Categories: ବାଣିଜ୍ୟ

ଆରୋଗ୍ୟ ସେତୁରେ ଥିବା ନିଜ ଆକାଉଣ୍ଟକୁ ଏଭଳି କରିପାରିବେ ଡିଲିଟ୍‌

ନୂଆଦିଲ୍ଲୀ,୭।୭: କରୋନା କଣ୍ଟାକ୍ଟ ଟ୍ରେସିଂ ଆପ୍‌ ‘ଆରୋଗ୍ୟ ସେତୁ’ ଏକ ନୂଆ ଫିଚର ଆଣିଛି। ଏହାଛଡ଼ା ଏବେ ଆପ୍‌ରେ ବ୍ୟବହାରକାରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଡାଟା ଅନ୍ୟ ଆପ୍‌ ସହ ଶେୟାର କରାଯାଇପାରିବ। ପ୍ଲେ ଷ୍ଟୋରରେ ନୂତନ ଅପ୍‌ଡେଟ୍‌ ଉପଲବ୍ଧ ହେଉଛି। ଏହାଦ୍ୱାରା ବ୍ୟବହାରକାରୀ ନିଜର ଆକାଉଣ୍ଟ ଡିଲିଟ୍‌ କରିପାରିବେ। ମୃତ୍ୟୁ ସମ୍ବନ୍ଧିତ ଡାଟା ଶେୟାର କରିବା ପାଇଁ ସେଟିଂରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। କାରଣ ଏହା ଅପ୍‌ସନାଲ।

କିପରି ଡିଲିଟ୍‌ କରିବେ:

-ପ୍ରଥମେ ମନେ ରଖନ୍ତୁ, ଆରୋଗ୍ୟ ସେତୁ ଆପ୍‌ରୁ ଆକାଉଣ୍ଟ ଡିଲିଟ୍‌ କରିପାରିବେ। ହେଲେ ଆପଣଙ୍କ ଡାଟା ସରକାରଙ୍କ ପାଖରେ ସବୁଦିନ ପାଇଁ ରହିବ।
-ଆକାଉଣ୍ଟ ଡିଲିଟ୍‌ ହେବାର ୩୦ ଦିନ ପରେ ସରକାରଙ୍କ ସର୍ଭରରୁ ଏହି ଡାଟା ହଟିବ।
-ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ ବ୍ୟବହାରକାରୀ ହାମବର୍ଗର ମେନୁକୁ ଯାଇପାରିବେ। ଏହା ବିଶେଷକରି ତିନି ଲାଇନ୍‌ର ଥାଏ। ବାମପଟ କଡ଼ରେ ଏହା ମିଳିବ। ଏଠାରେ ଡିଲିଟ୍‌ ମାଇ ଆକାଉଣ୍ଟ ଅପ୍‌ସନ ନଜର ଆସିବ। ଯେଉଁଠାରୁ ଆପଣ ଆପ୍‌କୁ ଡିଲିଟ୍‌ କରିପାରିବେ। ତେବେ ଏହା କେବଳ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ।
-ଆଇଫୋନ ବ୍ୟବହାରକାରୀ ଆପ୍‌ ସେଟିଂରୁ ଡିଲିଟ୍‌ ଆକାଉଣ୍ଟ ଫାଇଲ୍‌ ଅପ୍‌ସନ ବାଛିପାରିବେ। ଏଥିରେ ଫୋନ୍‌ ନଂ ଦେବାକୁ ପଡ଼ିବ। ଏହାପରେ ଆପଣଙ୍କ ଆକାଉଣ୍ଟ ଡିଲିଟ୍‌ କରିଦିଆଯିବ।

Share