Posted inଜାତୀୟ

ସିମ୍‌ ସ୍ବାପ୍‌ ସ୍କାମ୍‌ରୁ ବର୍ତ୍ତିବା ଉପାୟ

ନୂଆଦିଲ୍ଲୀ,୩୦ା୧୦: ଅକ୍ଟୋବର ୧୮ରେ ଉତ୍ତର ଦିଲ୍ଲୀ ହାଇକୋର୍ଟର ଜଣେ ମହିଳା ଆଇନଜୀବୀ ଫୋନ୍‌ ହ୍ୟାକିଂ ଠକେଇର ଶିକାର ହୋଇଥିଲେ। ଅଜଣା ନମ୍ବରରୁ ଆସିଥିବା ୩ଟି ମିସ୍‌ଡ କଲ୍‌ ଯୋଗୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଭାନ୍‌ ହୋଇଯାଇଛି। ତେବେ ଓକିଲ ଜଣକ ତାଙ୍କ ପାଖକୁ ଆସିଥିବା କଲ୍‌ର ଉତ୍ତର ଦେଇ ନ ଥିଲେ କି ଓ୍ବାନ୍‌-ଟାଇମ୍‌-ପାସ୍‌ଓ୍ବାର୍ଡ (ଓଟିପି) ଶେୟାର କରି ନ ଥିଲେ। ଏହାସତ୍ତ୍ୱେ ଅଭିଯୁକ୍ତ ଓକିଲଙ୍କ ଆକାଉଣ୍ଟ ବିବରଣୀ ଓ ପ୍ରାଇଭେଟ୍‌ ଡେଟା ହାତେଇବାରେ ସକ୍ଷମ ହୋଇଥିଲେ, ଯାହାକି ତାଙ୍କୁ ଜମା ଟଙ୍କା ହାତେଇବାରେ ସହାୟକ ହୋଇଥିଲା। ଏହା ସିମ୍‌ ସ୍ବାପିଂ ସ୍କାମ୍‌ର ସଦ୍ୟତମ ଦୃଷ୍ଟାନ୍ତ ବୋଲି ଦିଲ୍ଲୀ ପୋଲିସର ସାଇବର ୟୁନିଟ୍‌ କହିଛି।

ଘଟଣା ଦିନ ୩୫ ବର୍ଷୀୟା ଆଇନଜୀବୀଙ୍କ ନିକଟକୁ ଏକ ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବରରୁ ଲଗାତର ୩ଟି କଲ୍‌ ଆସିଥିଲା। ସେ ଅନ୍ୟ ଏକ ନମ୍ବରରୁ କଲର୍‌ଙ୍କୁ କଲ୍‌ବ୍ୟାକ୍‌ କରିଥିଲେ। କଲର୍‌ ତାଙ୍କୁ କହିଥିଲେ, ଆପଣଙ୍କ ଏକ କୋରିଅର ଡେଲିଭରି ଅଛି। ମହିଳା ଆଇନଜୀବୀ କୌଣସି ସମ୍ପର୍କୀୟଙ୍କଠାରୁ ପ୍ୟାକେଜ୍‌ ଆସିଥିବା ଭାବି କଲର୍‌ଙ୍କୁ ନିଜ ଘର ଠିକଣା ଦେଇଥିଲେ। ହେଲେ ତାଙ୍କ ଘରକୁ କୌଣସି ପ୍ୟାକେଟ୍‌ ଆସି ନ ଥିଲା। କିନ୍ତୁ ଏହା ପରେ ସେ ଦୁଇଟି ମେସେଜ୍‌ ପାଇଥିଲେ, ଯାହାକୁ ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲା। ସେଥିରେ ଲେଖାଥିଲା, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ଥର ମୋଟ୍‌ ୫୦ ଲକ୍ଷ ଟଙ୍କା କଢ଼ାଯାଇଛି। ପୋଲିସ ଏହି ମାମଲାରେ କାହାରିକୁ ଗିରଫ କିମ୍ବା ସ୍କାମରଙ୍କୁ ଚିହ୍ନଟ କରିପାରି ନାହିଁ।

ସିମ୍‌ ସ୍ବାପିଂ ସ୍କାମ୍‌ କ’ଣ: ଜଣେ ସ୍କାମର ଏକ ସିମ୍‌ କାର୍ଡ ଆକ୍‌ସେସ୍‌ କରିବାକୁ ସକ୍ଷମ ହେଲେ ତା’ର ଅପବ୍ୟହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରନ୍ତି। ସ୍କାମରମାନେ ନେଟ୍‌ଓ୍ବର୍କ ପ୍ରୋଭାଇଡରକୁ ଟ୍ରିକ୍‌ କରି ଟାର୍ଗେଟ ବ୍ୟକ୍ତିଙ୍କ ସିମ୍‌ ସହ ନିଜ ପାଖରେ ଥିବା ସିମ୍‌ କାର୍ଡକୁ ଲିଙ୍କ୍‌ କରାଇଥାଆନ୍ତି।

ସୁରକ୍ଷିତ ରହିବେ କିପରି: ସନ୍ଦିଗ୍ଧ ମନେହେଉଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଆପଣଙ୍କ ସିମ୍‌ କାର୍ଡ ଲକ୍‌ ହୋଇଯାଇଥିଲେ କିମ୍ବା ସେଥିରେ ‘ନୋ ଭ୍ୟାଲିଡ୍‌’ ଭଳି ଏକ ଏରର୍‌ ମେସେଜ୍‌ ଆସିଥିଲେ, ତୁରନ୍ତ ସର୍ଭିସ୍‌ ପ୍ରୋଭାଇଡରକୁ ଯୋଗାଯୋଗ କରି ନିଜ ନମ୍ବର ବ୍ଲକ୍‌ କରାନ୍ତୁ। ଆପଣ ସିମ୍‌ ଲକ୍‌ ଫାସିଲିଟି ମଧ୍ୟ ହାସଲ କରିପାରିବେ। ଏହା ଆପଣଙ୍କ ବ୍ୟକ୍ତିଗତ ବିବରଣୀକୁ ସୁରକ୍ଷିତ କରିବ। ଏହା ପରେ ନିଜ ୟୁପିଆଇ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ବ୍ଲକ୍‌ କରାନ୍ତୁ। ନିୟମିତ ବ୍ୟବଧାନରେ ପାସ୍‌ଓ୍ବାର୍ଡ ମଧ୍ୟ ବଦଳାନ୍ତୁ। ନିଜ ଆକାଉଣ୍ଟ ଡିଟେଲ୍ସ ଯାଞ୍ଚ କରନ୍ତୁ। କୌଣସି ପ୍ରକାର ଫ୍ରଡ୍‌ ଟ୍ରାଞ୍ଜାକ୍ସନର ଶିକାର ହୋଇଥିଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ। ଆପଣ ଟୁ ଫ୍ୟାକ୍ଟର ଅଥେଣ୍ଟିକେଶନ୍‌ର ସୁବିଧା ମଧ୍ୟ ନେଇପାରିବେ। ଏହା ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri