Posted inଖେଳ

ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା: ଜାଣନ୍ତୁ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି।
ଶ୍ରେୟସ ଆୟର ଓ ଇଶାନ କିଶନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡିଥିବା ବେଳେ ରିଙ୍କୁ ସିଂ ଓ ତିଲକ ବର୍ମା ପ୍ରଥମ ଥର ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି ଖେଳି ନ ଥିବାରୁ ଆୟର ଓ କିଶନଙ୍କ ନାମ ବିଚାରକୁ ନିଆ ଯାଇ ନ ଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସମୁଦାୟ ୪ଟି ବର୍ଗରେ ୩୦ ଜଣ ଖେଳାଳିଙ୍କୁ ରଖାଯାଇଛି। ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି। ଏ’ ବର୍ଗରେ ୬ ଜଣ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଲୋକେଶ ରାହୁଲ, ଶୁବମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଖାଯାଇଛି। ସେହିଭଳି ବି’ ବର୍ଗରେ ୫ ଜଣ ଖେଳାଳି ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ବୀ ଜୟସ୍ବାଲ ସ୍ଥାନ ପାଇଛନ୍ତି। ସେହିପରି ୧୫ ଜଣ ଖେଳାଳିଙ୍କୁ ଗ୍ରୁପ୍‌ ସି’ରେ ସାମିଲ କରାଯାଇଛି। ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୂଳ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ଓ୍ବାଶିଂଟନ୍‌ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ. ଏସ୍‌. ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍‌ ଓ ରଜତ ପଟିଦାର ଏହି ଗ୍ରୁପ୍‌ରେ ସାମିଲ ଅଛନ୍ତି। ଏହା ସହ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ପାଇଁ ଆକାଶ ଦୀପ୍‌, ବିଜୟ କୁମାର ବ୍ୟଶକ, ଉମ୍ରାନ ମଲିକ, ୟଶ ଦୟାଲ ଓ ବିଦ୍ୱଥ କାଭେରପ୍ପାଙ୍କ ନାମ ପ୍ରସ୍ତାବ ଦିଆଯାଇଛି।
ଏ’ ପ୍ଲସ୍‌ ବର୍ଗ ପାଇଁ ବାର୍ଷିକ ୭ କୋଟିର ବେତନ ମିଳୁଥିବା ବେଳେ ଏ, ବି ଓ ସି କାଟାଗୋରି ପାଇଁ ଯଥାକ୍ରମେ ୫, ୩ ଓ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ କେଉଁ ବର୍ଗ ପାଇଁ କେତେ କୋଟି ଟଙ୍କା ମିଳୁଛି ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ସିନିୟର ଖେଳାଳି ଚେତେଶ୍ୱର ପୂଜାରା, ଶିଖର ଧାଓ୍ବନ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚଳିତ ବର୍ଷର କଣ୍ଟ୍ରାକ୍ଟରେ ସ୍ଥାନ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri