କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ। ସେମାନେ ତାହା ହିଁ ଶିଖନ୍ତି ଯାହା ସେମାନଙ୍କର ମା’ ବାପା ଶିଖାନ୍ତି ଅବା କରନ୍ତି। ତେଣୁ ନିଜ ପିଲାଙ୍କୁ ଭବିଷ୍ୟତରେ ଜଣେ ଭଲ ଓ ସଫଳ ମଣିଷ କରିବା ପାଇଁ ଆଦର୍ଶ ଅଭିଭାବକ ନିହାତି ହେବା ଆବଶ୍ୟକ…
ସ୍ନେହ, ଶ୍ରଦ୍ଧାରେ ଶିଖାନ୍ତୁ: ପିଲା ଭୁଲ୍‌ କଲେ ତାଙ୍କୁ ଆକଟ କରିବା ଏବଂ ଠିକ୍‌ କଥା ଶିଖାଇବା ଅଭିଭାବକଙ୍କର କର୍ତ୍ତବ୍ୟ। ହେଲେ ଆକଟ ଆଳରେ ପିଲାଙ୍କୁ ଗାଳି କିମ୍ବା ମାଡ଼ଦେବା, ବାରମ୍ବାର କଟୁ କଥା କହିବା ଠିକ୍‌ ନୁହେଁ। କାରଣ ଏହା ପିଲାଙ୍କୁ ସୁଧାରିବା ବଦଳରେ ଅଧିକ ବିଗାଡ଼ିଦିଏ। ତେଣୁ ଏପରି ନ କରି ପିଲାଙ୍କୁ ଯଥେଷ୍ଟ ସ୍ନେହ, ଆଦର ଏବଂ ଭଲ ପାଇବା ଦିଅନ୍ତୁ ଦେଖିବେ ସେମାନେ ଆପଣଙ୍କ ପ୍ରତ୍ୟେକ କଥା ମାନିବେ। ବଡ଼ମାନଙ୍କୁ ସମ୍ମାନଦେବା, ସାନଙ୍କୁ ସ୍ନେହ କରିବା ଶିଖାନ୍ତୁ।
ପୂରଣ କରନ୍ତୁନି ଅଯଥା ଡିମାଣ୍ଡ: ଅନେକ ଅଭିଭାବକ ଅଛନ୍ତି ଯେଉଁମାନେ ପିଲାଙ୍କୁ ଖୁସି କରିବା ପାଇଁ ତାଙ୍କର ସମସ୍ତ ଡିମାଣ୍ଡ ପୂରଣ କରିଥାନ୍ତି। ହେଲେ ଭଲ ପାଇବା କିମ୍ବା ଖୁସି କରିବାରର ଅର୍ଥ ନୁହେଁ ସେମାନଙ୍କୁ କୌଣସି କଥାରେ ବାରଣ ନ କରିବା କିମ୍ବା ତାଙ୍କର ସବୁ ଡିମାଣ୍ଡ ପୂରଣ କରିବା। କାରଣ ଧୀରେ ଧୀରେ ଏହା ପିଲାଙ୍କର ଅଭ୍ୟାସରେ ପରିଣତ ହୋଇଯିବା ସହ କୌଣସି ଦିନ ଡିମାଣ୍ଡ ପୂରଣ ନ ହେଲେ ସେମାନଙ୍କଠାରେ ଜିଦ୍‌ କରିବା, ରାଗିବା, ରୁଷିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏମିତିକି ଏଭଳି ପରିସ୍ଥିତିରେ କେତେକ ପିଲା ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା କିମ୍ବା ନିଜେ ଘର ଛାଡ଼ି ଚାଲିଯିବା, ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିବାର ବି ନଜିର ରହିଛି। ଏଣୁ ପ୍ରଥମରୁ ହିଁ ପିଲାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଡିମାଣ୍ଡ ପୂରଣ କରନ୍ତୁ। ଅଯଥା ଡିମାଣ୍ଡକୁ ପୂରଣ ନ କରି ଏହା ସେମାନଙ୍କ ପାଇଁ କାହିଁକି ଆବଶ୍ୟକ ନୁହେଁ ବୁଝାନ୍ତୁ।
ହୁଅନ୍ତୁ ଭଲ ଶ୍ରୋତା: ବର୍ତ୍ତମାନ ଅଧିକାଂଶ ଅଭିଭାବକ କର୍ମଜୀବୀ। ତେଣୁ ସେମାନେ ପିଲାଙ୍କ ସହ କମ୍‌ ସମୟ ବିତେଇବାକୁ ପାଇଥାନ୍ତି। ଆଉ ଫେରିବା ପରେ ଘରେ ବିଭିନ୍ନ କାର୍ଯ୍ୟ କିମ୍ବା ମୋବାଇଲରେ ଅଧିକ ସମୟ ବିତାଇଥାନ୍ତି। ପିଲା କିଛି କହିଲେ ଭଲ ଭାବେ ଶୁଣନ୍ତି ନାହିଁ। ଏମିତିରେ ପିଲା ଧୀରେ ଧୀରେ ସବୁ କଥା ଶେୟାର କରିବା ବନ୍ଦ କରିଦିଅନ୍ତି ଏବଂ ମୌନ ସ୍ବଭାବର ହୋଇଯାଆନ୍ତି। ତେଣୁ ଏପରି ଆଦୌ କରନ୍ତୁ ନାହିଁ। ସ୍କୁଲ, କଲେଜରେ କ’ଣ ହେଲା ପଚାରିବୁଝନ୍ତୁ, ହୋମ୍‌ଓ୍ବାର୍କ କରିବାରେ ସାହାଯ୍ୟ କରନ୍ତୁ। ପିଲାଙ୍କ ପାଇଁ ଏକ ଭଲ ଶ୍ରୋତା ହୁଅନ୍ତୁ। ତାଙ୍କୁ ଭଲ ଉପଦେଶ ଦିଅନ୍ତୁ, କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରନ୍ତୁ, ଦେଖିବେ ଏହା ପିଲାଙ୍କ ମନରେ ଏକ ଖୁସି ଓ ସକାରାତ୍ମକ ପ୍ରଭାବ ପକାଇବ।
ସାଜନ୍ତୁ ଉଦାହରଣ: ସାଧାରଣତଃ ପିଲାମାନେ ଅନୁକରଣ ପ୍ରିୟ ହୋଇଥିବାରୁ ସେମାନେ ପ୍ରଥମେ ମାଆବାପାଙ୍କଠାରୁ ଅନେକ କଥା ଶିଖନ୍ତି। ତେଣୁ ପିଲାଙ୍କ ଆଗରେ ଏଭଳି କାର୍ଯ୍ୟ କରନ୍ତୁ ଯାହାକୁ ଦେଖି ସେମାନେ ଆପଣଙ୍କୁ ନିଜର ରୋଲ୍‌ ମଡେଲ ଭାବିବେ ଏବଂ ନିଜେ ମଧ୍ୟ ସେଭଳି କାର୍ଯ୍ୟ କରିବେ, ଯାହାକି ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିବ।
ସଚ୍ଚୋଟ ହୁଅନ୍ତୁ: ସଚ୍ଚୋଟ ହେବା ମଣିଷର ଏକ ଭଲ ଗୁଣ। ତେଣୁ ଛୋଟ ହେଉ ବା ବଡ଼ ପିଲାଙ୍କ ଆଗରେ ଅଭିଭାବକ ମିଛ କହିବା ଆଦୌ ଠିକ୍‌ ନୁହେଁ। କାରଣ ଏହା ପିଲାଙ୍କୁ ବିପଥଗାମୀ କରାଇଥାଏ। ତେଣୁ ନିଜେ ସତ କରିବା ସହ ପିଲାଙ୍କୁ ସର୍ବଦା ସତ କହିବା ଏବଂ ସତ୍‌ମାର୍ଗରେ ଚାଲିବା ଶିଖାନ୍ତୁ।
ଅନ୍ୟ ସହ କରନ୍ତୁନି ତୁଳନା: ନିଜ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା କରିବାର ଖରାପ ଅଭ୍ୟାସ ଅନେକ ଅଭିଭାବକଙ୍କଠାରେ ଦେଖିବାକୁ ମିଳେ। ସେମାନେ ପିଲାଙ୍କ ସାମାନ୍ୟ ଅସଫଳତାରେ ଗାଳିଦେବା ସହ ଅନ୍ୟ ପରି ସଫଳତା ହାସଲ କରିବାକୁ ଚାପ ମଧ୍ୟ ପକାନ୍ତି; ଯାହାକି ପିଲାଙ୍କୁ ମାନସିକ ଆଘାତ ଦେଇଥାଏ ଏବଂ କେବେ କେବେ ପିଲା ନିରୁତ୍ସାହିତ ହେବା କିମ୍ବା ଭୟରେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଏ। ହେଲେ ସବୁ ପିଲା ସମାନ ନୁହନ୍ତି, ସମସ୍ତଙ୍କର କାର୍ଯ୍ୟକ୍ଷମତା, ରୁଚି ଭିନ୍ନ ଭିନ୍ନ। ତେଣୁ ଆପଣ ନିଜ ପିଲା ଭିତରେ ଥିବା ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ କାହା ସହ ତୁଳନା ନ କରି ଏହାକୁ ବିକଶିତ କରିବା ଲାଗି ଉତ୍ସାହିତ କରନ୍ତୁ।
ଝଗଡ଼ାଠୁ ଦୂରେଇ ରୁହନ୍ତୁ: କେତେକ ଅଭିଭାବକଙ୍କର ବଦଭ୍ୟାସ ଥାଏ ଟିକେ ଟିକେ କଥାରେ ପରସ୍ପର ମଧ୍ୟରେ ଝଗଡ଼ା, ଏମିତିକି ମାରପିଟ କରିବା। ହେଲେ ପିଲାଙ୍କ ଆଗରେ ଏପରି କରିବା ଦ୍ୱାରା ସେମାନଙ୍କ ମନରେ ଏକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ସେମାନେ ମଧ୍ୟ ସ୍ବଭାବରେ ଚିଡ଼ିଚିଡ଼ା, କ୍ରୋଧୀ ଏବଂ ହିସାଂତ୍ମକ ହୋଇ ପଡ଼ନ୍ତି। ତେଣୁ ପାରିବାରିକ ହେଉ ଅବା ଆର୍ଥିକ କୌଣସି କଥାକୁ ନେଇ ପିଲାଙ୍କ ଆଗରେ ଆଲୋଚନା କରିବା କିମ୍ବା ରାଗରୁଷା କରିବାଠୁ ଦୂରେଇ ରୁହନ୍ତୁ। ସେମାନଙ୍କ ଆଗରେ ପରସ୍ପର ମଧ୍ୟରେ ସ୍ନେହରେ ଏବଂ ଖୁସିରେ କଥା ହେବା ଦ୍ୱାରା ଏହି ଆଚରଣ ସେମାନଙ୍କ ଉପରେ ମଧ୍ୟ ପ୍ରତିଫଳିତ ହେବ।

କ’ଣ କୁହନ୍ତି ଏମାନେ…

ସୁପ୍ରଭା ସାମଲ(ଗୃହିଣୀ, ବ୍ରହ୍ମପୁର)- ପିଲାଙ୍କୁ ଭଲ ଶିକ୍ଷା ଦେବା ଅଭିଭାବକଙ୍କ କର୍ତ୍ତବ୍ୟ। କାରଣ ପିଲା ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ କରିବା, ସାନଙ୍କୁ ସ୍ନେହଶ୍ରଦ୍ଧା କରିବା ବାପାମାଆଙ୍କଠାରୁ ଶିଖନ୍ତି। ତେଣୁ ଆମେ ପିଲାଙ୍କ ପାଠପଢ଼ା, ଖାଦ୍ୟପେୟ ପ୍ରତି ଯେତିକି ଯତ୍ନଶୀଳ ରହୁ ସେମାନଙ୍କୁ ଏସବୁ ଉତ୍ତମ ସଂସ୍କାର ଓ ନୈତିକ ଶିକ୍ଷା ଦେବା ପ୍ରତି ମଧ୍ୟ ସେତିକି ଗୁରୁତ୍ୱ ଦେଉ। ଏଭଳି କୌଣସି କାର୍ଯ୍ୟ କରୁନାହିଁ ଯାହାର ନକାରାତ୍ମକ ପ୍ରଭାବ ପିଲା ଉପରେ ପଡ଼ିବ। ପ୍ରତିଦିନ ଘରକୁ ଫେରିବା ପରେ ପାଖରେ ବସି ଦିନ ସାରାର କଥା ବୁଝିବା, କୌଣସି ସମସ୍ୟା ଥିଲେ ସମାଧାନ କରିବା ପ୍ରତି ଧ୍ୟାନ ଦେଉ। ମୋ ମତରେ ପିଲାଙ୍କୁ ଭଲ ମଣିଷ କରିବାକୁ ହେଲେ ପ୍ରଥମେ ନିଜେ ଭଲ କାମ କରି ତାଙ୍କ ପାଇଁ ଉଦାହରଣ ପାଲଟିବା ଅଧିକ ଜରୁରୀ।

ସୁଜାତା ଜେନା(ଗୃହିଣୀ, ପୋଷ୍ଟାଲ କଲୋନି, ବାଣୀବିହାର)- ପିଲାମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବାକୁ ମୁଁ ପ୍ରଥମେ ଚେଷ୍ଟା କରେ। ଏହାଦ୍ୱାରା ପିଲାଙ୍କୁ ବୁଝାଇବା ମୋତେ ସହଜ ହୋଇଯାଏ। ମୋ ମତରେ ପିଲାମାନଙ୍କୁ ଭଲପାଇବା ଅର୍ଥ ସେମାନଙ୍କୁ ନଷ୍ଟ କରିବା ନୁହେଁ। ଅନେକ ପିତାମାତାଙ୍କ ପାଇଁ ଭଲ ପାଇବାର ଅର୍ଥ ପିଲାମାନଙ୍କୁ ବିଭିନ୍ନ ଜିନିଷ ଉପହାର ଦେବା ଅବା ଅତ୍ୟଧିକ ସୁରକ୍ଷା ପ୍ରଦାନ କରିବା। ହେଲେ ଏହା ଆଦର୍ଶ ଅଭିଭାବକର ପରିଭାଷା ନୁହେଁ, ବରଂ ଏହାଦ୍ୱାରା ପିଲା ନଷ୍ଟ ହୋଇଯାଏ। ତେଣୁ ପିଲାଙ୍କୁ ସମାଜରେ ଏକ ଭଲ ମଣିଷର ପରିଚୟ ଦେବାକୁ ହେଲେ ତାଙ୍କୁ ଭଲ ପାଇବା, ସ୍ନେହରେ ଆଲିଙ୍ଗନ କରିବା, ସେମାନଙ୍କ ସହ ସମୟ ବିତାଇବା ଏବଂ ସେମାନଙ୍କ କଥାକୁ ଭଲଭାବେ ଶୁଣିବା ଆବଶ୍ୟକ। ସେହିପରି ସେମାନଙ୍କର କୌଣସି ଭୁଲ୍‌ କାମରେ ରାଗିବା, ମାଡ଼ ଦେବା କିମ୍ବା ତାହାକୁ ସପୋର୍ଟ କରିବା ବଦଳରେ ଭଲଭାବେ ବୁଝାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri