Posted inଖେଳ

ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା: ଜାଣନ୍ତୁ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି।
ଶ୍ରେୟସ ଆୟର ଓ ଇଶାନ କିଶନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡିଥିବା ବେଳେ ରିଙ୍କୁ ସିଂ ଓ ତିଲକ ବର୍ମା ପ୍ରଥମ ଥର ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି ଖେଳି ନ ଥିବାରୁ ଆୟର ଓ କିଶନଙ୍କ ନାମ ବିଚାରକୁ ନିଆ ଯାଇ ନ ଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସମୁଦାୟ ୪ଟି ବର୍ଗରେ ୩୦ ଜଣ ଖେଳାଳିଙ୍କୁ ରଖାଯାଇଛି। ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି। ଏ’ ବର୍ଗରେ ୬ ଜଣ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଲୋକେଶ ରାହୁଲ, ଶୁବମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଖାଯାଇଛି। ସେହିଭଳି ବି’ ବର୍ଗରେ ୫ ଜଣ ଖେଳାଳି ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ବୀ ଜୟସ୍ବାଲ ସ୍ଥାନ ପାଇଛନ୍ତି। ସେହିପରି ୧୫ ଜଣ ଖେଳାଳିଙ୍କୁ ଗ୍ରୁପ୍‌ ସି’ରେ ସାମିଲ କରାଯାଇଛି। ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୂଳ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ଓ୍ବାଶିଂଟନ୍‌ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ. ଏସ୍‌. ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍‌ ଓ ରଜତ ପଟିଦାର ଏହି ଗ୍ରୁପ୍‌ରେ ସାମିଲ ଅଛନ୍ତି। ଏହା ସହ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ପାଇଁ ଆକାଶ ଦୀପ୍‌, ବିଜୟ କୁମାର ବ୍ୟଶକ, ଉମ୍ରାନ ମଲିକ, ୟଶ ଦୟାଲ ଓ ବିଦ୍ୱଥ କାଭେରପ୍ପାଙ୍କ ନାମ ପ୍ରସ୍ତାବ ଦିଆଯାଇଛି।
ଏ’ ପ୍ଲସ୍‌ ବର୍ଗ ପାଇଁ ବାର୍ଷିକ ୭ କୋଟିର ବେତନ ମିଳୁଥିବା ବେଳେ ଏ, ବି ଓ ସି କାଟାଗୋରି ପାଇଁ ଯଥାକ୍ରମେ ୫, ୩ ଓ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ କେଉଁ ବର୍ଗ ପାଇଁ କେତେ କୋଟି ଟଙ୍କା ମିଳୁଛି ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ସିନିୟର ଖେଳାଳି ଚେତେଶ୍ୱର ପୂଜାରା, ଶିଖର ଧାଓ୍ବନ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚଳିତ ବର୍ଷର କଣ୍ଟ୍ରାକ୍ଟରେ ସ୍ଥାନ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri