କାର୍ବନ ନିର୍ଗମନ ହ୍ରାସରେ କେତେ ସଫଳ

ର୍ତ୍ତମାନ ପୃଥିବୀ ଜଳବାୟୁ ପରିବର୍ତ୍ତନ ଭଳି ଏକ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି। ଏହାର ପ୍ରଭାବକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କାରଣ ଜାଗତିକ ଉଷ୍ଣତା ବୃଦ୍ଧି। କେତୋଟି ସବୁଜଗୃହ ଗ୍ୟାସ୍‌ର ନିର୍ଗମନ ହେଉଛି ଏହାର କାରଣ। ଏହି ଗ୍ୟାସ୍‌ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳକୁ ଅଧିକ ଭାବରେ ଦୋଷୀ ମନେକରାଯାଉଛି। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଜଳବାୟୁ ପରିବର୍ତ୍ତନ ଜଣାପଡ଼ିବା ପରେ ଏହାର ନିରାକରଣ ପାଇଁ ବିଭିନ୍ନ ଦେଶ ଏକାଠିହୋଇ ଅନେକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ୨୦୧୫ ଡିସେମ୍ବରରେ ଫ୍ରାନ୍ସର ପ୍ୟାରିସ୍‌ଠାରେ ହୋଇଥିବା ସମ୍ମିଳନୀରେ ପ୍ରତ୍ୟେକ ଦେଶ ସ୍ବେଚ୍ଛାକୃତ ଭାବେ ବାୟୁମଣ୍ଡଳକୁ କାର୍ବନ ନିର୍ଗମନ ହ୍ରାସକରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣ ଘୋଷଣା କରିଥିଲେ। ଏହାପରେ ପ୍ରତି ୫ବର୍ଷରେ ଥରେ ସେହି ସମ୍ବନ୍ଧୀୟ ତଥ୍ୟଦେବା ସହ ଏହି ପରିମାଣକୁ ପୁନଃ ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ମଧ୍ୟ ପ୍ୟାରିସ୍‌ ରାଜିନାମାରେ ଅଛି। ୟୁରୋପୀୟ ଦେଶସମୂହ ସମେତ କେତେକ ଦେଶ ୨୦୫୦ ସୁଦ୍ଧା ନେଟ୍‌ ଶୂନ୍‌ କାର୍ବନ ନିର୍ଗମନ ହାସଲକରିବା ପାଇଁ ଘୋଷଣା କରିଛନ୍ତି। ଚାଇନା ଓ ଭାରତ ଯଥାକ୍ରମେ ୨୦୬୦ ଓ ୨୦୭୦ ମସିହାରେ ଏହା ହାସଲ କରିବା ପାଇଁ ଘୋଷଣା କରିଛନ୍ତି।
କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ବିଭିନ୍ନ ଦେଶର କାର୍ଯ୍ୟକଳାପକୁ ଅନୁଧ୍ୟାନକଲେ, ଆଶା କରାଯାଏ ଯେ ଏହା ଧୀରେ ଧୀରେ ହ୍ରାସ ପାଇବ। କିନ୍ତୁ ଏହା ପରିବର୍ତ୍ତେ ବଢ଼ିବାରେ ଲାଗିଛି ବୋଲି ଜଣାପଡ଼ିଛି। ଜାଗତିକ ସବୁଜଗୃହ ନିର୍ଗମନରେ ଜୀବାଶ୍ମ ଦହନରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ଅବଦାନ ଅଧିକ। ଏହାର ପରିମାଣ ବୃଦ୍ଧି ପାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏକ ଅନ୍ତର୍ଜାତୀୟ ସଂସ୍ଥା ‘ଏଡ୍‌ଗାର’ ୨୦୨୪ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଦେଶରେ କାର୍ବନ ନିର୍ଗମନର ଏକ ବିସ୍ତୃତ ରିପୋର୍ଟ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରକାଶ କରିଛି। ଏହା ଅନୁଯାୟୀ ୨୦୨୪ ମସିହାରେ ପୃଥିବୀରେ ସବୁଜଗୃହ ଗ୍ୟାସ୍‌ ୫୩.୨ ଗିଗାଟନ୍‌କୁ ବୃଦ୍ଧି ପାଇଛି। ଏହା ହେଉଛି ୨୦୨୩ ମସିହା ତୁଳନାରେ ୧.୩ ପ୍ରତିଶତ ବା ୬୬୫ ନିୟୁତ ଟନ୍‌ ଅଧିକ।
୨୦୨୪ ମସିହାରେ ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ୟୁରୋପୀୟ ସଂଘ, ରୁଷିଆ ଓ ଇଣ୍ଡୋନେସିଆ ପୃଥିବୀରେ ବୃହତ୍ତମ କାର୍ବନ ନିର୍ଗମନକାରୀ ଦେଶ ଭାବେ ଜଣାପଡ଼ିଛି। ଏହି ଦେଶଗୁଡ଼ିକ ମିଳିତ ଭାବେ ମୋଟ ସବୁଜଗୃହ ଗ୍ୟାସ୍‌ର ୬୧.୮ପ୍ରତିଶତ ନିର୍ଗମନ କରିଛନ୍ତି। ୨୦୨୪ରେ ଶୀର୍ଷ ନିର୍ଗମନକାରୀ ଦେଶଗୁଡ଼ିକ ମଧ୍ୟରେ ଚାଇନା, ଭାରତ, ରୁଷିଆ ଓ ଇଣ୍ଡୋନେସିଆ ୨୦୨୩ ତୁଳନାରେ ଅଧିକ କାର୍ବନ ନିର୍ଗମନ କରିଛନ୍ତି। ଏମାନଙ୍କ ମଧ୍ୟରେ ଇଣ୍ଡୋନେସିଆରେ ଆପେକ୍ଷିକ ଭାବେ ସର୍ବାଧିକ ବୃଦ୍ଧି(୫ ପ୍ରତିଶତ) ଏବଂ ଭାରତରେ ପରିମାଣ ଭାବେ (୧୬୪.୮ ନିୟୁତ ଟନ୍‌) ସର୍ବାଧିକ ବୃଦ୍ଧି ହୋଇଛି। ରିପୋର୍ଟରୁ ପୁନଶ୍ଚ ଜଣାପଡ଼ିଛି, ୨୦୦୯ ଓ ୨୦୨୦ କୁ ଛାଡ଼ିଦେଲେ ଏହି ଶତାବ୍ଦୀର ଆରମ୍ଭରୁ ସବୁଜଗୃହ ନିର୍ଗମନ କ୍ରମାଗତ ବୃଦ୍ଧି ପାଇଛି। ୨୦୦୯ ମସିହାରେ ପୃଥିବୀରେ ଆର୍ଥିକ ସଙ୍କଟ ଯୋଗୁ ଏବଂ ୨୦୨୦ରେ କୋଭିଡ୍‌ ମହାମାରୀ ଯୋଗୁ ବିଭିନ୍ନ କଳକାରଖାନାରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହି ୨ବର୍ଷ କାର୍ବନ ନିର୍ଗମନ କମ୍‌ ଥିଲା। ଚଳିତ ଶତାବ୍ଦୀରେ ପୃଥିବୀରେ କାର୍ବନ ନିର୍ଗମନ ବୃଦ୍ଧିର କାରଣ ହେଉଛି ଚାଇନା, ଭାରତ ଏବଂ ଅନ୍ୟ ବିକାଶଶୀଳ ଦେଶରେ କୋଇଲା ଓ ପେଟ୍ରୋଲିୟମ ତୈଳର ଅଧିକ ବ୍ୟବହାର।
ଏଡ୍‌ଗାର୍‌ ରିପୋର୍ଟରୁ ପୁଣି ଜଣାପଡ଼ିଛି, ୨୦୨୪ ମସିହାରେ ନିର୍ଗତ ସବୁଜଗୃହ ଗ୍ୟାସ୍‌ ଗୁଡ଼ିକ ମଧ୍ୟରେ ଜୀବାଶ୍ମ ଇନ୍ଧନଜନିତ ଅଙ୍ଗାରକ୍ଲାମ ପରିମାଣ ହେଉଛି ସର୍ବାଧିକ। ମୋଟ ନିର୍ଗମନରେ ଏହାର ପରିମାଣ ୭୪.୫ ପ୍ରତିଶତ ଥିବାବେଳେ ମିଥେନ, ନାଇଟ୍ରସ୍‌ ଅକ୍‌ସାଇଡ୍‌ ଓ ଫ୍ଲୋରିନେଟେଡ୍‌ ଗ୍ୟାସ୍‌ର ପରିମାଣ ଯଥାକ୍ରମେ ହେଉଛି ୧୭.୯ ପ୍ରତିଶତ, ୪.୮ ପ୍ରତିଶତ ଓ ୨.୮ ପ୍ରତିଶତ। ୧୯୯୦ ପରଠାରୁ ଜୀବାଶ୍ମ ଅଙ୍ଗାରକାମ୍ଳର ପରିମାଣ ୭୪.୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଗୁଡ଼ିକର ବୃଦ୍ଧି କମ୍‌ ରହିଛି।
ୟୁରୋପୀୟ ସଂଘ ନିଷ୍ଠାପର ଭାବେ କାର୍ଯ୍ୟକରି କାର୍ବନ ଉତ୍ସର୍ଜନକୁ ହ୍ରାସ କରିବାରେ ସଫଳ ହୋଇଛି। ୧୯୯୦ ତୁଳନାରେ ୨୦୨୪ରେ ଏହାର ଉତ୍ସର୍ଜନ ୩୫ ପ୍ରତିଶତ କମ୍‌ ଅଛି ଏବଂ ୨୦୨୩ ତୁଳନାରେ ଏହା ୧.୮ ପ୍ରତିଶତ ହ୍ରାସ କରିପାରିଛି। ସମଗ୍ର ପୃଥିବୀରେ କାର୍ବନ ଉତ୍ସର୍ଜନରେ ୨୦୨୩ ମସିହାରେ ଏହାର ଅଂଶ ୬.୧ ପ୍ରତିଶତ ଥିବାବେଳେ ୨୦୨୪ ରେ ଏହା ୫.୯ ପ୍ରତିଶତକୁ ହ୍ରାସ ପାଇଛି।
କାର୍ବନ ନିର୍ଗମନରେ ଜୀବାଶ୍ମ ଇନ୍ଧନର ଅବଦାନ ହେଉଛି ସର୍ବାଧିକ। ଏହା ମୁଖ୍ୟତଃ ତାପଜ ବିଦ୍ୟୁତ୍‌ କେନ୍ଦ୍ର, ଲୌହ ଓ ଇସ୍ପାତ ଶିଳ୍ପ, ସିମେଣ୍ଟ କାରଖାନା ଏବଂ ଅନ୍ୟ କେତେକ ଇନ୍ଧନ ସଘନ କାରଖାନାରେ ବ୍ୟବହୃତ ହୁଏ। ଏହିସବୁ ଗୋଟିଏ ଦେଶର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟୁତ୍‌ କେନ୍ଦ୍ର ବ୍ୟତୀତ ଅନ୍ୟ କାରଖାନାରେ କାର୍ବନ ନିର୍ଗମନ ହ୍ରାସ ହେଉଛି କଷ୍ଟକର। କାରଣ ସେଠାରେ ଇନ୍ଧନର କୌଣସି ଉପଯୁକ୍ତ ବିଳକ୍ପ ବିକଶିତ ହୋଇନାହିଁ। କିନ୍ତୁ ତାପଜ ବିଦ୍ୟୁତ୍‌ର ବିଳକ୍ପ ଭାବେ ସୌର, ପବନ, ଜଳବିଦ୍ୟୁତ୍‌, ପରମାଣୁ ବିଦ୍ୟୁତ୍‌ ଆଦିର ସଫଳ ବିକାଶ ହୋଇପାରିଛି। ଏଣୁ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ଏଗୁଡ଼ିକ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ।
ଗୋଟିଏ ଭଲ ସଙ୍କେତ ଆସିଛି ଯେ ୨୦୨୫ ମସିହାର ପ୍ରଥମ ୬ ମାସରେ ପୃଥିବୀରେ ତାପଜ ବିଦ୍ୟୁତ୍‌ ଉତ୍ସାଜନକୁ ଅକ୍ଷୟ ଶକ୍ତି ଉତ୍ପାଦନ ଅତିକ୍ରମ କରିଯାଇଛି। ଏହି ବର୍ଷର ଅତିରିକ୍ତ ବିଦ୍ୟୁତ୍‌ ଚାହିଦାକୁ ସୌରଶକ୍ତି ଓ ପବନ ଶକ୍ତି ଦ୍ୱାରା ପୂରଣ କରାଯାଇପାରିଛି। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆକଳନ କରିଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ପୃଥିବୀରେ ଅକ୍ଷୟ ଶକ୍ତି ଉତ୍ପାଦନ ୨ଗୁଣ ହେବ ଏବଂ ଏହାର ୮୦ ପ୍ରତିଶତ ସୌର ଓ ପବନ ଶକ୍ତିରୁ ଆସିବ। ଏହି ସଂସ୍ଥା ପୁନଶ୍ଚ ପ୍ରକାଶ କରିଛି , ଏହି ଦଶନ୍ଧି ସୁଦ୍ଧା ଚାଇନା ଓ ଭାରତ ପୃଥିବୀର ବୃହତ୍ତମ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ଦେଶ ହେବେ। ସୂଚନାଯୋଗ୍ୟ, ଭାରତ ୨୦୧୫ ରେ ପ୍ୟାରିସ୍‌ ରାଜିନାମାରେ ଦସ୍ତଖତ କରିବା ବେଳେ ୨୦୩୦ ସୁଦ୍ଧା ମୋଟ ବିଦ୍ୟୁତ୍‌ର ୪୦ ପ୍ରତିଶତ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ୨୦୨୨ରେ ଏହି ଲକ୍ଷ୍ୟକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ୨୦୨୫ ଜୁନ୍‌ ସୁଦ୍ଧା ଭାରତ ୩୮ ପ୍ରତିଶତରେ ପହଞ୍ଚିପାରିଛି ଏବଂ ନିଜର ଲକ୍ଷ୍ୟ ନିଶ୍ଚୟ ହାସଲ କରିପାରିବ ବୋଲି ଆଶା କରାଯାଉଛି।

ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ:୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri