ୍‌ ସମୟରେ ଖାଇବାର ଅଭ୍ୟାସ କରାନ୍ତୁ।

ମିଠା ଅଧିକ ନ ଖାଇବା ଭଲ: ଚକୋଲେଟ୍‌, ଆଇସ୍‌କ୍ରିମ୍‌, କେକ୍‌ ଏବଂ ବିଭିନ୍ନ ମିଠା ଜାତୀୟ ଖାଦ୍ୟ ଅଧିକାଂଶ ପିଲାଙ୍କୁ ପସନ୍ଦ। ଏମିତିକି ଜଳିଖିଆରେ ସୁଜି, ସିମେଇ ଏବଂ ଗାଜର ହାଲୁଆ ଭଳି ମିଠା ଖାଦ୍ୟ ପିଲା ଖୁସିରେ ଖାଉଥିବାରୁ ଅଧିକାଂଶ ଅଭିଭାବକ ପିଲାଙ୍କୁ ଏଭଳି ଖାଦ୍ୟ ଦେଇଥାନ୍ତି। ହେଲେ ଆପଣ ଜାଣନ୍ତିକି, ପ୍ରତିଦିନ ଏଭଳି ଖାଦ୍ୟ ଖାଇଲେ ଏହା ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିଥାଏ। ବିଶେଷ କରି ମୋଟା ବା ଅଧିକ ଓଜନ ଥିବା ପିଲାଙ୍କୁ ଏଭଳି ଖାଦ୍ୟ କମ୍‌ ଦେବା ଭଲ। ତେଣୁ ପିଲାଙ୍କୁ ସବୁପ୍ରକାରର ପୁଷ୍ଟିକର ଖାଦ୍ୟ ଖୁଆଇବାର ଅଭ୍ୟାସ କରାନ୍ତୁ ଦେଖିବେ ପିଲା ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବେ।
ସକାଳ ରୁଟିନ୍‌ ରଖନ୍ତୁ ଠିକ୍‌: ସ୍କୁଲ ଦିନଗୁଡ଼ିକରେ ଶୀଘ୍ର ଏବଂ ସ୍କୁଲ ଛୁଟି ଥିଲେ ଅଧିକାଂଶ ମା’ ପିଲାଙ୍କୁ ସକାଳୁ ବିଳମ୍ବରେ ଉଠାଇ ଥାଆନ୍ତି। ଫଳରେ ପିଲାଙ୍କ ଉଠିବା ଅଭ୍ୟାସ ବିଗିଡ଼ି ଯାଇଥାଏ, ତା’ଛଡା ଅଧିକ ସମୟ ଶୋଇବା ଏବଂ ଜଳଖିଆ ଠିକ୍‌ ସମୟରେ ନ ଖାଇବା ଯୋଗୁ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ତେଣୁ ପିଲାଙ୍କର ସକାଳ ରୁଟିନ୍‌ ଠିକ୍‌ ରଖନ୍ତୁ। ନିତ୍ୟକର୍ମ ଯଥା ସମୟରେ ସାରି ଖାଇବାର ଅଭ୍ୟାସ କରାନ୍ତୁ।

ଜୀବନଶୈଳୀ ଠିକ୍‌ ରଖନ୍ତୁ: ପିଲାଙ୍କ ଉଠିବା ଏବଂ ରାତିରେ ଶୋଇବା ସମୟ ଠିକ୍‌ ରଖନ୍ତୁ। ପିଲା ଯେପରି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏହା ସେମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖିବା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କୁ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରାନ୍ତୁ। କେବଳ ଏତିକି ନୁହେଁ ପ୍ରତିଦିନ କିଛି ସମୟ ଆଉଟ୍‌ଡୋର୍‌ ଗେମ୍‌ ଖେଳିବା, ସାଇକେଲ୍‌ ଚଲାଇବାର ଅଭ୍ୟାସ କରାଇ ପାରିଲେ ପିଲାଙ୍କ ପାଇଁ ଏହା ଖୁବ୍‌ ଉପକାରୀ ହୋଇପାରିବ।

କମାନ୍ତୁ ଡିଜିଟାଲ୍‌ ଗ୍ୟାଜେଟ୍‌ ଟାଇମ୍‌: ବର୍ତ୍ତମାନ ମୋବାଇଲ୍‌ ଦେଖିବା ଅଧିକାଂଶ ପିଲାଙ୍କର ଏକ ନିଶା ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କେହି କେହି ଖାଇବା ସମୟରେ ଟିଭି, ମୋବାଇଲ୍‌ ଆଦି ନ ଦେଖିଲେ ଖାଉ ନାହାନ୍ତି। ତେବେ ଅଧିକ ସମୟ ଏଭଳି ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର କରିବା ଦ୍ୱାରା ଆଖି ଖରାପ ହେବା ସହ ପିଠି, ବେକ, ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଅଳ୍ପ ବୟସରୁ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଏହାକୁ ଅଧିକ ବ୍ୟବହାର କରିବା ଯୋଗୁ ଫିଜିକାଲ୍‌ ଏକ୍ସରସାଇଜ୍‌ ନ ହେବା ଦ୍ୱାରା ମେଦବହୁଳତା ବି ଉପୁଜୁଛି। ଏମିତିକି କେତେକଙ୍କଠାରେ ଏହି ଆଡିକ୍ସନ ଧୀରେ ଧୀରେ ଏତେ ବଢିଯାଉଛି ଯେ, କିଛି ସମୟ ଏଥିରେ ପିଲାଙ୍କୁ ନିବୃତ୍ତ ରଖିଲେ କ୍ରୋଧ, ରାଗ, ଡିପ୍ରେଶନ୍‌ ଭଳି ଲକ୍ଷଣ ବି ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍‌ ରଖିବାକୁ ହେଲେ ଆରମ୍ଭରୁ ହିଁ ଡିଜିଟାଲ୍‌ ଗ୍ୟାଜେଟ୍‌ ଟାଇମ୍‌ କମ୍‌ ରଖନ୍ତୁ।

ଦିଅନ୍ତୁନି ଅଧିକ ଚାପ: ନିଜ ପିଲା ଭଲ ପାଠ ପଢୁ ଏକଥା କିଏ ବା ନ ଚାହେଁ। ହେଲେ ଅଧିକାଂଶ ଅଭିଭାବକ ପିଲା ଭଲ ପଢିବେ ବୋଲି ସ୍କୁଲ ପରେ ଅନେକ ସ୍ଥାନରେ ଟ୍ୟୁଶନ୍‌ କରାଇବା ସହ ଡ୍ୟାନ୍ସ, ମ୍ୟୁଜିକ୍‌, ଆର୍ଟ, ସ୍ପୋଟର୍‌ସ ଭଳି ବିଭିନ୍ନ କ୍ଲାସ୍‌ କରାଇଥାନ୍ତି। ହେଲେ କେବେ କେବେ ପିଲାଙ୍କ ଉପରେ ଅଧିକ ଚାପ ପକାଇଥାଏ ଏବଂ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ପିଲାର କ୍ଷମତା ଅନୁଯାୟୀ ଏସବୁ କରାନ୍ତୁ, ଆଦୌ ଅଧିକ ଚାପ ପକାନ୍ତୁ ନାହିଁ। କାରଣ ମଝିରେ ମଝିରେ କିଛି ସମୟ ରେଷ୍ଟ କରିବା ଦ୍ୱାରା ପିଲା ଅଧିକ ଫିଟ୍‌ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri